ଚୋରି କରିବାକୁ ମନା କରିବାରୁ ନାବାଳକର ଆଙ୍ଗୁଳି ଜଳାଇଦେଲେ, ପ୍ରାଇଭେଟ ପାର୍ଟରେ ପୂରାଇଦେଲେ ପେନ୍

ପାନୀପତ ୧୫।୨ : ତିନି ଜଣ ସାଙ୍ଗ ୧୧ ବର୍ଷୀୟ ନାବାଳକ ଛାତ୍ରକୁ ପ୍ରତିଦିନ ମାଡ଼ ମାରି ଛଅ ମାସ ପର୍ଯ୍ୟନ୍ତ ଚୋରି କରିବା ପାଇଁ ଉସକାଇଥିଲେ। ଆଉ ଛାତ୍ର ମଧ୍ୟ ଛଅ ମାସ ମଧ୍ୟରେ ତିନି ଲକ୍ଷ ଟଙ୍କା ଚୋରି କରିଥିଲା। ଚୋରି କରି କରି ଶେଷରେ ହାଲିଆ ହୋଇଯାଇଥିଲା ଛାତ୍ର। ଆଉ ଚୋରି କରିବନି ବୋଲି ମନା କରିଦେଇଥିଲା। ମାତ୍ର ଏତିକିରେ ସରିନଥିଲା ଖେଳ।

ଛାତ୍ର ଜଣଙ୍କ ଚୋରି କରିବା ପାଇଁ ମନା କରିଦେବାରୁ ଲାଇଟରରେ ତାର ଆଙ୍ଗୁଳି ଜଳାଇଦେଇଛନ୍ତି ଏବଂ ପ୍ରାଇଭେଟ ପାର୍ଟରେ କଲମ ପୂରାଇ ଦେଇଛନ୍ତି। ପିଲାଟି କିଛି ନକହିପାରିବାରୁ ଅନ୍ୟ ସାଙ୍ଗମାନେ ତାର ଭିଡ଼ିଓ ତିଆରି କରିଥିଲେ। ଛାତ୍ର ଜଣଙ୍କ ଘରକୁ ଆସିବା ପରେ ମା’ ପଚାରିବାରୁ ସେ କିଛି କହିନଥିଲା । ମା’ଙ୍କୁ ସନ୍ଦେହ ହେବାରୁ ସେ ପୁଅର ସାଙ୍ଗମାନଙ୍କୁ ଡାକି ପଚାରିବାରୁ ସେମାନେ ସବୁକିଛି କହିଥିଲେ। ଏହି ଘଟଣାଟି ଘଟିଛି ହରିୟାଣର ପାନୀପତ ଜିଲ୍ଲା ସେକ୍ଟର-୨୯ ଥାନା ସ୍ଥିତ ଏକ କଲୋନୀରେ।  

ପରିବାରର ଅଭିଯୋଗ କ୍ରମେ ପୋଲିସ ୬ ପିକ୍ସୋ ଆକ୍ସ ସହିତ ତିନି ଅନ୍ୟ ଧାରାରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି। ପୋଲିସ କହିବା ପରେ ବି ପୋଲିସ ଏସସି-ଏସଟି ଆକ୍ଟ ବି ଲଗାଇନାହାନ୍ତି। ପରିବାର ଲୋକ ପୁଣି ଥରେ ଥାନାକୁ ଯାଇଥିଲେ। ସେମାନଙ୍କ ଅଭିଯୋଗ କି, ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ଡିଏସପି ବିଜେନ୍ଦ୍ରଙ୍କୁ ଫୋନ୍ କରିଥିଲେ ମାତ୍ର ସେ ମଧ୍ୟ ତାଙ୍କ କଲ୍ କାଟି ଦେଇଥିଲେ।

ଗତକାଲି କିଛି ସମ୍ପର୍କୀୟ ଥାନାରେ ଘେରାଉ କରିଛନ୍ତି। ଘଟଣାସ୍ଥଳରେ ଡିଏସପି ପହଞ୍ଚିଥିଲେ। ତେବେ ଅନେକ ସମୟ ପରେ ହଙ୍ଗାମା ଓ ପେଟ୍ରୋଲ ଢ଼ାଳି ନିଆଁ ଲାଗିଇଦେବେ ବୋଲି ଧମକ ଦେବାରୁ ପୁଲିସ ଏସସି-ଏସଟି ଧାରାରେ ମାମଲା ରୁଜୁ କରିଥିଲେ। ଏହାପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ରିମାଣ୍ଡରେ ନେଇଛି। ଅନ୍ୟପଟେ ଡିଏସପି ଅଭିଯୁକ୍ତଙ୍କୁ ସହଯୋଗ କରୁଛନ୍ତି ବୋଲି ଛାତ୍ରଙ୍କ ପିତା ଥାନାରେ ଅଭିଯୋଗ ଆଣିଛନ୍ତି।

   ସମ୍ବନ୍ଧିତ ଖବର


ମୁଁ ବଞ୍ଚିଛି … : ୨ ବର୍ଷ ହେଲା ନିଜକୁ ଜୀବିତ ପ୍ରମାଣିତ କରିବାକୁ ଅଫିସରୁ ଅଫିସ୍‌ ଘୂରି ବୁଲୁଛନ୍ତି ମହିଳା

ଏଣିକି ଖୋଲାରେ ବିକ୍ରି ହେଉଥିବା ମିଠାର ଏକ୍ସପାୟରୀ ଡେଟ୍ ଲେଖିବାକୁ ପଡିବ

ଆମେରିକା ଫେରି ଟ୍ରମ୍ପ ଲେଖିଲେ ଭାରତ ମହାନ…ସଫଳ ହୋଇଛି ଯାତ୍ରା

ଦିଲ୍ଲୀ ହିଂସା: ପ୍ରତିଦିନ ୧୦୦ କୋଟି ଟଙ୍କାର କ୍ଷତି; ଫ୍ୟାକ୍ଟ୍ରି ବନ୍ଦ, ହୋଲସେଲ୍ ଧନ୍ଦା ମାନ୍ଦା