PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି ସନ୍‌ସାଇନ୍‌ ସ୍କୁଲ୍‌ ସଭାପତି ଗୋବିନ୍ଦ ସାହୁ ଗିରଫ , ମମିତା ମର୍ଡର ମିଷ୍ଟ୍ରିର ମୋଷ୍ଟ ୱାଣ୍ଟେଡ୍‌ ଗୋବିନ୍ଦ ସାହୁ
  • ||
  • ବଲାଙ୍ଗୀର: ମୁଖ୍ୟଅଭିଯୁକ୍ତ ଚମ୍ପଟ ପରେ ଜବତ କାରର ବଢ଼ିଲା ସୁରକ୍ଷା, ଗୋବିନ୍ଦଙ୍କ ପରେ କାରକୁ ଉଠାଇଥିଲା ପୁଲିସ
  • ||
  • ବଲାଙ୍ଗୀର : ଫେରାର୍ ଗୋବିନ୍ଦ ସାହୁକୁ ଧରିବା ପାଇଁ ବଢିଲା ପୁରସ୍କାର ରାଶି, ସୂଚନା ଦେଲେ ମିଳିବ ୧ ଲକ୍ଷ୍ୟ ଟଙ୍କା ପୁରସ୍କାର ରାଶି
  • ||
  • ବଲାଙ୍ଗୀର: ମୋଷ୍ଟ ଓ୍ବାଣ୍ଟେଡ ଗୋବିନ୍ଦ ସାହୁ, ଧରାଇ ଦେଲେ ଦିଆଯିବ ୨୦ ହଜାର ଟଙ୍କାର ପୁରଷ୍କାର
  • ||
  • ବ୍ରହ୍ମପୁର: ଗୋପାଳପୁର ଛକ ନିକଟରେ ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ ଓ ଦୁଇ ଜଣ ଆହତ
  • ||
  • ବଲାଙ୍ଗୀର: ମହାଲିଙ୍ଗ ମିନି ଷ୍ଟାଡିୟମରୁ ପୋତା ଯାଇଥିବା ମମିତା ମେହେରଙ୍କ ମୃତ ଦେହ ଉଦ୍ଧାର, ଡିଏନଏ ପରୀକ୍ଷା ପରେ ସ୍ପଷ୍ଟ ହେବ।
  • ||
  • ରଙ୍ଗେଇଲୁଣ୍ଡା: ଚାଟ୍ ମାଗିବାକୁ ନେଇ ଗଣ୍ଡଗୋଳରେ ଜଣେ ଗୁରୁତର, ଦମ୍ପତ୍ତି ଆହତ
  • ||
  • ଟିକିଟି: ସିଦ୍ଧ ବାରାହୀ ପୀଠରୁ ଚୋରି, ଦେବୀଙ୍କ ପିତଳ ମୁକୁଟ (ପ୍ରାୟ ଦେଢ଼ କିଲୋ) ସହ ୨୦ ତୋଳାରୁ ଅଧିକ ରୁପା ଅଳଙ୍କାର ଚୋରି ଅଭିଯୋଗ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୨୯୪କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର : ବନ୍ଦ କୋଠରୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ନୀଳଗିରି: ନିଶ୍ଚିତପୁରରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର
  • ||
  • ଜଳେଶ୍ବର: ଜଳେଶ୍ବର ଷ୍ଟେସନ ବଜାରସ୍ଥିତ ଡାଇମଣ୍ଡ ହୋଟେଲ ଉପରେ ଚଢାଉ, ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ
  • ||

ପ୍ରତି ପାଞ୍ଚ ଦିନରେ ଖେଳାଳିଙ୍କର ହେବ କୋଭିଡ୍‌ ପରୀକ୍ଷା

ନୂଆଦିଲ୍ଲୀ, ୫।୮ : ୟୁଏଇରେ ଆଇପିଏଲ୍‌-୧୩ ଖେଳାଯିବା ସମୟରେ ପ୍ରତି ପାଞ୍ଚ ଦିନରେ ଥରେ ପ୍ରତି ଖେଳାଳି ଓ ସହଯୋଗୀ କର୍ମଚାରୀଙ୍କ କୋଭିଡ-୧୯ ପରୀକ୍ଷା କରାଯିବ ବୋଲି ବିସିସିଆଇ ପକ୍ଷରୁ ଏକ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି । କେବଳ ଏତିକି ନୁହଁ ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ୟୁଏଇରେ ଦଳମାନେ ଅଭ୍ୟାସ ଆରମ୍ଭ କରିବା ପୂର୍ବରୁ ଖେଳାଳିଙ୍କ କୋଭିଡ୍‌ ପରୀକ୍ଷା କରାଯିବ । ଯେଉଁମାନଙ୍କର ୫ ଥର ରିପୋର୍ଟ ନେଗେଟିଭ ଆସିବ ସେମାନେ ହିଁ ଅଭ୍ୟାସ ଆରମ୍ଭ କରି ପାରିବେ । ଟୁର୍ଣ୍ଣାମେଣ୍ଟ ଶେଷ ପର୍ଯ୍ୟନ୍ତ ଖେଳାଳି ଓ ଅନ୍ୟମାନଙ୍କର ପ୍ରତି ପାଞ୍ଚ ଦିନରେ ଥରେ ପରୀକ୍ଷା ହେବ ।’

