PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ଭିକାରୀ ବେଶରେ କରୁଥିଲା ଭାରତକୁ ୮୭ ଲକ୍ଷ ଟଙ୍କାର ସୁନା ଚୋରା ଚାଲାଣ- ବାଂଲଦେଶ ସୀମା ନିକଟରେ ମାଡିବସିଲେ ସୁରକ୍ଷାକର୍ମୀ

କୋଲକାତା, (ଆପ୍ର): ଦକ୍ଷିଣ ବଙ୍ଗ ସୀମାନ୍ତର ସୀମାନ୍ତ ରକ୍ଷୀ ଯବାନମାନେ ୧୧ଟି ସୁନା ବିସ୍କୁଟ (୧୭୫୩.୫୫ ଗ୍ରାମ) ସହ ଜଣେ ଭାରତୀୟ ଚୋରା ଚାଲାଣକାରୀକୁ ଗିରଫ କରିଛନ୍ତି । ଅଭିଯୁକ୍ତ ଜଣକ ହେଲେ ଉତ୍ତର ୨୪ ପ୍ରଗଣା ବସିରହାଟର ଗୋପାଳ ସରକାର(୪୬) । ସେ ସୀମାନ୍ତ ଅଞ୍ଚଳ ଦେଇ ଭାରତକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲା । ଜବତ ସୁନାର ମୂଲ୍ୟ ଭାରତୀୟ ବଜାରରେ ପ୍ରାୟ ୮୭ ଲକ୍ଷ ଟଙ୍କା ହେବ । ସେ ବାରବୁଲା ବେଶରେ ସୁନା ଚୋରା ଚାଲାଣ କରୁଥିବା ବେଲେ ଧରା ପଡିଛି ।


ମଙ୍ଗଳବାର ସକାଳ ପ୍ରାୟ ୭ଟା ବେଳେ ସୀମାନ୍ତ ଚୌକି ଘୋଜାଡାଙ୍ଗାର କମ୍ପାନୀ କମାଣ୍ଡର ଜଣେ ବ୍ୟକ୍ତି ସୁନା ନେଇ ଆସୁଥିବା ଖବର ପାଇଥିଲେ । ଏନେଇ ସେ ତୁରନ୍ତ ସୀମା ଡ୍ୟୁଟିରେ ଥିବା ଯବାନ ଓ ଆକ୍ସନ ଟିମକୁ ସତର୍କ କରାଇ ଦେଇଥିଲେ । ଏଥିସହ କମ୍ପାନୀ କମାଣ୍ଡର ବାଟାଲିୟନର କମାଣ୍ଡିଂ ଅଫିସରଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ଉତ୍ତରପଡ଼ା ରୋଡ୍‌ ଉପରେ ସିଭିଲ ଡ୍ରେସରେ ଯବାନମାନଙ୍କୁ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଯେତେବେଳେ ସନ୍ଦେହଜନକ ବ୍ୟକ୍ତି ଜଣକ ଚାଲାଣ ଉଦ୍ଦେଶ୍ୟରେ ଆନ୍ତର୍ଜାତିକ ସୀମାନ୍ତ ଆଡ଼କୁ ଆସୁଥିଲା ସେତେବେଳେ ସାଦା ପୋଷାକରେ ଥିବ ବିଏସଏଫ ଯବାନମାନଙ୍କୁ ସେ ଜାଣି ପାରି ନଥିଲା । ଫଳରେ ସୀମାନ୍ତ ରକ୍ଷୀମାନେ
ତାକୁ ଧରି ତଲାସି କରିବା ପରେ ତାଠାରୁ ୧୧ଟି ସୁନା ବିସ୍କୁଟ ଜବତ କରିଥିଲେ । ପ୍ରାଥମିକ ଜେରା ପରେ ଜଣାପଡ଼ିଛି ସେ ଭାରତୀୟ ନାଗରିକ ।

ସେ କହିଛି ଯେ ସୁନା ବିସ୍କୁଟଗୁଡ଼ିକ ବାଂଲାଦେଶର ସାତକ୍ଷରାର ଫିରୋଜ ଗାଜିଠାରୁ ରାତିରେ ନେଇଥିଲା । ଏଗୁଡ଼ିକ ବସିରହାଟର ଜଣେ ଚାଲାଣକାରୀ ବିଶ୍ୱନାଥ ଦାସଙ୍କ
ନିକଟରେ ପହଞ୍ଚାଇବା ତା’ର କାମ ଥିଲା । କମାଣ୍ଡିଂ ଅଫିସର ଜଓହର ସିଂ ନେଗୀ ଯବାନମାନଙ୍କ ସଫଳତା ପାଇଁ ଖୁସି ବ୍ୟକ୍ତ କରିଛନ୍ତି । ଅଭିଯୁକ୍ତକୁ ସୀମାନ୍ତ ପୁଲିସକୁ ହସ୍ତାନ୍ତର କରାଯାଇଛି । ତାକୁ ଅଦାଲତରେ ହାଜିର କରିବା ପରେ ବିଚାରକ ୫ଦିନ ଲାଗି ପୁଲିସ ହେପାଜତକୁ ପଠାଇ ଦେଇଛନ୍ତି । ଅଭିଯୁକ୍ତକୁ ଜେରା କରିବା ପରେ ଚୋରାଚାଲାଣର କିଙ୍ଗପିନ୍‌କୁ ଧରିବାକୁ ପୁଲିସ ଚେଷ୍ଟା ଚଳାଇଛି ।

ସମ୍ବନ୍ଧିତ ଖବର