PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

RMRC ପୋର୍ଟାଲରେ ଆକ୍ରାନ୍ତଙ୍କ ସଂଖ୍ୟାର ରିଅଲ ଟାଇମ୍ ହେବ‌ ଅପଡେଟ୍‌ : ପ୍ରେମ୍‌ଚନ୍ଦ୍ର ଚୌଧୁରୀ

ଭୁବନେଶ୍ବର ୫।୮ : ଏଣିକି ଭୁବନେଶ୍ୱରରେ ବାହାରୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ତତ୍‌କ୍ଷଣାତ୍‌ ଆରଏମଆରସି ପୋର୍ଟାଲରେ ଅପଡେଟ୍‌ ହେବ । ଆସନ୍ତା ୬ ତାରିଖଠାରୁ ଆକ୍ରାନ୍ତଙ୍କ ସଂଖ୍ୟାର ରିଅଲ ଟାଇମ୍‌ ଅପଡେଟ୍‌ କରିବାକୁ ଆଜି ନିଷ୍ପତ୍ତି ହୋଇଛି । ରାଜଧାନୀରେ କରୋନା ପରୀକ୍ଷା କରୁଥିବା ୧୧ଟି ସଂସ୍ଥାକୁ ଆଜି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ବିଏମ୍‌ସି କମିଶନର ପ୍ରେମ୍‌ଚନ୍ଦ୍ର ଚୌଧୁରୀ ।

ଏବେ ଦିନକୁ ୧୬୦୦ରୁ ଅଧିକ ନମୁନା ପରୀକ୍ଷା ହେଉଛି । ତେବେ ପରୀକ୍ଷା ରିପୋର୍ଟ ଶୀଘ୍ର ପାଇବା ସହ କଣ୍ଟାକ୍ଟ ଟ୍ରେସିଂରୁ ତ୍ୱରିତ କରିବାକୁ ଏହି ରିଅଲ ଟାଇମ୍‌ ଅପଡେଟ୍‌ ଉପଯୋଗୀ ହେବ । ଯେତେ ଶୀଘ୍ର ଆକ୍ରାନ୍ତ ଚିହ୍ନଟ ହୋଇ ତାଙ୍କ ସଂସ୍ପର୍ଶରେ କିଏ ଆସିଛନ୍ତି ଜଣାପଡିବ, ସେତେ ଶୀଘ୍ର ସଂକ୍ରମଣର ଚେନ୍‌ ବ୍ରେକ୍‌ ହୋଇପାରିବ । ଏଥିପାଇଁ ନମୁନା ପରୀକ୍ଷା ହୋଇ ରିପୋର୍ଟ ଆସିବା ମାତ୍ରେ ଏହାକୁ ଆଇସିଏମଆର ପୋର୍ଟାଲରେ ଅପଲୋଡ୍‌ କରିବାକୁ କୁହାଯାଇଛି ।

ସବୁ ନମୁନାର ରିପୋର୍ଟକୁ ଅପେକ୍ଷା ନ କରି ପର୍ଯ୍ୟାୟକ୍ରମେ ଏହାକୁ ପଠାଇବାକୁ ଆଲୋଚନା ହୋଇଛି । ତେବେ କରୋନା ପରୀକ୍ଷା କରୁଥିବା ସମସ୍ତ ଟେଷ୍ଟିଂ ସେଣ୍ଟରର ପଞ୍ଜୀକରଣ ବାଧ୍ୟତାମୂଳକ କରାଯିବା ସହ ଟେଷ୍ଟିଂର ମୂଲ୍ୟ ପୋର୍ଟାଲ୍‌ରେ ଉଲ୍ଲେଖ କରିବାକୁ କୁହାଯାଇଛି । ଭୁବନେଶ୍ୱରରୁ ପଜିଟିଭ୍‌ ବାହାରୁଥିବା ଅନ୍ୟ ଜିଲ୍ଲାରୁ ଆକ୍ରାନ୍ତଙ୍କ ଠିକଣା ମଧ୍ୟ ଏଥିରେ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୋର୍ଟାଲ୍‌ରେ ରିଅଲ ଟାଇମ୍‌ ଅପଡେଟ୍‌ ସହ ବିଏମସିକୁ ନିର୍ଦ୍ଧାରିତ ଫର୍ମାଟ୍‌ରେ ସନ୍ଧ୍ୟା ୭ଟା ସୁଦ୍ଧା ସମସ୍ତ ଆକ୍ରାନ୍ତଙ୍କ ସୂଚନା ପଠାଇବାକୁ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଟେଷ୍ଟିଂ ପୂର୍ବରୁ ସାମ୍ପଲ୍‌ ରେଫରାଲ ଫର୍ମ ନେବାକୁ ବାଧ୍ୟତାମୂଳକ କରାଯାଇଛି ।