PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ଜାଣନ୍ତୁ ହାର୍ଦ୍ଦିକଙ୍କୁ କାହିଁକି ଚାପୁଡା ମାରିଲେ ଏହି ବ୍ୟକ୍ତି,କହିଲେ ଗର୍ଭବତୀ ସ୍ତ୍ରୀ…

ଅହମ୍ମଦାବାଦ,୧୯।୪: କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ଗୁଜରାଟର ସୁରେନ୍ଦ୍ରନଗରରେ ଆଜି ଏକ ରାଲିରେ ଭାଷଣ ଦେବା ପରେ ଜଣେ ବ୍ୟକ୍ତି ମଞ୍ଚ ଉପରକୁ ଆସି ତାଙ୍କୁ ଦେଇଥିଲେ ଶକ୍ତ ଚାପୁଡା। ଏହାପରେ ବ୍ୟକ୍ତିଜଣକ ସେଠାରେ ଥିବା ହାର୍ଦ୍ଦିକଙ୍କ ସମର୍ଥକଙ୍କ ହାତରୁ ନିସ୍ତୁକ ମାଡ ଖାଇ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ତେବେ ଏହି ବ୍ୟକ୍ତି ଜଣକ କିଏ ଏବଂ ସେ କାହିଁକି ହାର୍ଦ୍ଦିକଙ୍କୁ ଚାପୁଡା ମାରିଲେ ଏଭଳି ପ୍ରଶ୍ନ ଉଠୁଛି। ଏବେ ଜଣାପଡିଛି ଯେ, ଏହି ବ୍ୟକ୍ତି ଜଣକ ହେଉଛନ୍ତି ତରୁଣ ଗଜ୍ଜର। ପୋଲିସ ପକ୍ଷରୁ କୁହାଯାଇଛି ବ୍ୟକ୍ତିଜଣକ କୌଣସି ରାଜନୈତିକ ଦଳର ନୁହଁନ୍ତି। ସେ ଜଣେ ସାଧାରଣ ଲୋକ, ଆଇନ ନିଜର କାମ କରୁଛି।

ତେବେ ତରୁଣ କିନ୍ତୁ ସାମ୍ବାଦିକଙ୍କ ଆଗରେ ହାର୍ଦ୍ଦିକଙ୍କୁ ଚାପୁଡା ମାରିବାର କାରଣ କହିଛନ୍ତି। ତରୁଣ କହିଛନ୍ତି ଯେତେବେଳେ ପଟିଦାର ଆନ୍ଦୋଳନ ଚାଲିଥିଲା ସେତେବେଳେ ତାଙ୍କ ପତ୍ନୀ ଗର୍ଭବତୀ ଥିଲେ। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ତୁରନ୍ତୁ ନେବାକୁ ଯିବାର ଥିଲେ ମଧ୍ୟ ଏହି ଆନ୍ଦୋଳନ ପାଇଁ ତାଙ୍କୁ ଖୁବ୍ ହଇରାଣ ହେବାକୁ ପଡିଥିଲା। ଏହାପରେ ଖୁବ୍ କଷ୍ଟରେ ତାଙ୍କ ସ୍ତ୍ରୀ ସନ୍ତାନ ପ୍ରସବ କରିଥିଲେ। ତେବେ ଏଥିରେ ତାଙ୍କ କଷ୍ଟ କମ୍ ହୋଇନଥିଲା। ତାଙ୍କର ନବଜାତ ଶିଶୁ ପାଇଁ ଯେତେବେଳେ ସେ ଔଷଧ କିଣିବାକୁ ଯାଇଥିଲେ ସେତେବେଳେ ମଧ୍ୟ ପଟିଦାର ଆନ୍ଦୋଳନ ଯୋଗୁଁ ଚାରିଆଡେ ବନ୍ଦ ଲାଗି ରହିଥିଲା। ସେ କହିଛନ୍ତି ହାର୍ଦ୍ଦିକ ଯେତେବେଳେ ଚାହୁଁଥିଲେ ଗୁଜରାଟ ବନ୍ଦ କରିଦେଉଥିଲେ, ସେ କିଏ? ସେ କ’ଣ ଗୁଜରାଟର ହିଟଲର? ସେ ଦିନ ଠାରୁ ନିଷ୍ପତ୍ତି ନେଇଥିଲି ଏହି ବ୍ୟକ୍ତି (ହାର୍ଦ୍ଦିକ)ଙ୍କୁ ଚାପୁଡା ମାରିବି। ସେବେଠାରୁ ସୁଯୋଗ ଖୋଜୁଥିଲି ଏବେ ତାହା ମିଳିଲା ବୋଲି ଏହି ବ୍ୟକ୍ତି ଜଣକ କହିଛନ୍ତି।  

ସମ୍ବନ୍ଧିତ ଖବର