କରୋନା ପାଇଁ ୩୩ ବର୍ଷ ପରେ ଦୂରଦର୍ଶନରେ ପୁଣି ଫେରିବ ରାମାୟଣ, ମହାଭାରତ!

ନୂଆଦିଲ୍ଲୀ ୨୬/୩: ଲକ୍‌ଡାଉନ୍‌ ସମୟରେ ଘରେ ବସି କ’ଣ କରିବେ? କିଛି ଲୋକ ମତ ଦେବେ କି ସେମାନେ ଘରେ ବସି ବସି ବୋର୍‌ ହୋଇଯାଉଛନ୍ତି । ସେହିପରି ପିଲାମାନେ ବି ବାହାରକୁ ଖେଳିବାକୁ ଯାଇପାରୁ ନଥିବାରୁ ଅବସାଦଗ୍ରସ୍ତ ହୋଇଯାଉଛନ୍ତି ବୋଲି କେତେକ କହିବେ । ତେବେ ଏଭଳି ଅବସାଦ ଦୂର କରିବା ପାଇଁ ଦୂରଦର୍ଶନରେ ରାମାନନ୍ଦ ସାଗରଙ୍କ ନିର୍ଦ୍ଦେଶିତ ରାମାୟଣ ଏବଂ ବି ଆର ଚୋପ୍ରାଙ୍କ ନିର୍ଦ୍ଦେଶିତ ମହାଭାରତ ଧାରାବାହିକର ପୁନଃପ୍ରସାରଣ କରିବା ପାଇଁ ଜୋରଦାର ଦାବି ଉଠୁଛି । ସୋସିଆଲ ମିଡିଆରେ ଅଖିଳେଶ ଶର୍ମା ନାମକ ଜଣେ ସାମ୍ବାଦିକ ପ୍ରଥମେ ଏଭଳି ଦାବି ଉଠାଇଥିଲେ ଯାହାକୁ ବହୁ ଲୋକ ସମର୍ଥନ କରିଛନ୍ତି ।

ଏହାପରେ ପ୍ରସାର ଭାରତୀର ସିଇଓ ଶଶୀ ଶେଖର ଟ୍ୱିଟ୍‌ କରି କହିଛନ୍ତି ଯେ ସଂସ୍ଥା ତରଫରୁ ଏଥିପାଇଁ ଦୁଇ ଧାରାବାହିକର ପ୍ରସାରଣ ଅଧିକାର ରଖିଥିବା କଂପାନିଗୁଡିକ ସାଙ୍ଗରେ ଆଲୋଚନା ଚାଲିଛି । ଦୂରଦର୍ଶନରେ ୧୯୮୭ ମସିହାରେ ରାମାୟଣ ଧାରାବାହିକ ପ୍ରଥମେ ପ୍ରସାରିତ ହୋଇଥିଲା । ଏହା ସେତେବେଳେ ଭାରତରେ ଖୁବ ଲୋକପ୍ରିୟ ହୋଇଥିଲା । ବିଶ୍ୱର ୫୫ଟି ଦେଶରେ ୬୫୦ ନିୟୁତ ଲୋକ ଏହାକୁ ଟିଭିରେ ଦେଖିଥିଲେ । ୧୯୮୮ରେ ଆଉ ଏକ ପୌରାଣିକ ଧାରାବାହିକ ମହାଭାରତର ପ୍ରସାରଣ କରାଯାଇଥିଲା । ତାହା ବି ରାମାୟଣ ଭଳି ବହୁତ ଲୋକପ୍ରିୟ ହୋଇଥିଲା । କିନ୍ତୁ ଅନେକ ଲୋକ ମତ ଦେଉଛନ୍ତି କି ଆଜିକାଲିକା ପିଢି ଏହି ଦୁଇ ଧାରାବାହିକ ଦେଖିନଥିବାରୁ ଭାରତୀୟ ପୁରାଣ, ସାହିତ୍ୟ ଏବଂ ସଂସ୍କୃତିର ମହାନତା ସମ୍ପର୍କରେ ଜାଣିବାରୁ ବଂଚିତ ହେଉଛନ୍ତି । ତେଣୁ ଏଗୁଡିକୁ ଆଉ ଥରେ ପ୍ରସାରଣ କରାଯାଉ ।

   ସମ୍ବନ୍ଧିତ ଖବର


କ୍ବାରେଣ୍ଟାଇନରେ ଥିବା ଯୁବକ ଉଲଘ୍ନ ଅବସ୍ଥାରେ ଖସି ପଳାଇଲେ, ରାଗରେ ପଡୋଶୀ ମହିଳାଙ୍କୁ କାମୁଡିବା ପରେ ମୃତ୍ୟୁ

କରୋନା ଲକଡାଉନ ଭିତରେ ଭୟଙ୍କର ସ୍ଥିତି, ଘରକୁ ଫେରିବାକୁ ଆନନ୍ଦ ବିହାରରେ ହଜାର ହଜାର ସଂଖ୍ୟାରେ ଶ୍ରମିକଙ୍କ ଭିଡ

ଲକ ଡାଉନ : ୨୧ ବର୍ଷୀୟ ଯୁବକ ଜୀବନ ହାରିଦେଲେ !

କରୋନା ବେଶରେ ଲୋକଙ୍କୁ ଲକ୍‌ଡାଉନ୍‌ ବିଷୟରେ ବୁଝାଇଲା ପୁଲିସ୍‌