PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ଦିନ ମଜୁରିଆଙ୍କ ପେଟକୁ ଲାତ,ମନରେଗାରେ କାମ କରୁଛି ମେସିନ୍‌ -କାମ ପାଉନାହାନ୍ତି ଦିନ ମଜୁରିଆ: ସରପଞ୍ଚ କହୁଛନ୍ତି ଓଡିଶାରେ ମଣିଷଙ୍କ ପାଇଁ ଆସିଥିବା ଟଙ୍କା ମେସିନ୍‌ ଲଗାଇ କାମ ହୁଏ

ରାଜସୁନାଖଳା (ଆପ୍ର): ରଣପୁର ବ୍ଲକ ସୁରୁକାବାଡ଼ି ପଞ୍ଚାୟତ ରେ ଦିନ ମଜୁରିଆ ପେଟକୁ ଲାତ ମାରୁଛନ୍ତି ପ୍ରଶାସନିକ ଅଧିକାରୀ | ଗୋଟିଏ ପଟେ କରୋନା ରେ ଦିନ ମଜୁରିଆ ମାନେ କାମ ପାଉନଥିବା ବେଳେ ଅନ୍ୟ ପଟେ ମେସିନ କରୁଛି କାମ ମାତ୍ର କାଗଜ କଲମ ରେ କାମ କରୁଛନ୍ତି ଦିନ ମଜୁରିଆ |ମିଳିଥିବା ସୂଚନା ଅନୁସାରେ ୧୬ ଲକ୍ଷ ଟଙ୍କା ର ତିନୋଟି ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା କାର୍ଯ୍ୟରେ ଭୋଳେଶ୍ୱର ମନ୍ଦିରଠାରୁ ଭାଲୁଖାଇ ରାସ୍ତା ୫ଲକ୍ଷ ଟଙ୍କା , ଚିଆଙ୍କବନ୍ଧ ପୁନରଉଦ୍ଧାର ପାଇଁ ୬ଲକ୍ଷ ଟଙ୍କା ଏବଂ ଯାମୁନାଳିଆ ବନ୍ଧ ୫ଲକ୍ଷ ଟଙ୍କା ର କାମ ମେସିନ ସାହାଯ୍ୟ ରେ କରାଯାଉଛି | ସରପଞ୍ଚ ଗ୍ରାମରେ ଆବଶ୍ୟକୀୟ ପ୍ରି ଇନ୍ସିସନ ମିଟିଂଙ୍ଗ କରୁନାହାନ୍ତି । ଫଳରେ ସାଧାରଣ ଲୋକେ ଏହି କାମ ବିଷୟରେ ଜାଣିପାରୁନାହାନ୍ତି ।

ବର୍ତମାନ କରୋନା କଟକଣା ସମୟ ରେ ଲୋକ ମାନେ କାମ ଧନ୍ଦା ନ ପାଇ ବହୁ କଷ୍ଟ ରେ ଭୋକ ଉପାସ ରେ ଜୀବନଯାପନ କରୁଛନ୍ତି | ଦିନକୁ ଦି ଓଳି ଦି ମୁଠା ଖାଇବାକୁ ପାଉ ନ ଥିବା ସମୟ ରେ ଏହି ଯୋଜନା ମାଧ୍ୟମ ରେ ଆସୁଥିବା କାର୍ଯ୍ୟକୁ ଲୋକମାନଙ୍କ ଦ୍ୱାରା କରାନଯାଇ ମେସିନ ସାହାଯ୍ୟରେ ହେଉଛି, ଯେଉଁଥିପାଇଁ ଜବ କାର୍ଡ ଧାରି କିଛି କାମ ପାଇପରୁନାହାନ୍ତି |ସୁରୁକାବାଡ଼ି ପାଞ୍ଚୟତ ଗ୍ରାମ ସାଥି ଙ୍କ ନାମରେ ୱାର୍କ ଅର୍ଡର ରହିଥିବା ବେଳେ ସରପଞ୍ଚ ଏହାର ତଦାରଖ ଦାଇତ୍ୱ ରେ ଥାଇ ମଧ୍ୟ ଏହାର ତଦାରଖ କରୁନାହାନ୍ତି ଏବଂ ପ୍ରଶାସନ ମଧ୍ୟ ଚେଇଁ ଶୋଇରହିଥିବା ଦେଖିବାକୁ ମିଳିଛି | କରୋନା କଟକଣା ସମୟରେ ଲୋକମାନେ ଖାଇବା ପାଇଁ ଡହଳ ବିକଳ ହଉଥିବା ସମୟ ରେ ଏହି ଯୋଜନା ମାଧ୍ୟମରେ ଆସିଥିବା କାମ କୁ ମେସିନ ଦ୍ୱାରା କରାଇ ପରୋକ୍ଷ ଭାବରେ ଲୋକଙ୍କ ଜୀବନ ଜୀବିକା ଉପରେ ପ୍ରହାର କରୁଥିବା ଅଭିଯୋଗ ହେଉଛି | ଏ ବାବଦ ରେ ସରପଞ୍ଚ ଙ୍କ ପ୍ରତିନିଧି ଙ୍କୁ ପଚାରିବାରୁ “ସାରା ଓଡ଼ିଶା ଯାକ ବୁଲିଯିବା କୋଉ ଜିଲ୍ଲା ର କେଉଁ ବ୍ଲକ ଏବଂ କେଉଁ ପଞ୍ଚାୟତ ରେ ମେସିନ ରେ କାମ ହଉନି ଟିକେ କୁହନ୍ତୁ | ମୋତେ କୌଣସି ପ୍ରଶ୍ନ ଆପଣ ପଚାରିବା ଦରକାର ନାହିଁ” ବୋଲି ଉତକ୍ଷିପ୍ତ ହୋଇ ଉତ୍ତର ରଖିଥିଲେ | ଅନ୍ୟ ପଟେ ଏ ନେଇ ଆମେ ରଣପୁର ବିଡ଼ିଓ ଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଫୋନ ଉଠେଇନଥିଲେ |ତେଵେ ସରକାର କରିଥିବା ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନା କୁ ଏହି ପରି ଭାବରେ ସରକାରୀ ବାବୁ ଏବଂ ତଦାରଖ ଦାୟିତ୍ୱ ରେ ଥିବା ଜନପ୍ରତିନିଧି ମାନେ ବାଟମାରଣା କରୁଥିବା ଚର୍ଚ୍ଚା ମଧ୍ୟ ହେଉଛି | ତେଣୁ 5ଟି ସରକାର ନାମକୁ ମାତ୍ର ଚାଲିଛି ଜବକାର୍ଡ ଧାରୀ ଙ୍କ ଅଧିକାରକୁ ସରକାର ଛଡେଇ ନବାର ଦୃଶ୍ୟ ଦେଖିବାକୁ ମିଳୁଛି |ଏପରି ଦୁର୍ନୀତିକୁ ମୁଳୋତ୍ପାଟନ କରିବାକୁ ସାଧାରଣରେ ଦାବି ହଉଛି |