ବିମାନ ଭିତରେ ଉଡିଲା ପାରା, ଦେଖିକି ଭୟଭୀତ ହୋଇଗଲେ ଯାତ୍ରୀ

ଅହମ୍ମଦାବାଦ,୨୯।୨ ; କୌଣସି ବିମାନରେ ପକ୍ଷୀ ମାଡ ହେବାର ତ ଖବର ଆପଣମାନେ ଶୁଣିଥିବେ, କିନ୍ତୁ ଯଦି କୌଣସି ପକ୍ଷୀ ବିମାନ ଭିତରେ ପଶିଯାଏ ତେବେ କ’ଣ ହେବ।  ଏଭଳି ଏକ ଅଦ୍ଭୁତ ଘଟଣା  ଅହମ୍ମଦାବାଦରୁ ରାଜସ୍ତାନର ରାଜଧାନୀ ଜୟପୁର ଆଡକୁ ଆସୁଥିବା ଗୋଏୟାରର ଏକ ବିମାନରେ ଏଭଳି କିଛି ଦେଖିବାକୁ ମିଳିଛି। ଏହି ବିମାନ ଉଡାଣ ଆରମ୍ଭ କରିବାର କିଛି ମିନିଟ୍ ପୂର୍ବରୁ ଏହା ଭିତରେ ପାରା ଉଡୁଥିବାର ଦେଖିବାକୁ ମିଳିଥିଲା।

ଏହି ପାରା ବିମାନ ଟେକ୍ ଅଫର ଠିକ୍ ପୂର୍ବରୁ ଯାତ୍ରୀଙ୍କ ଲଗେଜ୍ ସେଲଫରେ ଦେଖିବାକୁ ମିଳିଥିଲା। ଯାହାଫଳରେ କ୍ରୁ ମେମ୍ବର ଓ ଯାତ୍ରୀଙ୍କ ଭିତରେ ହଇଚଇ ସୃଷ୍ଟି ହୋଇଥିଲା। ତେବେ କିଛି ସମୟ ପରେ ବିମାନର ଗେଟ୍ ଖୋଲି ପାରାକୁ ବାହାର କରାଯାଇଥିଲା। ଏହି ସମୟରେ କିଛି ଯାତ୍ରୀ ନିଜର ମୋବାଇଲ ଫୋନରେ ସମସ୍ତ ଘଟଣାର ଭିଡିଓ ତିଆରି କରି ତାକୁ ଭାଇରାଲ କରିଦେଇଥିଲେ।

କୁହାଯାଉଛି ଯେ, ବିମାନ ଉଡିବାର ଠିକ୍ ପୂର୍ବରୁ ଜଣେ ଯାତ୍ରୀ ନିଜର ହ୍ୟାଣ୍ଡବ୍ୟାଗ୍ ରଖିବା ପାଇଁ ବିମାନର ଲଗେଜ ସେଲଫକୁ ଖୋଲିଥିଲା। ଲଗେଜ ସେଲଫ୍ ଖୋଲିବା ମାତ୍ରେ ପାରାଟି ବାହାରି ଯାଇଥିଲା। ଏହାକୁ ଦେଖି ଅନ୍ୟ ଯାତ୍ରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।  ବିମାନ ଭିତରେ ପାରା ଥିବା ଦେଖି କିଛି ଯାତ୍ରୀ ଚିନ୍ତାରେ ପଡିଯାଇଥିଲେ। କିନ୍ତୁ କ୍ୟାବିନ୍ କ୍ରୁ ମେମ୍ବର ଲୋକଙ୍କୁ ଶାନ୍ତ କରାଇଥିଲେ। ସେମାନେ ଗ୍ରାଉଣ୍ଡ ଷ୍ଟାଫଙ୍କୁ ସୂଚନା ଦେଇଥିଲେ। ଏହାପରେ ଖୁବ୍ ଚେଷ୍ଟା କରିବା ପରେ ସେମାନଙ୍କୁ ବାହାର କରାଯାଇଥିଲା। ଏହି ବିମାନଟି ସନ୍ଧ୍ୟା ୬ଟା ୧୫ ମିନିଟରେ ଜୟପୁରରେ ଲ୍ୟାଣ୍ଡ କରିବାର ଥିଲା। କିନ୍ତୁ ପାରା ପାଇଁ ବିମାନ ଅଧଘଣ୍ଟା ବିଳମ୍ବରେ ୬ଟା୪୫ ମିନିଟରେ ଲ୍ୟାଣ୍ଡ କରିଥିଲା।

   ସମ୍ବନ୍ଧିତ ଖବର


କରୋନା ସ୍ଥିତି ସମୀକ୍ଷା ପାଇଁ ୪ରେ ସର୍ବଦଳୀୟ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ମୋଦି

ଜାନୁଆରୀ ପହିଲାରୁ ରାଜ୍ୟରେ ବିଜୁଳି ସଙ୍କଟ ! ଡିସେମ୍ବର ୩୧ ସୁଦ୍ଧା ବନ୍ଦ ହେବ ୪୬୦ ମେଗାୱାଟ୍‌ ବିଶିଷ୍ଟ ଥର୍ମାଲ୍‌ ପ୍ଲାଣ୍ଟ, ଅନିଶ୍ଚିତତାରେ ନୂତନ ପ୍ଲାଣ୍ଟ୍‌ ସ୍ଥାପନ

ଯୌନ ରାକ୍ଷସ ଭାଇ ବୁଝିଲାନି ପବିତ୍ର ରାଖୀର ବନ୍ଧନ: ଦାଦାର ନାବାଳିକା ଝିଅକୁ ଦୁଷ୍କର୍ମ କଲା ବଡ଼ବାପା ପୁଅ

ଚଳନ୍ତା ଟ୍ରେନ୍‌ର ବାଥରୁମ୍‌‌ରେ ନାବାଳିକଙ୍କୁ ଦୁଷ୍କର୍ମ ଉଦ୍ୟମ କଲା ସମ୍ରାଟ: ଯୌନ ପିପାଷୁ ଠିକାଦାରକୁ ବାନ୍ଧିଲା ଜିଆର୍‌ପି

ନାକ ମାଧ୍ୟମରେ ମସ୍ତିଷ୍କରେ ପ୍ରବେଶ କରିପାରେ କରୋନା ଭାଇରସ୍‌ – ଅଧ୍ୟୟନ

ଆଜି ବିଶ୍ୱ ଏଡ୍‌ସ ନିରାକରଣ ଦିବସ: ଅସୁରକ୍ଷିତ ଯୌନ ସମ୍ପର୍କରୁ ୮୮% ସଂକ୍ରମିତ, ରାଜ୍ୟରେ ୫୨ ହଜାର ଆକ୍ରାନ୍ତ