PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା : ପୁଣି ରାଜ୍ୟସଭା ଯିବେ ସସ୍ମିତ ପାତ୍ର, ୩ ନୂଆ ମୁହଁଙ୍କୁ ସୁଯୋଗ
  • ||
  • ଭୁବନେଶ୍ଵର : କେରଳ ଛୁଇଁଲା ମୌସୁମୀ ବାୟୁ
  • ||
  • ନେପାଳରେ ଯାତ୍ରୀବାହୀ ବିମାନ ତାରା ଏୟାର ୯ NAET ର ମିଳୁନି ପତ୍ତା , ୪ ଭାରତୀୟଙ୍କ ସମେତ ୧୯ ଯାତ୍ରୀ ଥିବା ସୂଚନା
  • ||
  • ବ୍ରହ୍ମପୁର : ସନ୍ଧ୍ୟାବେଳେ ବେଳାଭୂମିରେ ବସିଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ଚଡ଼କ, ଛାତ୍ର ମୃତ ଛାତ୍ରୀ ଗୁରୁତର
  • ||
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ଲାଇସେନ୍ସ ରଦ୍ଦ କରିଦେବାରୁ ମହିଳା ଡ୍ରଗ୍ସ ଇନିସପେକ୍ଟରଙ୍କୁ ଗୁଳି କରି ହତ୍ୟା

ମୋହାଲୀ ୨୯।୩:  ଶୁକ୍ରବାର ଦିନ ମୋହାଲୀ ଖରଡ଼ରେ ଥିବା ଡ଼୍ରଗ୍ସ ଆଣ୍ଡ୍ ଫୁଡ଼ କଣ୍ଟ୍ରୋଲର ଏକ ଲାବୋଟେରୀରେ ଅଚାନକ ଜଣେ ଦୁବୃର୍ତ୍ତ ପସି ମହିଳା ଡ୍ରଗ ଇନିସପେକ୍ଟରଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଗୁଳି ମାରି ଦୈାଡ଼ି ଯାଉଥିବାବେଳେ ଅଫିସ ବାହାରେ ଅଭିଯୁକ୍ତକୁ ଧରିଥିଲେ। ଧରାପଡ଼ିଯିବାରୁ  ଅଭିଯୁକ୍ତ ସେହି ପିସ୍ତଲରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛି।

ଘଟଣା ସମ୍ପର୍କରେ ଯାଞ୍ଚ କରିବା ପରେ ଜଣାପଡ଼ିଛି କି, ଅଭିଯୁକ୍ତର ମେରିଡ଼ାଠାରେ ଏକ ଔଷଧ ଦୋକାନ ଥିଲା। ମହିଳା ଡ୍ରଗ୍ସ ଇନିସପେକ୍ଟର ଅଭିଯୁକ୍ତର ଲାଇେସନ୍ସ ରଦ୍ଦ କରିଦେଇଥିଲେ।

ମିଳିଥିବା ସୂଚନା ଅନୁସାରେ, ମୋହାଲୀ ଖରଡ଼ ଅଞ୍ଚଳରେ ଡ଼୍ରଗ୍ସ ଆଣ୍ଡ୍ ଫୁଡ଼ କଣ୍ଟ୍ରୋଲର ଏକ ଲାବୋଟେରୀ ଅଛି। ସେଠାରେ ମହିଳା ଡ୍ରଗ୍ସ ଇନିସପେକ୍ଟର ନେହା ଶୈାରି (୪୦) କାର୍ଯ୍ୟ କରନ୍ତି। ଅପରାହ୍ନ ସମୟରେ ଅଭିଯୁକ୍ତ ବଳବିନ୍ଦର (୫୬) ଅଫିସରେ ପସିଥିଲା। ଗୁଳି ମାରିବା ସମୟରେ ନେହା ଚେୟାରରୁ ଟିକେ ଘୁଂଚି ଯିବାରୁ ଗୁଳି ତାଙ୍କ ମୁଣ୍ଡରେ ବାଜିଥିଲା ।

ଗୁରୁତର ନେହାଙ୍କୁ ତୁରନ୍ତ ହସପିଟାଲକୁ ନିଆଯାଇଥିଲା । ହସପିଟାଲ ଯିବା ବାଟରେ ନେହାଙ୍କ ମୃତ୍ୟୁ ହୋଇଥିଲା । ପୁଲିସ ଘଟଣାସ୍ଥଳୀରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ବୋଲି ସୂଚନା ମିଳିଛି।