PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଶୁ ଅପହରଣ ଉଦ୍ୟମ ପଣ୍ଡ, ବାଇକ ରୁ ଲମ୍ଫ ମାରି ଦୁର୍ବୃତ୍ତଙ୍କ କବଳରୁ ମୁକୁଳିଲା ୧୨ ବର୍ଷର ଶିଶୁ ପୁତ୍ର, ଜଗତସିଂହପୁର ଥାନାରେ ମାମଲା।
  • ||
  • ଢେଙ୍କାନାଳ: ସାଇକୃପା ଆବାସିକ ମହାବିଦ୍ୟାଳୟରୁ ୪ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ, ଆରଟିପିସିଆର ଟେଷ୍ଟ ପାଇଁ ୨୬୦ ଜଣଙ୍କର ସାମ୍ପଲ ପାଠାଗଲା
  • ||
  • କମ୍ପିବ ବିଧାନସଭା: ମମିତା ମେହେର ହତ୍ୟା ଘଟଣା, ଧାନମଣ୍ଡି ଅବ୍ୟବସ୍ଥା, ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି
  • ||
  • ନରସିଂହପୁର: ପିଉସୀ ଘରକୁ ବୁଲିବାକୁ ଆସିଥିବା ବେଳେ କୂଅରେ ପଡ଼ି ଚାଲିଗଲା ବାଳକ ଜୀବନ
  • ||
  • ନରସିଂହପୁର: ନରସିଂହପୁରରେ ମାତିଲେ ଦୁର୍ବୁତ୍ତ, ସ୍କାଏ ଲାଇଟ ଭାଙ୍ଗି ଲୁଟିନେଲେ ଟଙ୍କା ଆସବାବପତ୍ର
  • ||
  • ଜଗତସିଂହପୁର : ଆରମ୍ଭ ହେଲା ୨ଦିନିଆ ସାଗର କବଚ ଓଡି -୨୧ ସମରାଭ୍ୟାସ
  • ||
  • ଚନ୍ଦ୍ରଶେଖରପୁର : ଜଣଙ୍କ ପାଇଁ ଦୁଇ ପ୍ରେମିକ ମଧ୍ୟରେ ହଣାମରା, ବିଚ୍ ରାସ୍ତାରେ ଚାଲିଲା ଖଣ୍ଡଯୁଦ୍ଧ
  • ||
  • ସୋନପୁର : ସୋନପୁରରେ ଇଷ୍ଟଦେବୀ ସୁରେଶ୍ଵରୀ ମନ୍ଦିରରୁ ଚୋରି
  • ||
  • ଭୁବନେଶ୍ୱର : ଆଜି ଅଭିନେତ୍ରୀ ଗୁନ୍‌ଗୁନ୍‌ଙ୍କ ବିବାହ, ଅଭିସ୍ମିତଙ୍କ ସହ ପଡିବ ହାତଗଣ୍ଠି
  • ||
  • ଭୁବନେଶ୍ୱର : ଆସୁଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’, ୩ ତାରିଖ ଯାଏଁ ଥରାଇବ ଶୀତ, ୪ରେ ନିର୍ଧୁମ ବର୍ଷା ସମ୍ଭାବନା
  • ||
  • ସୁକିନ୍ଦା : ଶତାୟୁ ପଦ୍ମଶ୍ରୀ ନନ୍ଦ ସାର୍ କରୋନା ସଂକ୍ରମିତ, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||

ମନ ଜିଣୁଛି ‘ମନ ମୋ ନେଇଗଲୁ ରେ’

କଟକ,୧୭/୧୦: ଦୀର୍ଘ ଦେଢ଼ ବର୍ଷ କାଳ କରୋନା କଟକଣାରେ ସନ୍ତୁଳି ହେବା ପରେ ପୁଣି ଥରେ ସିନେମା ମାହୋଲ୍‌ ସରଗରମ୍‌ ହୋଇଛି । କଟକସ୍ଥିତ ବୃନ୍ଦାବନ ସିନେମା ହଲ୍‌ରେ ମୁକ୍ତିଲାଭ କରିଥିବା ‘ମନ ମୋ ନେଇଗଲୁ ରେ’ ଚଳଚ୍ଚିତ୍ରର ପ୍ରିମିୟର୍‌ରେ ଗୁରୁବାର ଦର୍ଶକଙ୍କ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି । ଦୀର୍ଘ ବ୍ୟବଧାନ ପରେ ଦଶହରା ବଜାରରେ ସିନେପ୍ରେମୀମାନେ ଏହି ଓଡ଼ିଆ ସିନେମାର ମଜା ଉଠାଇଛନ୍ତି ।

