PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ପୋଲିସ ପାଖରେ ଆତ୍ମସମର୍ପଣ କଲା କେକେବିଏନ ଡିଭିଜନ କ୍ୟାଡରର ମାଓବାଦୀ…

ବଲାଙ୍ଗିର: କେକେବିଏନ ଡିଭିଜନର ଜଣେ  କ୍ୟାଡର ମାଓବାଦୀ ଆଇସୁ କୋରସା ଆଜି ବଲାଙ୍ଗିର ପୁଲିସ ପାଖରେ ଆତ୍ମସମର୍ପଣ କରିଛି । ସେ କେକେବିଏନ ଡିଭିଜନରେ ଏରିଆ କମିଟି ମେମ୍ବର ଭାବେ କାର୍ଯ୍ୟ କରୁଥିଲା । ସଂଗଠନକୁ ସୁଦୃଢ କରିବା ସହ ବିଭିନ୍ନ ମାଓ କାର୍ଯ୍ୟକଳାପରେ ଜଡିତଥିଲା ସେ ।  ତେବେ  ଜାତୀୟ ବିରୋଧୀ କାର୍ଯ୍ୟକଳାପରେ ବିମୁଖ ହେବା ସହ ରାଜ୍ୟ ସରକାରଙ୍କ ଆହ୍ବାନ କ୍ରମେ ସେ ଆତ୍ମସମର୍ପଣ କରିଥିବା ଉତ୍ତରାଞ୍ଚଳ ଡିଆଜି ଦୀପକ କୁମାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

     ସୂଚନା ଅନୁସାରେ,  ଆତ୍ମସମର୍ପଣ କରିଥିବା ଆଇସୁର ଘର ଛତିଶଗଡ଼ର ବିଜାପୁର ଜିଲ୍ଲା ଗାଙ୍ଗଲୋର ଥାନା ଅଞ୍ଚଳରେ । ସେ ପିଲାଦିନରୁ ବାଲ ସଙ୍ଗଠନରେ ସାମିଲ ହେବା ସହ କ୍ରାନ୍ତିକାରୀ ମାଓ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲା । ପରେ ୨୦୧୨ରେ ମାଓ ସଂଗଠନରେ ସାମିଲ ହୋଇଥିଲା । ଆଜିର ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ଏସପି ନୀତିନ କୁସଲକର ଓ ସିଆରପିଏଫ କମାଣ୍ଡାଣ୍ଟ ଯୋଗେନ୍ଦ୍ର ମୌର୍ଯ୍ୟ ଉପସ୍ଥିତ ଥିଲେ ।

ପ୍ରକାଶ ଯେ,ପୂର୍ବରୁ ଗତ ୧୬ ତାରିଖରେ ପୁଲିସ କେକେବିଏନ ସଙ୍ଗଠନର ଜଣେ କ୍ୟାଡ଼ର ଏବଂ ଜଣେ ମିଲିସିଆକୁ ଧରିଥିବା ଖବର ପ୍ରକାଶ ପାଇଥିଲା । ଅବଶ୍ୟ ଏନେଇ ପୁଲିସ ସ୍ପଷ୍ଟ କରିନଥିଲେ ହେଁ ଅସ୍ୱୀକାର କରିନଥିଲା । ଶେଷରେ ଆଜି କେବଳ କ୍ୟାଡ଼ର ମାଓବାଦୀକୁ ପୁଲିସ ଆତ୍ମସମର୍ପଣ କରିଥିବା ଦର୍ଶାଇଛି ।