ପେନ୍‌ସନ ଟଙ୍କାରେ କରୋନା ଯୋଦ୍ଧାଙ୍କ ପାଇଁ ୬ହଜାର ମାସ୍କ ତିଆରି କରି ବାଣ୍ଟିଲେ ୭୪ ବର୍ଷୀୟ ଯୋଗରାଜ, ଟ୍ବିଟ୍‌ କରି ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ ୧୭/୪: କରୋନା ଭାଇରସ୍‌ ଆତଙ୍କ ସମୟରେ ସମଗ୍ର ବିଶ୍ୱ ମାସ୍କ ଓ ସାନିଟାଇଜର୍‌ର ଅଭାବ ସାମ୍ନା କରୁଛି । ଏହି ପରିସ୍ଥିତିରେ ସବୁ ବୟସର ଲୋକ ଦେଶକୁ ସାହାଯ୍ୟର ହାତ ବଢ଼ାଉଛନ୍ତି । ଜମ୍ମୁ କାଶ୍ମୀର ସ୍ଥିତ ରିୟାସି ବାସିନ୍ଦା ୭୪ ବର୍ଷୀୟ ଯୋଗରାଜ ମେଙ୍ଗୀ ସେମାନଙ୍କ ମଧ୍ୟରେ ଅନ୍ୟତମ । ନଜି ପେନ୍‌ସନ ଟଙ୍କାରେ ମାସ୍କ ପ୍ରସ୍ତୁତ କରି ସେ ଲୋକଙ୍କୁ ବାଣ୍ଟୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସମାଜ କଲ୍ୟାଣକାରୀ ପଦକ୍ଷେପକୁ ସଲାମ କରିଛନ୍ତି । ଗତ ୧୫ ତାରିଖରେ ପ୍ରସାର ଭାରତୀ ନ୍ୟୁଜ୍‌ ସର୍ଭିସ ପକ୍ଷରୁ ୩୭ ସେକେଣ୍ଡର ଏକ ଭିଡିଓ ଶେୟାର କରାଯାଇଥିଲା । ସେଥିରେ ଲେଖାଥିଲା ‘କରୋନା ୱାରିୟର: ଯୋଗରାଜ ମେଙ୍ଗୀ ସେମାନଙ୍କ ପାଇଁ କିଛି କରିବାକୁ ଚାହୁଁଛନ୍ତି, ଯେଉଁମାନେ କୋଭିଡ୍‌-୧୯ ସହ ଲଢୁଛନ୍ତି ।ସେ ନିଜ ମାସିକ ପେନ୍‌ସନ ସାହାଯ୍ୟରେ ନିଜେ ୬ ହଜାରରୁ ଅଧିକ ମାସ୍କ ପ୍ରସ୍ତୁତ କରି ଲୋକଙ୍କୁ ବାଣ୍ଟୁଛନ୍ତି ।’ ଏହି ଟ୍ୱିଟ୍‌କୁ ମୋଦି ପୁନଃ ଟ୍ୱିଟ୍‌ କରି କହିଛନ୍ତି ‘ଏଭଳି ନାଗରିକଙ୍କୁ ନେଇ ଗର୍ବିତ ।

କୋଭିଡ୍‌-୧୯ ବିରୁଦ୍ଧ ଯୁଦ୍ଧରେ ଏମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ଯୋଗରାଜ ମେଙ୍ଗୀ ଏବେ ଲୋକଙ୍କୁ ମାଗଣାରେ ରାସନ ମଧ୍ୟ ବାଣ୍ଟୁଛନ୍ତି । ମେଙ୍ଗୀଙ୍କର ଏହି ପ୍ରୟାସକୁ ଦେଶସାରା ଲୋକ ପ୍ରଶଂସା କରୁଛନ୍ତି । ଏଭଳି କିଛି ଲୋକଙ୍କ ପାଇଁ କରୋନା ନିଶ୍ଚୟ ହାରିବ ଏବଂ ଦେଶ ଜିତିବ ବୋଲି ଲୋକେ କହିଛନ୍ତି । ମେଙ୍ଗୀଙ୍କ ଭଳି ଆହୁରି ଅନେକ ଯୋଦ୍ଧାଙ୍କର ଏବେ ଆବଶ୍ୟକତା ରହିଛି ବୋଲି ଅନେକ ଟ୍ୱିଟ୍‌ କରିଛନ୍ତି ।

   ସମ୍ବନ୍ଧିତ ଖବର


କୋକେଇରେ ବସି ନିର୍ବାଚନ ପ୍ରଚାର, ଏପର୍ଯ୍ୟନ୍ତ ୧୧ ଥର ହାରି ସାରିଲେଣି

ନିର୍ବାଚନ ସଭାରେ ଉଦବୋଧନ ବେଳେ ସଭାମଞ୍ଚରୁ ଗଳି ପଡିଲେ କଂଗ୍ରେସ ନେତା, ଦେଖନ୍ତୁ ଭିଡିଓ…

କୋଠା ଉପରେ ସ୍କର୍ପିଓ ଡିଜାଇନ୍‌ର ପାଣିଟାଙ୍କି, ଦେଖିବାକୁ ଜମୁଛି ଲୋକଙ୍କ ଭିଡ଼

କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ନଦୀବନ୍ଧ ମରାମତି ପାଇଁ ୧୦,୦୦୦ କୋଟି ମଞ୍ଜୁରୀ, ଚୟନ ହୋଇଥିବା ନଦୀବନ୍ଧ ମଧ୍ୟରୁ ୩୬ଟି ଓଡ଼ିଶାର

ଭାରତୀୟ ସେନା ଲଞ୍ଚ କଲା ସ୍ବଦେଶୀ ମେସେଜିଂ ଆପ୍ SAI, ହ୍ବାଟସଆପ୍‌ଠାରୁ ମଧ୍ୟ ଆହୁରି ସୁରକ୍ଷିତ

ଉତ୍ତରପ୍ରଦେଶ ଆମେଠିରେ ଦଳିତ ଗାଁ ମୁଖିଆଙ୍କ ସ୍ବାମୀକୁ ଜୀଅନ୍ତା ଜଳାଇ ହତ୍ୟା…