‘ଡାଏଲ୍ ୧୦୦’ ଗୁଜବରୁ ଉଠିଲା ପରଦା, ଶେଷ ଥର ଦିଶା କାହାକୁ କଲ୍‌ କରିଥିଲେ କହିଲା ମୁମ୍ବାଇ ପୋଲିସ

ମୁମ୍ବାଇ ୧୮।୯ : ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ ହିଁ ତାଙ୍କର ପୂର୍ବତନ ମ୍ୟାନେଜର ଦିଶା ସାଲିଆନ୍‌ଙ୍କ ଦେହାନ୍ତ ହୋଇଥିଲା। ସରକାରୀ ଭାବେ ଏହାକୁ ଆତ୍ମହତ୍ୟା କୁହାଯାଉଥିଲା କିନ୍ତୁ ଅନେକ ଲୋକଙ୍କ କହିବାନୁସାରେ, ଦିଶା ଆତ୍ମହତ୍ୟା କରିନାହାଁନ୍ତି ଏବଂ ତାଙ୍କର ସୁଶାନ୍ତ ସିଂହ ମାମଲା ସହିତ ମଧ୍ୟ କିଛି ସମ୍ପର୍କ ରହିଛି। ତେବେ ଏମିତି ବି ଖବର ସାମ୍ନାକୁ ଆସିଛି ଯେ, ଦିଶା ଶେଷ କଲ୍‌ ‌୧୦୦କୁ ଡାଏଲ୍ କରିଥିଲେ। କିନ୍ତୁ ବର୍ତ୍ତମାନ ମୁମ୍ବାଇ ପୋଲିସ ଏହାକୁ ଗୁଜବ କହିବା ସହିତ ପୁରା ସତ ସାମ୍ନାକୁ ଆଣିଛନ୍ତି।

ମୁମ୍ବାଇ ପୋଲିସ ତରଫରୁ ଏହି ଖବର ଉପରେ ସରକାରୀ ଭାବେ ବୟାନ ସାମ୍ନାକୁ ଆସିଛି। ମୁମ୍ବାଇ ପୋଲିସ କହିଛି କି, ଦିଶା ଶେଷ କଲ୍‌  ୧୦୦କୁ ଡାଏଲ୍‌ କରିନଥିଲେ। ବରଂ ତାଙ୍କ ସାଙ୍ଗ ଅଙ୍କିତାଙ୍କୁ କରିଥିଲେ। ଦିଶା ୧୦୦କୁ କଲ୍‌ କରିବା ଖବର ସମ୍ପୂର୍ଣ୍ଣ ମିଛି।

ସୂଚନାଯୋଗ୍ୟ ଯେ, ଦିଶାଙ୍କ ମୃତ୍ୟୁ ଜୁନ୍‌ ୮ ତାରିଖରେ ହୋଇଥିଲା। ଦିଶା ସୁଶାନ୍ତ ସିଂହଙ୍କ ପୂର୍ବତନ ମ୍ୟାନେଜର ଥିଲେ। ଜୁନ୍‌ ୧୪ ତାରିଖରେ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା। ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ ଅନେକ ଷ୍ଟାର ଏବଂ ନେତା କହିଛନ୍ତି ଯେ ସୁଶାନ୍ତ ଏବଂ ଦିଶାଙ୍କ ମୃତ୍ୟୁ ପରସ୍ପର ସହ ଜଡିତ। ସୋସିଆଲ ମିଡିଆ ୟୁଜର୍ସମାନେ କହିଛନ୍ତି ଯେ ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଉଚିତ, ଯାହା ମୁମ୍ବାଇ ପୋଲିସ ଠିକ୍ କରିନଥିଲା। ସିବିଆଇ ଦିଶା ସାଲିଆନ୍‌ ମାମଲାର ଯାଞ୍ଚରେ ତଦନ୍ତ ଜାରି ରଖିଛି।

   ସମ୍ବନ୍ଧିତ ଖବର


ଡାକ୍ତରଙ୍କ ଘୁଙ୍ଗୁର ଡ୍ୟାନ୍ସ ଭିଡିଓ ଭାଇରାଲ, ହ୍ରିତିକ ରୋଶନ କଲେ ପ୍ରଶଂସା

ଆମିର୍ ଖାନଙ୍କ ପୁଅଙ୍କୁ ମିଳିଲାନି ଫିଲ୍ମରେ ରୋଲ୍‌ !

ସମସ୍ତଙ୍କୁ ଦିୱାନା କରୁଛନ୍ତି ଏହି ହଟ୍ ଯୋଗ ଟ୍ରେନର

ଦୁଷ୍କର୍ମ ମାମଲାରେ ପାୟଲ ଘୋଷ ଇରଫାନ୍ ପଠାନଙ୍କୁ ନେଇ କଲେ ବଡ ଖୁଲାସା, କହିଲେ ଏମିତି…

ମୋ ବାୟୋପିକ୍‌ରେ ‘ମୁଁ ନିଜେ ଅଭିନୟ କରିବି’

ସମୁଦ୍ରରେ ବିରାଟ କୋହଲି- ଅନୁଷ୍କାଙ୍କ ରୋମାଣ୍ଟିକ୍ ଫଟୋ ଭାଇରାଲ, ଜାଣନ୍ତୁ କିଏ ଉଠାଇଲେ ଏଭଳି ସୁନ୍ଦର ଫଟୋ?