ସୁମା ରିଅଲ୍‌ ମିଡିଆର ଦ୍ୱିତୀୟ ଅବଦାନ ଚଳଚ୍ଚିତ୍ର ‘ମନ ମୋ’ ନେଇଗଲୁ ରେ’ ରାଜ୍ୟର ବିଭିନ୍ନ ପ୍ରେକ୍ଷାଳୟରେ ଗୁରୁବାର ମୁକ୍ତିଲାଭ କରିଛି । ଗୁରୁବାର ପୂର୍ବାହ୍ଣରେ ବୃନ୍ଦାବନ ସିନେମା ହଲ୍‌ରେ ଚଳଚ୍ଚିତ୍ରର ପ୍ରିମିୟର୍‌ ସୋ’ ଅନୁଷ୍ଠିତ ହୋଇଥିଲା । ଏବେ ସାରା ରାଜ୍ୟରେ ଚଳଚ୍ଚିତ୍ରଟି ସଫଳତାର ସହିତ ଚାଲିଛି । ଏଥିରେ ମୁଖ୍ୟ ଭୂମିକାରେ ଜ୍ୟୋତି ଓ ଭୂମିକା ଅଭିନୟ କରିଛନ୍ତି ।

ପ୍ରଫେସର ଡ. ମନୋଜ ରଞ୍ଜନ ନାୟକଙ୍କ ନିବେଦିତ ଏହି ଚଳଚିତ୍ରର କାହାଣୀ ଲେଖିଛନ୍ତି ଦିଲ୍ଲୀପ କୁମାର ଦାଶ । ଚଳଚ୍ଚିତ୍ରଟିର ପ୍ରଯୋଜନା କରିଛନ୍ତି ସୁନୀଲ କୁମାର ଦାସ । ଏଥିରେ ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ସଞ୍ଜୟ ନାୟକ, ତପୁ ନାୟକ, ପ୍ରମୋଦ ପରିଡ଼ା । ଗୀତଗୁଡ଼ିକୁ ସଙ୍ଗୀତରେ ସଜାଇଛନ୍ତି ସଂଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ । ଏଥିରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଅସୀମା ପଣ୍ଡା, କୁଲ୍‌ଦୀପ, ଜ୍ୟୋତିର୍ମୟୀ ନାୟକ, ଅନ୍ତରା ଚକ୍ରବର୍ତ୍ତୀ ଏବଂ ପ୍ରଜ୍ଞା । ଏହି ଚଳଚିତ୍ରଟିର ସଂପାଦନା କରିଛନ୍ତି ରଞ୍ଜନ ଖଟେଇ । ଏହାର ନୃତ୍ୟ ନିର୍ଦ୍ଦେଶନାରେ ଅଛନ୍ତି ଲୁବୁନ୍‌-ଟୁବୁନ୍‌ ।

