ପ୍ରମୁଖ ଖବର
  • ଟାଟା ମୋଟର୍ସ ଚାକିରି ଦେବା ନାଁ ଠକଇେ ମାମଲା: ଅଦାଲତରେ ହାଜର ହେବେ ପ୍ରଦିପ ପାଣିଗ୍ରାହୀ
  • ||
  • ନିର୍ବାଚନ ଲଢ଼ିପାରିବେନି କଟକ- ବାରବାଟୀ ବିଧାୟକ ମହମ୍ମଦ ମୋକିମ୍,,ଦୋସୀ ସାବ୍ୟସ୍ତ ଉପରେ ଲାଗିନି ରୋକ୍
  • ||
  • ଶଙ୍ଖ ଭବନରେ ବର୍ଷା ପ୍ରିୟଦର୍ଶିନୀ, ଆରମ୍ଭ ହେଲା ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ORHDC ଦୁର୍ନୀତି ମାମଲା : ମହମ୍ମଦ ମୋକିମଙ୍କୁ ଜାମିନ୍ ଦେଲେ ସୁପ୍ରିମକୋର୍ଟ, ଭିଜିଲାନ୍ସକୁ ନୋଟିସ୍
  • ||
  • ମାଲେସିଆରେ ନୌସେନାର ୨ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୧୦ ମୃତ
  • ||
  • ବିଜେଡିରୁ ଇସ୍ତଫା ଦେଲେ ସମ୍ବଲପୁର ପୂର୍ବତନ ବିଧାୟିକା ଡ. ରାସେଶ୍ବରୀ ପାଣିଗ୍ରାହୀ
  • ||
  • ମାହାଙ୍ଗା ଡବଲ୍‌ ମର୍ଡର ମାମଲା: ଶୁଣାଣି ଶେଷ, ରାୟ ସଂରକ୍ଷିତ
  • ||
  • ବନ୍ୟାରେ ଭାସିଲା ଚୀନ୍‌: ବିପଦ ସଙ୍କେତ ଉପରେ ୪୪ ନଦୀ, ୪ ମୃତ, ହଜାରେରୁ ଅଧିକ ସ୍କୁଲ ବନ୍ଦ
  • ||
  • ଆଇପିଏଲରେ ସୁପର କିଙ୍ଗ୍‌ସ- ସୁପର ଜାଏଣ୍ଟ୍‌ସ ମଧ୍ୟ ଲଢ଼େଇ, ପୂର୍ବ ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ CSK
  • ||
  • ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲା: ଆଜି ସୁପ୍ରିମକୋର୍ଟରେ ମହମ୍ମଦ ମୋକିମ୍‌ଙ୍କ ଭାଗ୍ୟ ପରୀକ୍ଷା
  • ||
  • ହେ ପ୍ରଭୁ! ରକ୍ଷା କର..ଆହୁରି ଭୟାନକ ହେବ ଗ୍ରୀଷ୍ମ ପ୍ରବାହ, ୨୬ରେ ତାତିର ବିସ୍ଫୋରଣ ଆଶଙ୍କା
  • ||

ଅଳିଆଗଦାରୁ ମିଳିଥିଲା ବସ୍ତାଏ ନର କଙ୍କାଳ, ୨ ମାସ ପରେ ବି ପୁଲିସ ହାତ ଖାଲି

ଭୁବନେଶ୍ୱର,୨୫/୫ : ମଞ୍ଚେଶ୍ୱର ଥାନା ଅଧୀନ ଇଞ୍ଜଣା ବ୍ରିଜ ତଳ ଅଳିଆଗଦାରୁ ମିଳିଥିଲା  ୧୪ଟି ଖପୁରୀ, ୨ ବସ୍ତା ନର କଙ୍କାଳ । ଏହି ଘଟଣାକୁ ଇତିମଧ୍ୟରେ ୨ ମାସ ବିତିଗଲାଣି । ହେଲେ ଖପୁରୀ ଗୁଡ଼ିକର ଚିହ୍ନଟ ହୋଇ ପାରିଲାନି । ଖପୁରୀ ଓ ନରକଙ୍କାଳଗୁଡିକ କୁତ୍ରିମ ଭାବେ ନିର୍ମିତ କି ମଣିଷର ତାହାର ସ୍ପଷ୍ଟ ଚିତ୍ର ମିଳିଲାନି । ଏତେ ମାତ୍ରାରେ ଖପୁରୀ, କଙ୍କାଳ କେଉଁଠୁ ଆସିଲା? କିଏ ଫିଙ୍ଗିଲା? ଗୁଣିଗାରେଡି଼ରେ ବ୍ୟବହାର ହେଉଥିଲା କି? ଗଣହତ୍ୟା ଜନିତ କି? ଏସବୁ ଅସମାହିତ ପ୍ରଶ୍ନରୁ ଏଯାଏଁ ପରଦା ହଟି ପାରିଲାନି ।

