PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ଏବେ ଚା’ ଜଳଖିଆ ପାଇଁ ଅଧିକ ଟଙ୍କା ଗଣିବେ ଟ୍ରେନ୍ ଯାତ୍ରୀ, ଏହା ହେଉଛି ନୂଆ ଦର

ନୂଆଦିଲ୍ଲୀ, ୨୪|୧୨:  ଯଦି ଆପଣ ଟ୍ରେନ୍ ଯାତ୍ରା ସମୟରେ ଖାଦ୍ୟ ଖାଉଛନ୍ତି ତେବେ ଆପଣଙ୍କୁ ପୂର୍ବାପେକ୍ଷା ଅଧିକ ଟଙ୍କା ଗଣିବାକୁ ପଡିବ। ଆଇଆରସିଟିସି ତରଫରୁ ଷ୍ଟକ୍ ଏକ୍ସଚେଞ୍ଜ ଅର୍ଥାତ ବିଏସଇ ଓ ଏନଏସଇକୁ ନୂଆ ମେନୁ କାର୍ଡ ବାବଦରେ ତଥ୍ୟ ଦିଆଯାଇଛି।

ଏଥିରେ କୁହାଯାଇଛି ଯେ, ଏକ୍ସପ୍ରେସ୍ ସମେତ ରାଜଧାନୀ, ଶତାବ୍ଦୀ ଓ ଦୁରନ୍ତ ଭଳି ଟ୍ରେନରେ ଖାଦ୍ୟପେୟ ମହଙ୍ଗା କରିଦିଆଯାଇଛି। ଏହି ନୂଆ ମେନୁ କାର୍ଡକୁ ରେଳବାଇ ବୋର୍ଡ୍ ମଞ୍ଜୁରୀ ପ୍ରଦାନ କରିଛି।

କଣ ରହିଛି ମେନୁ

ଆଇଆରସିଟିସି ତରଫରୁ ଦିଆଯାଇଥିବା ତଥ୍ୟାନୁସାରେ, ନିରାମିଷ ଜଳଖିଳା ପାଇଁ ୩୫ ଟଙ୍କା ଓ ଆମିଷ ପାଇଁ ୪୫ ଟଙ୍କା ଦେବାକୁ ପଡିବ। ଯଦି ଆପଣ ସାଧାରଣ ନିରାମିଷ ଭୋଜନ ନେଉଛନ୍ତି ତେବେ ଆପଣଙ୍କୁ ୭୦ ଟଙ୍କା ଦେବାକୁ ପଡିବ। ସେହିଭଳି ଚିକେନ୍ ମିଲ ପାଇଁ ୧୨୦ ଟଙ୍କା ଦେବାକୁ ପଡିବ। ଏହିପରି ୩୫୦ ଗ୍ରାମ ଭେଜ୍ ବିରିୟାନୀ, ଅଣ୍ଡା ବିରିୟାନୀ ଓ ଚିକେନ୍ ବିରିୟାନୀର ଦାମ ଯଥାକ୍ରମେ ୭୦ ଓ ୧୦୦ ଟଙ୍କା ରହିଛି।

ଏହା ବ୍ୟତୀତ ୩୫୦ ଗ୍ରାମ ସ୍ନାକ୍ସ ପାଇଁ ୫୦ଟଙ୍କା ଦେବାକୁ ପଡିବ। ରାଜଧାନୀ, ଦୁରନ୍ତ, ଶତାବ୍ଦୀରେ ଚା’, ଜଳଖିଆ ଓ ଖାଦ୍ୟର ଦାମରେ ବୃଦ୍ଧି ଘଟିଛି।

ଦୁରନ୍ତର ସ୍ଲିପର୍ କ୍ଲାସରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଜଳଖିଆ ପାଇଁ ୬୫ ଟଙ୍କା, ଭୋଜନ ପାଇଁ ୧୨୦ ଟଙ୍କା ଓ ସଂଧ୍ୟା ଜଳଖିଆ ପାଇଁ ୫୦ ଟଙ୍କା ଦେବାକୁ ହେବ।

ସମ୍ବନ୍ଧିତ ଖବର