ଆଉ ଏକ ପ୍ରକାର କରୋନା ଭୂତାଣୁ: ୪୯ ଦିନ ଯାଏଁ ରୋଗୀଙ୍କ ରୋଗୀଙ୍କ ଠାରେ ଦେଖାଇବ ନାହିଁ ଲକ୍ଷଣ ରହିପାରିବ

ବେଜିଂ ୦୩/୦୪: କରୋନା ଭୂତାଣୁ (କୋଭିଡ୍‌-୧୯)କୁ ନେଇ ଏବେ ବିଶ୍ୱବାସୀ ଆତଙ୍କତି ଅବସ୍ଥାରେ ଥିବା ବେଳେ କରୋନାର ଏକ ନୂଆ ସଂସ୍କରଣ ଠାବ କରାଯାଇଥିବା ଖବର ବିଶ୍ବରେ ଆଲୋଡନ଼ ସୃଷ୍ଟି କରିଛି । ଚୀନର୍‌ ଗବେଷକମାନେ ଦାବି କରିଛନ୍ତି ଯେ ସେମାନେ କରୋନା ଭାଇରସର ଏକ ନୂଆ ସଂସ୍କରଣର ସନ୍ଧାନ କରିଛନ୍ତି ।
ମ୍ୟୁଟେସନ୍ସ ଜରିଆରେ କରୋନା ଭାଇରସ ନିଜକୁ ବିକଶିତ କରି ଏଭଳି ରୂପ ନେଇଛି । ଏହି ଭାଇରନ ରୋଗୀର ଦେହରେ କୌଣସି ପ୍ରକାର ଲକ୍ଷଣ ନ ଦେଖାଇ ୪୯ ଦନି ରହିପାରିବ । ଚୀନ୍‌ର ଗବେଷକମାନଙ୍କ ଅନୁସାରେ, ଓହୁ୍ୱାନ ସହରର ଜଣେ ବ୍ୟକ୍ତଙ୍କି ଦେହରେ ଏହି ଭାଇରସର ସନ୍ଧାନ ମିଳିଛି ।

ସେ ଗତ ଫେବ୍ରୁଆରୀ ୮ ତାରିଖରେ ନିଜର ପରୀକ୍ଷା କରାଇବା ପାଇଁ ହସ୍ପିଟାଲକୁ ଯାଇଥିଲେ । ସେଠାରେ ସେ ଡାକ୍ତରମାନଙ୍କୁ କହିଥିଲେ ଯେ ତାଙ୍କୁ ସପ୍ତାହେ ହେଲା ଜ୍ବର ହୋଇଛି । କିନ୍ତୁ ତାଙ୍କର କାଶ ହେଉନାହିଁ କିମ୍ବା ଅନ୍ୟ କିଛି ସମସ୍ୟା ନାହିଁ । ଏହାପରେ ଉକ୍ତ ବ୍ୟକ୍ତି କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତାହା ଜାଣବିା ପାଇଁ ପ୍ରତି ୪ରୁ ୫ ଦିନ ବ୍ୟବଧାନରେ ତାଙ୍କର ପରୀକ୍ଷା କରାଯାଉଥିଲା । ସବୁଥର ରେଜଲ୍ଟ ନେଗେଟିଭ୍ ‌ବାହାରୁଥିଲା । କିନ୍ତୁ ୪୯ ଦିନ ପରେ ଯେଉଁ ପରୀକ୍ଷା କରାଗଲା ସେତେବେଳେ ତାଙ୍କର ନମୁନା ପଜଟିଭି୍‌ ବାହାରିଥିଲା ।

ଏଥିରୁ ତାଙ୍କ ଦେହରେ କରୋନା ଭାଇରସ ୪୯ ଦିନ ଧରି ରହିଥିବାର ସ୍ପଷ୍ଟ ହେଲା । କନ୍ତିୁ କରୋନା ଭାଇରସ ଜଣକ ଦେହରେ ପ୍ରବେଶ କରବିାର ୨୦ ଦିନ ପରେ ତାଙ୍କର ନମୁନା ପରୀକ୍ଷା କଲେ ନେଗେଟିଭ୍‌ ବାହାରିବା କଥା । ହେଲେ ଏଇ ବ୍ୟକ୍ତିଙ୍କ ଦେହରେ ୪୯ ଦିନ ପରେ ନମୁନା ପଜିଟିଭ ବାହାରିଛି ଯାହାକି ଗବେଷକମାନଙ୍କୁ ଚକିତ କରିଦେଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି କି ଏଇ ୪୯ ଦିନ ଭିତରେ ତାଙ୍କର ବିଶେଷ କିଛି ସମସ୍ୟା ହୋଇନାହିଁ । ଭାଇରସ ସହିତ ତାଙ୍କ ଦେହ ଏକପ୍ରକାର ଭାରସାମ୍ୟ ରକ୍ଷା କରୁଥିଲା ବୋଲି ଗବେଷକମାନେ ମନେ କରୁଛନ୍ତି।

   ସମ୍ବନ୍ଧିତ ଖବର


କରୋନା-ଶାରିରୀକ ସମ୍ପର୍କ ରଖିବା ସମୟରେ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଲେ ହାଭାର୍ଡର ଗବେଷକ

ସାଙ୍ଗ ମାନଙ୍କ ସହ ନିଜ ସ୍ତ୍ରୀଙ୍କର ଗଣଦୁଷ୍କର୍ମ କଲା ସ୍ୱାମୀ ! କାନ୍ଦୁଥିଲା ୫ ବର୍ଷିୟ ଶିଶୁ ପୁତ୍ର

ରାଜ୍ୟ ପାଇଁ ଆଶ୍ବସ୍ତି ଖବର: ସୁସ୍ଥ ହେଲେ ଆଉ ୧୧୨ ଜଣ କରୋନା ଆକ୍ରାନ୍ତ, କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ

ଟ୍ରମ୍ପଙ୍କ ଭିଡିଓକୁ ବ୍ଲକ୍‌ କଲା ଟ୍ୱିଟର

ଆସନ୍ତା ୮ ତାରିଖରେ ଓଡ଼ିଶାର ଜନସାଧାରଣଙ୍କୁ ସମ୍ବୋଧିତ କରିବେ ଅମିତ ଶାହ

ଜୁଲାଇ ୧୫ ସୁଦ୍ଧା ସବୁ ସ୍କୁଲରେ ପିଲାଙ୍କ ନାମଲେଖା ସରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