ପ୍ରମୁଖ ଖବର
  • ବାଲେଶ୍ୱର ଜିଲ୍ଲା ଜେଲରେ ବିଚାରାଧୀନ କଏଦୀ ମୃତ।
  • ||
  • ମଝି ରାସ୍ତାରେ ହୁ ହୁ ହୋଇ ଜଳିଗଲା 'ପ୍ରିୟଂଶୁ' ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ଦିନ ୧୧ଟା ସୁଦ୍ଧା ୨୫ ପ୍ରତିଶତ ମତଦାନ
  • ||
  • ନୟାଗଡ଼: ଡବଲ ମର୍ଡର ଘଟଣା, ଅଭିଯୁକ୍ତଙ୍କୁ ଫାଶି
  • ||
  • ଭୁବନେଶ୍ୱର: ଜଳୁଛି ଓଡ଼ିଶା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଲା ଝାରସୁଗୁଡ଼ା, ୪୦ ଡିଗ୍ରୀ ଟପିଲା ପାରଦ
  • ||
  • ନୂଆପଡା - ଚେକିଂ ବେଳେ ୩ ଲକ୍ଷ ୬୯ ହଜାର ଟଙ୍କା ସିଜ କଲା ଖରିଆର ରୋଡ଼ ଜୋଙ୍କ ପୋଲିସ
  • ||
  • ୨୮ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଭାରତୀୟ ଦଳ ଘୋଷଣା!
  • ||
  • EVM- VV-PAT ସ୍ଲିପ୍ ଯାଞ୍ଚ ଆବେଦନ ଖାରଜ, ଇଭିଏମ୍‌ରେ ମତଦାନକୁ ନେଇ ସୁପ୍ରିମେକୋର୍ଟଙ୍କ ରାୟ ପ୍ରକାଶ
  • ||
  • ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ପ୍ରାର୍ଥିପତ୍ର ଦାଖଲ
  • ||
  • IPL 2024ରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗସ୍
  • ||
  • ଆହୁରି ଜଳିବ ଓଡ଼ିଶା: ଆଜି,କାଲି ଅତି ଭୟଙ୍କର ତାତି, ଆହୁରି ୧୪ ଦିନ କଲବଲ କରିବ ଖରା
  • ||

ଆମେରିକାର ଏହି ସହରର ଲୋକେ ଛେଳିକୁ କଲେ ମେୟର, ଜାଣନ୍ତୁ କ’ଣ ପାଇଁ...

ଓ୍ବାଶିଂଟନ୍,୯।୩: ସାଂସଦ, ବିଧାୟକ ଓ ମେୟର ଭଳି ପଦ ପାଇଁ ମଣିଷମାନଙ୍କ ଭିତରେ ହିଁ ନିର୍ବାଚନ ହୁଏ ଏହା ଆମେ ସମସ୍ତେ ଜାଣିଛୁ।  କିନ୍ତୁ ଆମେରିକାର ଏକ ସ୍ଥାନରେ ମେୟର ପାଇଁ ପଶୁଙ୍କ ଭିତରେ ପ୍ରତିଯୋଗିତା ହୋଇଛି। ଏହି ପ୍ରତିଯୋଗିତାରେ ଲିଙ୍କନ ନାମକ ଏକ ଛେଳି ବାଜି ମାତ୍ କରିଛି।  ଆମେରିକାର ଭରମୋଣ୍ଟରେ ଫେୟାର ହେଭେନ ନାମକ ସହରରେ ଚଳିତ ସପ୍ତାହ ଏହି ଛେଳିକୁ ମେୟର ଭାବରେ ଚୟନ କରାଯାଇଛି। ଲିଙ୍କନ ନିଜର ନିକଟତମ ପ୍ରତିଯୋଗୀ ସେମି ନାମକ ଏକ କୁକୁରକୁ ହରାଇଛି।

ଗତ ମଙ୍ଗଳବାର ସମ୍ପନ୍ନ ହୋଇଥିବା​‌  ନିର୍ବାଚନରେ ଲିଙ୍କନ ନାମକ ଏହି ଛେଳି ଅନ୍ୟ ୧୬ଟି ପଶୁଙ୍କୁ ହରାଇବାରେ ସମର୍ଥ ହୋଇଛି।  ପ୍ରାୟ ୨,୫୦୦  ଜନସଂଖ୍ୟା ବିଶିଷ୍ଟ ଫେୟାର ହେଭେନ  ସହରରେ  ସରକାରୀ ଭାବରେ କେହି ମେୟର ନଥିଲେ।  ଜୋଶେଫ୍ ଗୁନଟୁର ନାମକ ଜଣେ ବ୍ୟକ୍ତି ସେଠାରେ ବେସରକାରୀ ଭାବରେ ମେୟର ଭଳି ସବୁ କାର୍ଯ୍ୟର ପରିଚାଳନା କରୁଥିଲେ। ଗୁନଟୁର ଯେତେବେଳେ ଏକ ଖବର କାଗଜରେ ପଢିଥିଲେ  ମିଚିଗାନର ଓମେନା ଗାଁରେ ଏକ ବିଲେଇକୁ ନିଜର ଶୀର୍ଷ ଅଧିକାରୀ ଭାବରେ ଚୟନ କରାଯାଇଛି। ସେତେବେଳେ ତାଙ୍କୁ ଖେଳ ପଡିବା ପାଇଁ ଚାନ୍ଦା ଏକାଠି କରିବାକୁ ଏହି ନିର୍ବାଚନ ଆୟୋଜନ କରିବାର ବିଚାର ଆସିଥିଲା। ଖେଳ ପଡିଆ ପାଇଁ ଚାନ୍ଦା ଏକାଠି କରିବାର ଚେଷ୍ଟାରେ ଗୁନଟୁର କେବଳ ୧୦୦ ଡଲାର ଏକାଠି କରିପାରିଛନ୍ତି। କିନ୍ତୁ ଗୁନଟୁର ଏଥିରେ ନିରାଶ ହୋଇନାହାଁନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.