ମଞ୍ଚେଶ୍ୱର ଥାନା ପୁଲିସ କହିଛି, ଏସବୁ କଙ୍କାଳ ଗୁଡି଼କ ଯାଞ୍ଚ ପାଇଁ ରସୁଲଗଡ଼ସ୍ଥିତ ରାଜ୍ୟ ଅପରାଧ ବିଧି ବିଜ୍ଞାନଗାରକୁ ପଠାଯାଇଥିଲା । ସେଠାରୁ ଏ ପର୍ଯ୍ୟନ୍ତ କିଛି ରିପୋର୍ଟ ହସ୍ତଗତ ହୋଇନାହିଁ । ତେଣୁ କଙ୍କାଳ ଓ ଖପୁରୀଗୁଡ଼ିକ କାହାର କହିହେବନି । ମାର୍ଚ୍ଚ ୨୩ ତାରିଖରେ ଏହି ପୋଲ ତଳେ ନରକଙ୍କାଳ ପଡ଼ିଥିବା ଜଣେ ଜରି ଗୋଟାଳି ଦେଖିଥିଲେ । ଖବର ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଥିଲା । କେହି ତନ୍ତ୍ର ସାଧକ ତନ୍ତ୍ର ସାଧନା ଆଉ ଗୁଣିଗାରେଡି଼ କରିବା ପରେ ସେଠାରେ ନର କଙ୍କାଳ ଫିଙ୍ଗି ଚାଲି ଯାଇଥିବ ବୋଲି ଚର୍ଚ୍ଚା ହୋଇଥିଲା । ପୁଲିସ ଅନୁମାନ କରିଥିଲା, ନରକଙ୍କାଳଗୁଡି଼କ ପାଖାପାଖି ୧୫ରୁ ୨୦ ବର୍ଷ ପୁରୁଣା  । କୌଣସି ନିର୍ମାଣ ପାଇଁ ମାଟି ଖୋଳିବା ବେଳେ ଏସବୁ ମିଳିଥିବ । ନିର୍ମାଣକାରୀ ସଂସ୍ଥା କର୍ମଚାରୀ ଭୟରେ ଏସବୁକୁ ଫିଙ୍ଗି ଚାଲି ଯାଇଥିବେ ।

ପୂର୍ବରୁ ୨ ଘଟଣାରେ ପୁଲିସ ଫେଲ୍‌

ଯାଁଳା ଫାଣ୍ଡିରେ ଥିବା ଜବତ କାର୍‌ ଭିତରୁ ୨୦୨୧ ମସିହା ଫେବ୍ରୁଆରୀ ୧୨ରେ ଏକ କଙ୍କାଳ ମିଳିଥିଲା । ପରୀକ୍ଷାରୁ କଙ୍କାଳଟି ଜଣେ ମହିଳାଙ୍କର ବୋଲି ଜଣାପଡ଼ିବା ପରେ ବିବାଦ ତେଜିଥିଲା । ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରି ମୃତଦେହ ଫିଙ୍ଗି ଦେଇଥିବା ଅଭିଯୋଗ ବି ଉଠିଥିଲା । କେହି ପାଗଳୀ ଉକ୍ତ କାରରେ ଫସି ରହି ମରି ଯାଇଥିବା କଥା ବି ପୁଲିସ ସନ୍ଦେହ ଘେରକୁ ଆସିଥିଲା । ଦାୟିତ୍ୱହୀନତା ଯୋଗୁଁ ଫାଣ୍ଡି ଇନ୍‌ଚାର୍ଜ ତଥା ସବ୍‌ଇନ୍ସପେକ୍ଟର ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ନିଲମ୍ବିତ ହୋଇଥିଲେ । ପରିଚୟ ପାଇବା ଲାଗି ପୁଲିସ ବିଭିନ୍ନ ସ୍ଥାନରେ ମହିଳାଙ୍କ ସ୍କେଚ୍‌ ମାରିଥିଲା । ତଥାପି ମହିଳାଙ୍କ ପରିଚୟ ମିଳିଲାନି । ସେହିପରି ୨୦୧୯ ନଭେମ୍ବର ୨୯ରେ ନୂଆପଲ୍ଲୀ ଆଇଆର୍‌ସି ଭିଲେଜ ପାଖ ସରକାରୀ ସ୍କୁଲ ପରିସରରୁ ମଧ୍ୟ ଏକ ପଲିଥିନ ବ୍ୟାଗ ଭର୍ତ୍ତି ହାଡ଼ କଙ୍କାଳ ମିଳିଥିଲା । ଯାହାକୁ ନେଇ ଢେର୍‌ ଚର୍ଚ୍ଚା ଲାଗି ରହିଥିଲା । ସେହିମାସରେ ବରମୁଣ୍ଡା ଓଭରବ୍ରିଜ୍‌ ନିକଟ ଓୟୁଏଟି ଚାଷଜମିରେ ପ୍ରବାହିତ ନାଳରୁ ଏକ ମଣିଷ ଗୋଡ଼ ମିଳିଥିଲା । ଯାହାକୁ ନେଇ ହତ୍ୟାର ଚର୍ଚ୍ଚା ଲାଗିଥିଲା । ପରୀକ୍ଷାକୁ ୨୦ରୁ ୩୦ ବର୍ଷୀୟ ଯୁବକଙ୍କ ଗୋଡ଼ ବୋଲି ଜଣାପଡିଥିଲା । କିନ୍ତୁ ପୁଲିସ ଘଟଣାର ରହସ୍ୟ ଏଯାଏ ହଟାଇ ପାରିଲାନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.