PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟାଙ୍ଗୀରେ ୧୭ଟିକିଆ ହାତୀପଲ ଆତଙ୍କ, ଗାଁରେ ପଶିଲେ, ଫସଲ ନଷ୍ଟ କଲେ
  • ||
  • ଢେଙ୍କାନାଳ : ୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • କଳାହାଣ୍ଡି : ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ ଯୁବକ, ଫାସରେ ପଡି ଜୀବନ ଗଲା
  • ||
  • ଚାନ୍ଦବାଲି : ମୁଖ୍ୟ ବଜାରରେ ହଠାତ୍ ଭୁଶୁଡିଲା ବିଦ୍ୟୁତ୍ ଖୁଣ୍ଟି, ଅଳ୍ପକେ ବର୍ତ୍ତିଲେ ପଥଚାରୀ
  • ||
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

୮ ଦିନର ପୁଅକୁ ୨ ହଜାରରେ ବିକିଲା ବାପା, ଉଦ୍ଧାର ଶିଶୁ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ

ଫୁଲବାଣୀ,୫।୮ : ୮ ଦିନର ପୁଅକୁ ୨ ହଜାର ଟଙ୍କାରେ ବିକିଦେଲା ବାପା । ଖଜୁରିପଡ଼ା ଥାନା ଅନ୍ତର୍ଗତ ବଲସକୁମ୍ପା ପଞ୍ଚାୟତ ବୁଡୁପଡ଼ା ଗ୍ରାମର ଜଗଦୀଶ ଦିଗାଲ ଫୁଲବାଣୀର ଚିତ୍ରକୁଟ ସାହିରେ ରହୁଥିବା ଏକ ନିଃସନ୍ତାନ ଦମ୍ପତିକୁ ନିଜର ପୁଅକୁ ବିକ୍ରି କରିଥିବା ଅଭିଯୋଗ ହୋଇଛି । ଘଟଣା ପ୍ରଘଟ ହେବା ପରେ ଚାଇଲ୍ଡ ଲାଇନ୍‌ ଶିଶୁକୁ ଉଦ୍ଧାର କରିଛି । ଶିଶୁଟି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିିତ୍ସିତ ହେଉଥିବା ବେଳେ ଘଟଣା ସମ୍ପର୍କରେ ଡିସିପିଓ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁଯାୟୀ, ଖଜୁରିପଡ଼ା ଥାନା ଅନ୍ତର୍ଗତ ବଲସକୁମ୍ପା ପଞ୍ଚାୟତର ବୁଡୁପଡ଼ା ଗ୍ରାମର ଜଗଦୀଶ ଦିଗାଲ ୧୦ ବର୍ଷ ତଳେ ପ୍ରମୋଦିନୀଙ୍କୁ ବିବାହ ହୋଇଥିଲା । ତାଙ୍କର ୯ ବର୍ଷର ପୁଅଟିଏ ଅଛି । ଗତ ୮ ଦିନ ତଳେ ଆଉ ଏକ ପୁଅ ଜନ୍ମ ହୋଇଥିଲା । ତେବେ ପ୍ରମୋଦିନୀ ମାନସିକ ବିକୃତ ରୋଗରେ ପୀଡ଼ିତ ଥିବା ଗାଁ ଲୋକ କହିଛନ୍ତି । ଗତ ୨ ତାରିଖରେ ପରିବାରର ସମସ୍ତେ ଖାଇ ପିଇ ଶୋଇଥିଲେ । ଏହି ସମୟରେ ପ୍ରମୋଦିନୀ କୁଆଡ଼େ ଚାଲି ଯାଇଥିଲେ । ସକାଳେ ଶିଶୁର କାନ୍ଦ ଶୁଣି ଜଗଦୀଶ ଉଠି ପ୍ରମୋଦିନୀ ନଥିବା ଦେଖି ଖୋଜାଖୋଜି କରିଥିଲେ । କିନ୍ତୁ କେଉଁଠି ପାଇ ନଥିଲେ । ଏତିକି ବେଳେ ଜଣେ ସମ୍ପର୍କୀୟ ଆସି ଶିଶୁଟିକୁ ଫୁଲବାଣୀ ଚିତ୍ରକୁଟ ସାହିରେ ରହୁଥିବା ଏକ ନିଃସନ୍ତାନ ଦମ୍ପତିଙ୍କୁ ଦେଇ ଦେବାକୁ କହିଥିଲେ ।

ତାଙ୍କ କଥାରେ ଜଗଦୀଶ ଶିଶୁଟିକୁ ଉକ୍ତ ଦମ୍ପତିଙ୍କୁ କୁଆଡ଼େ ୨ ହଜାର ଟଙ୍କାରେ ବିକ୍ରି କରିଥିଲେ ବୋଲି ଗାଁ ଲୋକ ଅଭିଯୋଗ କରିଛନ୍ତି । ଏନେଇ ଚାଇଲ୍ଡଲାଇନ ଅଭିଯୋଗ ପାଇବା ପରେ ଡିସିପିଓ ରଶ୍ମିତା କରଣ ଓ ଖଜୁରିପଡା ଥାନାରେ ଅଭିଯୋଗ କରିଥିଲେ । ଡିସିପିଓଙ୍କ ନିର୍ଦ୍ଦେଶରେ ପୁଲିସ ଉପସ୍ଥିତିରେ ଚାଇଲ୍ଡ ଲାଇନ୍‌ ଶିଶୁକୁ ଉଦ୍ଧାର କରି ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ଚାଇଲ୍ଟଲାଇନ ଇନଚାର୍ଜ ପ୍ରଭାସ ନାୟକ ସୂଚନା ଦେଇଛନ୍ତି । ଶିଶୁ ବର୍ତ୍ତମାନ ଏସ୍‌ଏନ୍‌ସିୟୁରେ ଚିକିିତ୍ସିତ ହେଉଥିବା ସେ କହିଛନ୍ତି । ଏନେଇ ଖଜୁରିପଡ଼ା ଥାନାରେ ଅଭିଯୋଗ ହୋଇଥିବା ସେ କହିଛନ୍ତି । ତେବେ ଚାଇଲ୍ଡଲାଇନର ଅଭିଯୋଗ ପାଇ ଶିଶୁକୁ ଉଦ୍ଧାର କରିବାକୁ ପୁଲିସ୍‌ ଯାଇଥିଲା ବୋଲି ଥାନାଧିକାରୀ ରମାକାନ୍ତ ପାତ୍ର କହିଛନ୍ତି ।