ସେ ଆହୁରି ମଧ୍ୟ କହିଛନ୍ତି, ନିଜ ନିଜ ଦଳରେ ୧୪ ଦିନିଆ କ୍ୱାରେଣ୍ଟାଇନରେ (ଭାରତରେ) ଯୋଗ ଦେବାର ଏକ ସପ୍ତାହ ପୂର୍ବରୁ ସମସ୍ତ ଭାରତୀୟ ଖେଳାଳି ଓ ସହଯୋଗୀ କର୍ମଚାରୀଙ୍କର ଦୁଇଥର କୋଭିଡ୍‌-୧୯ ଆରଟି-ପିସିଆର ପରୀକ୍ଷା କରାଯିବ । ଯଦି କୌଣସି ଜଣଙ୍କର ରିପୋର୍ଟ ପୋଜିଟିଭ ଆସିଲା ତେବେ ସେ ୧୪ ଦିନିଆ କ୍ୱାରେନଣ୍ଟାଇନରେ ରହିବେ । କ୍ୱାରେଣ୍ଟାଇନ ଶେଷ ହେବା ପରେ ୨୪ ଘଣ୍ଟା ମଧ୍ୟରେ ତାଙ୍କର ଦୁଇଥର କୋଭିଡ୍‌-୧୯ ଆରଟି-ପିସିଆର ପରୀକ୍ଷା କରାଯିବ । ଯଦି ରିପୋର୍ଟ ନେଗେଟିଭ ଆସିବ ତେବେ ତାଙ୍କୁ ୟୁଏଇ ଯିବା ପାଇଁ ଅନୁମତି ଦିଆଯିବ ।’

‘କଥା ଏତିକିରେ ଶେଷ ହେବ ନାହିଁ । ୟୁଏଇରେ ପହଞ୍ଚିବା ପରେ ସେମାନଙ୍କର କୋଭିଡ୍‌ ପରୀକ୍ଷା ହେବ । ସେଠାରେ ସେମାନଙ୍କର ୩ଥର ରିପୋର୍ଟ ନେଗେଟିଭ ରହିଲେ ବାୟୋ-ବବୁଲକୁ ପ୍ରବେଶ ଅନୁମତି ଦିଆଯିବ ଏବଂ ସେ ଅଭ୍ୟାସ ଆରମ୍ଭ କରି ପାରିବେ ବୋଲି ବିସିସିଆଇ ଅଧିକାରୀ ଜଣଙ୍କ ପ୍ରକାଶ କରିଛନ୍ତି ।
ବିସିସିଆଇର ଡ୍ରାଫ୍ଟ ଅନୁସାରେ, ୟୁଏଇରେ ଯାଇ ଅଭ୍ୟାସ ଆରମ୍ଭ କରିବା ଫ୍ରାଞ୍ଚାଇଜମାନଙ୍କୁ ଏତେ ସହଜ ହୋଇ ନପାରେ । ବହୁ କଟକଣା ରହିବ । ଯାହା ପୂରଣ କରି ଅଭ୍ୟାସ ଆରମ୍ଭ କରିବା ଖେଳାଳିଙ୍କ ପକ୍ଷେ ବହୁ କଷ୍ଟକର ହେବ । ପୁଣି ନିୟମ ଅନୁସାରେ, ଖେଳାଳି ଓ କର୍ମକର୍ତ୍ତାମାନେ ୟୁଏଇରେ ପହଞ୍ଚିବାର ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ହୋଟେଲ୍‌ରେ କାହାକୁ ସାକ୍ଷାତ କରି ପାରିବେ ନାହିଁ । ୩ ଥର ରିପୋର୍ଟ ନେଗେଟିଭ ଆସିବା ପରେ ଯାଇ ଅନୁମତି ମିଳିବ ।

ସମ୍ବନ୍ଧିତ ଖବର