ବିଶ୍ୱର ସବୁଠାରୁ ବଡ ଇଂରାଜୀ ଶବ୍ଦ, ପଢିବା ପାଇଁ ଲାଗିବ ସାଢେ ୩ ଘଣ୍ଟା

ଭୁବନେଶ୍ୱର ୨୫/୮: ସାଧାରଣତଃ ଲୋକଙ୍କୁ Czechoslovakia(ଚେକୋସ୍ଲୋଭାକିୟା) ଭଳି ଇଂରାଜୀ ଶବ୍ଦକୁ ପଢିବା ପାଇଁ କଷ୍ଟ ହୋଇଥାଏ । ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏମିତି ଏକ ଇଂରାଜୀ ଶବ୍ଦ ଅଛି ଯାହାର ଉଚ୍ଚାରଣ କରିବା ପାଇଁ କିମ୍ବା ଏହି ଶବ୍ଦକୁ ପଢିବା ପାଇଁ ସାଢେ ୩ ଘଣ୍ଟା ଲାଗିଯିବ । ଆପଣ ଏବେ ଭାବୁଥିବେ ଯେ ଏମିତି କେଉଁ ଶବ୍ଦ ଅଛି ଯାହା ପଢିବା ପାଇଁ ଏତେ ସମୟ ଲାଗୁଛି । ତେବେ ଆସନ୍ତୁ ଜାଣିବା…

ଇଂରାଜୀର ଏହି ସବୁଠାରୁ ଲମ୍ବା ଶବ୍ଦରେ ୧,୮୯,୮୧୯ ଅକ୍ଷର ଅଛି । ଏହାକୁ ସଠିକ୍ ଭାବେ ଉଚ୍ଚାରଣ କରିବା ପାଇଁ ସାଢେ ୩ ଘଣ୍ଟା ସମୟ ଲାଗିବ । ଏହି ଶବ୍ଦଟି ମଣିଷ ଶରୀରରେ ମିଳୁଥିବା ଏକ ଟିଟିନ୍ ନାମକ ପ୍ରୋଟିନର ରାସାୟନିକ ନାମ ।

ସେହି ଶବ୍ଦର କିଛି ଅଂଶ

ବୈଜ୍ଞାନିକ ଏବଂ ଡାକ୍ତରଙ୍କ ମତାନୁସାରେ ମାନବ ଶରୀରରେ ୨୦ ଲକ୍ଷରୁ ଅଧିକ ପ୍ରୋଟିନ୍ ଅଛି ଯାହା ଏମିନୋ ଏସିଡରୁ ପ୍ରସ୍ତୁତ ହୋଇଛନ୍ତି । ମନୁଷ୍ଯ ଶରୀରରେ ଟିଟିନ୍ ହିଁ ଏପର୍ଯ୍ଯନ୍ତ ସବୁଠାରୁ ଲମ୍ବା ପ୍ରୋଟିନ୍ ଅଛି, ଯେଉଁଥିରେ କି ୨୬ ହଜାରରୁ ଅଧିକ ଏମିନୋ ଏସିଡ୍ ରହିଛନ୍ତି ।

ସମ୍ପୂର୍ଣ୍ଣ ନାଁ ଜାଣିବା ପାଇଁ କ୍ଲିକ୍ କରନ୍ତୁ

ପୂର୍ବରୁ ଟିଟିନର ରାସାୟନିକ ନାମକୁ ଇଂରାଜୀର ଶବ୍ଦକୋଷରେ ରଖାଯାଇଥିଲା । କିନ୍ତୁ ଯେତେବେଳେ ଏହି ନାଁ ଯୋଗୁଁ ସମସ୍ୟା ସୃଷ୍ଟି ହେଲା ଏହାକୁ ଶବ୍ଦକୋଷରୁ ହଟାଇ ଦିଆଗଲା । ଏବେ ଏହା କେବଳ ଟିଟିନ ନାମରେ ଜଣାଯାଏ ।

ଟିଟିନ୍ ପ୍ରୋଟିନର ସନ୍ଧାନ ରେଜୀ ନଟୋରୀ ୧୯୫୪ ମସିହାରେ କରିଥିଲେ । ଏହା ପରେ ୧୯୭୭ ମହିସାରେ କୋସକ୍ ମୃଋୟାମା ଓ ତାଙ୍କ ସହଯୋଗୀମାନେ ଏହା ଉପରେ ଗବେଷଣା କଲେ ଏବଂ ଏହି ପ୍ରୋଟିନର ନାଁ କୋତ୍ରକ୍ଟିନ୍ ରଖାଗଲା । ଏହାର ୨ ବର୍ଷ ପରେ କୁଆନ୍ ୱାଙ୍ଗ ଓ ତାଙ୍କ ସହଯୋଗୀ ମାନେ ଏହି ପ୍ରୋଟିନ ଉପରେ ଅଧ୍ଯୟନ କଲେ ଏବଂ ଏହାର ନାଁ ଟିଟିନ୍ ରଖିଦେଲେ ।

   ସମ୍ବନ୍ଧିତ ଖବର


ବାଇକ୍ କିମ୍ବା କାର୍‌ରେ ଷ୍ଟଣ୍ଟ୍‌ କଲେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ : ପୋଲିସ୍ କମିଶନରଙ୍କ ନିର୍ଦ୍ଦେଶ

ରେମୋଙ୍କ ସହ କାମ କରିବେ ଉର୍ବଶୀ

ହିମାଳୟର ଉଚ୍ଚ ଚଟ୍ଟାଣରେ ‘ଭୀଷ୍ମ’ – ଚୀନକୁ ଚେକ୍ ଦେବାକୁ ପ୍ରସ୍ତୁତ ଭାରତର ଟ୍ୟାଙ୍କ୍

କୃଷି ବିଲ୍ ଉପରେ ମୋହର ମାରିଲେ ରାଷ୍ଟ୍ରପତି

ଏଠାରେ ସେକ୍ସ ୱାର୍କର ହେବା ପାଇଁ ଅଛି ପ୍ରଥା – ଯୁବତୀମାନଙ୍କ ପସନ୍ଦକୁ ନେଇ କୋର୍ଟ କହିଲେ …

ଜିନ୍‌ଗତ ତ୍ରୁଟି ଥିଲେ କରୋନା ମୁକାବିଲା ମୁସ୍କିଲ ହେବ-ଗବେଷଣା