‘ମନ ମୋ’ ନେଇଗଲୁ ରେ’ର କାହାଣୀ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି । ଦୁଇ କଲେଜ ଛାତ୍ରଛାତ୍ରୀଙ୍କ ଜୀବନରେ ପ୍ରତିଦିନ ଘଟୁଥିବା ଘଟଣାବଳୀକୁ ନେଇ ଫିଲ୍ମ ପ୍ରସ୍ତୁତ କରାଯାଇଛି । ଚଳଚ୍ଚିତ୍ରରେ ଅନେକ ସାମାଜିକ ବାର୍ତ୍ତା ରହିଛି । ତା’ ସହିତ ପିଲାମାନେ କିପରି ଚାକଚକ୍ୟ ପୂର୍ଣ୍ଣ ଦୁନିଆ ଭିତରେ ରହି ନିଜ ଭବିଷ୍ୟତ ସହ ଖେଳନ୍ତି ତାହା ଚିତ୍ରଣ କରାଯାଇଛି । ଜଣେ ଗରିବ ଘରର ପିଲା ସହରରେ ଇଞ୍ଜିନିୟରିଂ କଲେଜରେ ପାଠପଢ଼ା ଭିତରେ କିଭଳି ପ୍ରେମରେ ପଡ଼ି ବାଟବଣା ହୋଇଯାଉଛି ଏବଂ ସେହି ପ୍ରେମ ହିଁ ତାର ଜୀବନକୁ ପୁଣି କିପରି ନୂଆ ପଥରେ ବାଟ କଢ଼େଇ ନେଉଛି ଏହା ହିଁ ଚଳଚିତ୍ରର ବିଷୟବସ୍ତୁ ଓ କାହାଣୀ । ସସ୍‌ପେନ୍ସ, ରୋମାନ୍ସ ଏବଂ କନ୍‌ଫ୍ୟୁଜନ୍‌କୁ ନେଇ ପ୍ରସ୍ତୁତ ଏହି ସିନେମା ଦର୍ଶକଙ୍କୁ ଭିନ୍ନ ପ୍ରକାରର ମନୋରଞ୍ଜନ ଯୋଗାଉଛି । ଏଥିରେ ନାୟକ-ନାୟିକା ଜ୍ୟୋତି ଏବଂ ଭୂମିକାଙ୍କ ବ୍ୟତୀତ ପ୍ରଦ୍ୟୁମ୍ନ ଲେଙ୍କା, କୁନା ତ୍ରିପାଠୀ, ପୁଷ୍ପା ପଣ୍ଡା, ବିରାଜ ଦାଶ, ଦିଲ୍ଲୀପ ଦାଶ, ଗୁଡ଼ୁ, ବିଜୁ ବଡ଼ଜେନା, ପିନାକୀ ନାୟକ ଏବଂ ଧରିତ୍ରୀ ପ୍ରମୁଖ ଅଭିନୟ କରିଛନ୍ତି । ଫିଲ୍ମରେ ଚିତ୍ରୋତ୍ତୋଳନ କରିଛନ୍ତି ଏସ୍‌ ରଞ୍ଜନ(ଚେନ୍ନାଇ) ।

ଫିଲ୍ମର ସଂଳାପ, ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଗିମିକ୍‌ ମାଷ୍ଟର୍‌ ସଞ୍ଜୟ ନାୟକ । ପ୍ରିମିୟର୍‌ ସୋ’ରେ ପ୍ରମେୟ-ନ୍ୟୁଜ୍‌ ୭ ଗ୍ରୁପ୍‌ର ସିଇଓ ତଥା ଫିଲ୍ମର ପ୍ରଯୋଜକ ସୁନୀଲ କୁମାର ଦାସ, ପ୍ରମେୟ ଗ୍ରୁପ୍‌ର ସେଲ୍‌ସ୍‌ ଆଣ୍ଡ ମାର୍କେଟିଂ ଡାଇରେକ୍‌ଟର୍‌ ହିମାଂଶୁ ହୋତା, ଫିଲ୍ମର ନିର୍ଦ୍ଦେଶକ ସଂଜୟ ନାୟକ, ସଂଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ, ନାୟକ ଜ୍ୟୋତି, ନାୟିକା ଭୂମିକା, ଅଭିନେତା କୁନା ତ୍ରିପାଠୀ, ପ୍ରଦ୍ୟୁମ୍ନ ଲେଙ୍କା, ବିରାଜ ଦାଶ, ହାସ୍ୟାଭିନେତା ଗୁଡ୍‌ୁ, କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ଜ୍ୟୋତିର୍ମୟୀ, ଫିଲ୍ମର କାହାଣୀକାର ଦିଲ୍ଲୀପ ଦାଶ, ପ୍ରମେୟର ଡିଜିଏମ୍‌ (ନ୍ୟୁଜ୍‌) ମାନସ ପଣ୍ଡା ପ୍ରମୁଖଙ୍କ ସମେତ ଓଡ଼ିଆ ଚଳଚ୍ଚିତ୍ର ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ଗୁରୁବାର ସନ୍ଧ୍ୟାରେ ଭୁବନେଶ୍ୱର ଏସ୍‌ପ୍ଲାନେଡ୍‌ର ସିନେପଲିସ୍‌ରେ ମଧ୍ୟ ଅନ୍ୟ ଏକ ପ୍ରିମିୟର୍‌ ସୋ’ ଅନୁଷ୍ଠିତ ହୋଇଥିଲା । ଆଗକୁ ସୁମା ରିଅଲ୍‌ ମିଡିଆ ଆହୁରି ଅନେକ ଭିନ୍ନ ଧରଣର ଚଳଚ୍ଚିତ୍ର ନିର୍ମାଣ କରି ଦର୍ଶକଙ୍କୁ ଭେଟି ଦେବାର ଯୋଜନା ରଖିଥିବା ପ୍ରଯୋଜକ ସୁନୀଲ କୁମାର ଦାସ ସୂଚନା ଦେଇଛନ୍ତି ।