ଘରକୁ ଫେରିଲେ ପ୍ରେମିକ-ପ୍ରେମିକା : ବାହାଘର ପୂର୍ବରୁ କନ୍ୟାର ମା’ ସହ ବରର ବାପା ହୋଇଥିଲେ ଫେରାର, ଏବେ ଗ୍ରହଣ କରୁନାହାନ୍ତି ସ୍ବାମୀ

ସୁରଟ ୨୯।୧: ନିଜର ପୁଅ ଝିଅଙ୍କୁ ବିବାହ କରିବାକୁ ଥିଲା ଆଉ ମାତ୍ର ଅଳ୍ପ ଦିନ, କିନ୍ତୁ ପୁରୁଣା ପ୍ରେମରେ ଅନ୍ଧ ହୋଇ କନିଆର ମା’ ସହ ଫେରାର ହୋଇଯାଇଥିଲେ ବରର ବାପା। ଏହି ଖବର ସାରା ସହରରେ ଯେତିକି ଚହଳ ପକାଇଥିଲା ସେତିକି ଚକିତ କରିଥିଲେ। ଦୀର୍ଘ ଦିନ ଆଜି କନିଆର ମା’ ଓ ବରର ବାପା ନିଜ ନିଜ ଘରକୁ ଫେରିଛନ୍ତି। ପୋଲିସ ସୂଚନା ଦେଇଛି କି, ସୁରଟରେ ରହୁଥିବା ୪୩ ବର୍ଷୀୟ ହିମ୍ମତ ପଟେଲ ଏବଂ ନଭସାରୀର ୪୨ ବର୍ଷୀୟା ଶୋଭନା ରାବଲ ଜାନୁଆରୀ ୧୦ ତାରିଖରେ ଘରୁ ଫେରାର୍ ହୋଇଯାଇଥିଲେ।

ପ୍ରେମ ସବୁବେଳେ  ଅନ୍ଧବୋଲି କୁହାଯାଏ, ତେବେ ଏହା କେତେ ପରିମାଣରେ ତାହା କହିବା କଷ୍ଟକର। କେବଳ ଯୁବାବସ୍ଥାରେ ହିଁ ପ୍ରେମ ହୁଏ ତାହା ମଧ୍ୟ ଠିକ୍ ବୋଲି କହିହେବନି। ଯେ କୌଣସି ବୟସରେ ମଧ୍ୟ କେହି ଜଣେ ପ୍ରେମରେ ପଡିପାରେ। ତେବେ ଏଭଳି କଥା ଆଉଟିକେ ଅଦ୍ଭୁତ ଲାଗେ ଯେତେବେଳେ ବିବାହ କରିବାକୁ ଯାଉଥିବା ଜଣେ ଝିଅର ମା’ ସହିତ ପୁଅର ବାପା ଫେରାର ହୋଇଯାଆନ୍ତି। ଏଭଳି ଏକ ଅଦ୍ଭୁତ ମାମଲା ଦେଖିବାକୁ ମିଳିଥିଲା  ଗୁଜରାଟର ସୁରଟ ଜିଲ୍ଲାରେ।

ସୂଚନାଯୋଗ୍ୟ ଯେ, ପଟେଲଙ୍କ ପୁଅକୁ ରାବଲଙ୍କ ଝିଅ ସହିତ ଆସନ୍ତା ଫେବୃଆରୀରେ ବିବାହ ହେବାର ଥିଲା, କିନ୍ତୁ ଏହା ପୂର୍ବରୁ ଝିଅର ମା’ ଏବଂ ପୁଅର ବାପା ଘର ଛାଡି ହୋଇଯାଇଥିଲେ ଫେରାର। ଜାନୁଆରୀ ୧୦ରେ ଫେରାର୍ ହେବା ପରେ ଦୁଇ ପରିବାର ଭିତରେ ସୃଷ୍ଟି ହୋଇଥିଲା ବିବାଦ। ପୁଅ ଏବଂ ଝିଅର ବାହାଘର ଭାଙ୍ଗିଯାଇଥିଲା। ଦୁଇ ପରିବାରଙ୍କ କହିବା ଅନୁସାରେ, ଝିଅର ମା’ ଏବଂ ପୁଅର ବାପା ପରସ୍ପରକୁ ବହୁ ଆଗରୁ ଜାଣିଥିଲେ। ବୋଧହୁଏ ଦୁହେଁ ପୂର୍ବରୁ ପରସ୍ପରକୁ ଭଲ ପାଉଥିଲେ। ସେଥିପାଇଁ ଦୁହେଁ ଘରୁ ଲୁଚି ପଳାଇଥିବା ପରିବାର ଲୋକ କହିଥିଲେ।

ଦୀର୍ଘ ୨୦ ଦିନ ପରେ ଆଜି ଝିଅର ମା’ ଏବଂ ପୁଅର ବାପା ସୁରତ ଓ ନଭସାରୀ ପୋଲିସ ସମ୍ମୁଖରେ ନିଜକୁ ଆତ୍ମସର୍ମପଣ କରିଛନ୍ତି। ଦୁହେଁ ମଧ୍ୟ ପ୍ରଦେଶର ଉଜ୍ଜେନରେ ରହିଥିଲେ। ନଭସାରୀ ପୋଲିସ ଅଧୀକ୍ଷକ ଗିରୀଶ ପାଣ୍ଡ୍ୟାଙ୍କ କହିବାନୁସାରେ, ଶୋଭନା ରାବଲଙ୍କ ସ୍ବାମୀ ତାଙ୍କୁ ପୁଣି ଗ୍ରହଣ କରିବାକୁ ମନା କରିଦେଲେ। ତେଣୁ ଶୋଭନା ନିଜ ବାପା ଘରକୁ ଫେରି ଯାଇଛନ୍ତି।

   ସମ୍ବନ୍ଧିତ ଖବର


ମୁଁ ବଞ୍ଚିଛି … : ୨ ବର୍ଷ ହେଲା ନିଜକୁ ଜୀବିତ ପ୍ରମାଣିତ କରିବାକୁ ଅଫିସରୁ ଅଫିସ୍‌ ଘୂରି ବୁଲୁଛନ୍ତି ମହିଳା

ଏଣିକି ଖୋଲାରେ ବିକ୍ରି ହେଉଥିବା ମିଠାର ଏକ୍ସପାୟରୀ ଡେଟ୍ ଲେଖିବାକୁ ପଡିବ

ଆମେରିକା ଫେରି ଟ୍ରମ୍ପ ଲେଖିଲେ ଭାରତ ମହାନ…ସଫଳ ହୋଇଛି ଯାତ୍ରା

ଦିଲ୍ଲୀ ହିଂସା: ପ୍ରତିଦିନ ୧୦୦ କୋଟି ଟଙ୍କାର କ୍ଷତି; ଫ୍ୟାକ୍ଟ୍ରି ବନ୍ଦ, ହୋଲସେଲ୍ ଧନ୍ଦା ମାନ୍ଦା