ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ହସ୍ପିଟାଲ ଷ୍ଟାଫଙ୍କୁ ହସାଉଥିଲେ ରିଷି କପୁର, ସବୁବେଳେ କହୁଥିଲେ ଏହି ଗୋଟିଏ କଥା

ମୁମ୍ବାଇ,୩୦।୪: ବଲିଉଡର ସୁପରଷ୍ଟାର ରିଷି କପୁରଙ୍କର ସକାଳେ ହୋଇଯାଇଛି ପରଲୋକ। ୬୭ ବର୍ଷରେ ସାରା ଦୁନିଆକୁ ଅଲବିଦା କହିଥିବା ରିଷି କପୁର ବଲିଉଡରେ ରୋମାଣ୍ଟିକ ହିରୋ ଭାବରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେ ଖାଦ୍ୟ ପ୍ରିୟ ବ୍ୟକ୍ତି ସହିତ ସବୁବେଳେ ହସ ଖୁସିରେ ରହିବାକୁ ପସନ୍ଦ କରୁଥିଲେ। ଏପରିକି ମୃତ୍ୟୁର ଶେଷ ସମୟରେ ମଧ୍ୟ ସେ ହସ୍ପିଟାଲ ଷ୍ଟାଫଙ୍କୁ ନିଜ କଥାରେ ଖୁବ୍ ହସାଉଥିଲେ। ସବୁବେଳେ ସେ ନିଜେ ଖୁସି ରହିବା ସହ ଅନ୍ୟମାନଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରୁଥିଲେ।  

କପୁର ପରିବାର ପକ୍ଷରୁ କୁହାଯାଇଛି, ଆମର ପ୍ରିୟା ଋଷି କପୁର ୨ ବର୍ଷ ପର୍ଯ୍ୟନ୍ତ ଲ୍ୟୁକୋମିୟା ସହିତ ଲଢେଇ କରୁଥିଲେ। ଆଜି ସକାଳ ୮ଟା ୪୫ ମିନିଟରେ ଆମ ସମସ୍ତଙ୍କୁ ଛାଡି ଚାଲିଗଲେ। ଡାକ୍ତର ଓ ମେଡିକାଲ ଷ୍ଟାଫଙ୍କ କହିବା ଅନୁସାରେ, ସେ ଶେଷ ମୁହୂର୍ତ୍ତରେ ସମସ୍ତଙ୍କର ମନୋରଞ୍ଜନ କରୁଥିଲେ। ରିଷି କ୍ୟାନସର ସହ ଲଢେଇ କରୁଥିବା ବେଳେ ଦୁଇ ବର୍ଷ ଧରି ଦୃଢ ମନୋବଳ ଓ ହସଖୁସି ସ୍ବଭାବ ଛାଡି ପାରିନଥିଲେ।

ରିଷିଙ୍କ ପରିବାରର ଲୋକଙ୍କ କହିବା ଅନୁସାରେ, ସେ ଖୁବ୍  ଖାଦ୍ୟ ପ୍ରିୟ ଥିଲେ ଏହା ସହ  ଫିଲ୍ମ ଦୁନିଆରେ ନିଜକୁ ସକ୍ରିୟ ରଖିବାକୁ ଚେଷ୍ଟା କରୁଥିଲେ। ସେ ଶେଷ ସମୟରେ ଗୋଟିଏ କଥା କହୁଥିଲେ, ମୁଁ ସବୁବେଳେ ହସିବାକୁ ଚାହେଁ, ମୋତେ  ସମସ୍ତେ ହସଖୁସିରେ ଥିବାରେ ମନେରଖନ୍ତୁ, କାନ୍ଦୁଥିବାର ନୁହେଁ। ତେଣୁ ଶେଷ ମୁହୂର୍ତ୍ତରେ ମଧ୍ୟ ସମସ୍ତଙ୍କୁ ହସାଇବାକୁ ଚାହୁଁଥିଲେ।’

   ସମ୍ବନ୍ଧିତ ଖବର


ଜମ୍ମୁ-କଶ୍ମୀର: କୁଲଗ୍ରାମରେ ଆତଙ୍କୀ ଆକ୍ରମଣ, ଚାଲିଗଲା ୩ ବିଜେପି ନେତାଙ୍କ ଜୀବନ

କଲରାପତରିଆର ଡିଆଁ ଦେଖି ଲୋକେ କହିଲେ ଅଲମ୍ପିକ୍ ଯିବା ଉଚିତ୍, ଭିଡିଓ ଭାଇରାଲ

ବାଲେଶ୍ବରରେ ନବୀନଙ୍କ ଡିଜିଟାଲ ରାଲି, କହିଲେ- କରୋନା ଦୂର ହେଲେ ଆପଣମାନଙ୍କ ପାଖକୁ ଆସିବି

ସୂର୍ଯ୍ୟକୁମାର ଯାଦବ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି ଯଦି ଆମ ଦେଶରୁ ଖେଳନ୍ତୁ, ପୂର୍ବତନ ଖେଳାଳି ଟ୍ବିଟ କରି ଦେଲେ ଅଫର

କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ମୋଡେର୍ଣ୍ଣା

ବିଦେଶୀ କମ୍ପାନୀର ସେୟାରରେ ପଇସା ଲଗାଇବା ହେଲା ସହଜ, ଆଉ କରନ୍ତୁନି ବିଳମ୍ବ