PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ନାସା ବୈଜ୍ଞାନିକଙ୍କ ସୂଚନା, ନିଜକୁ ସୁରକ୍ଷିତ ରଖିବାକୁ ଏଲିୟନମାନେ ମଙ୍ଗଳ ଗ୍ରହରେ ସୁଡ଼ଙ୍ଗ କରି ରହୁଛନ୍ତି

ଓ୍ବାଶିଂଟନ୍,୧୫।୪: ନାସାର ମୁଖ୍ୟ ୟୁଏଫ୍ଓ(ଅନ୍ ଆଇଡେଣ୍ଟିଫାଏଡ ଫ୍ଳାଇଙ୍ଗ ଅବଜେକ୍ଟ) ବିଶେଷଜ୍ଞମାନେ ୧୭ ବର୍ଷ ପୁରୁଣା ଏକ ଫଟୋକୁ ଆଧାର କରି ମଙ୍ଗଳ ଗ୍ରହରେ ଏଲିୟନମାନେ ରହୁଛନ୍ତି ବୋଲି ଏକ ଆଶ୍ଚର୍ଯ୍ୟଜକର ବୟାନ ଦେଇଛନ୍ତି। ବୈଜ୍ଞାନିକ ସ୍କଟ୍ ସି ଓ୍ବେରିଙ୍ଗଙ୍କ କହିବା ଅନୁସାରେ ଏହି ସ୍ଥାନ ଖୁବ୍ ପୁରୁଣା। ୨୦୦୧ରେ ମାର୍ସ ଓଡିସି ମିଶନ୍ ସମୟରେ ଓଲିପାସ ମୋର୍ସ ଜ୍ବାଲାମୁଖୀ ଜରିଆରେ ଏଲିୟନଙ୍କ ଏହି ସ୍ଥାନ ଦେଖିବାକୁ ମିଳିଥିଲା ଓ ଏହାର ଫଟୋ ଉଠାଯାଇଥିଲା। ଏଲିୟନମାନେ ନିଜକୁ ସୁରକ୍ଷିତ ରଖିବା ପାଇଁ ମଙ୍ଗଳ ଗ୍ରହରେ ସୁଡଙ୍ଗ କରି ରହୁଛନ୍ତି ବୋଲି ବୈଜ୍ଞାନିକ ଜଣକ କହିଛନ୍ତି। ଉଲ୍ଲେଖନୀୟ ଯେ ଓଲପନ୍ସ ମୋନ୍ସ ବ୍ରହ୍ମାଣ୍ଡରେ ଏପର୍ଯ୍ୟନ୍ତ ମିଳିଥିବା ଏହା ସବୁଠାରୁ ବଡ ଜ୍ବାଲାମୁଖ୍ୟୀ ଅଟେ।

ନାସାର ଏହି ଫଟୋ ତଳର କୋଣରେ ପଥର ଦେଖିବାକୁ ମିଳିଛି, ଯାହାକି ୟୁଏଫଓ ଏକ୍ସପର୍ଟ ଓ୍ବେରିଙ୍ଗଙ୍କ ଅନୁସାରେ ଏହା ଏଲିୟନର ବିଲ୍ଡିଂ ହୋଇପାରେ। ବୋରିଙ୍ଗ ଯେଉଁ ୟୁଏଫ୍ଓ ସାଇଟିଂ ଡେଲି ନାମକ ଏକ ବ୍ଲଗ ଚଲାଉଛନ୍ତି। ସେ କହିଛନ୍ତି ଏହି ଫଟୋରେ ସ୍ପଷ୍ଟ ଭାବରେ ଏଲିୟନଙ୍କ ଏକ ପିରାମିଡ ଦେଖିବାକୁ ମିଳିଛି, ଯାହାକି ଏକ ବିଲ୍ଡିଂ ବୋଲି କୁହାଯାଉଛି।

source: https://www.express.co.uk

ବୈଜ୍ଞାନିକଙ୍କ କହିବା ଅନୁସାରେ ଯେଉଁ କଥା ଠିକ୍ ଭାବରେ ବୁଝି ହେଉଛି, ତାହା ହେଲା ଏହା ଏକ ଚୋକୋର ଢାଞ୍ଚାର ପିରାମିଡ୍ ଭଳି  ସ୍ଥାନ ସହିତ ସୁଡଙ୍ଗ ଜରିଆରେ ସଂଯୋଗ କରୁଛି। ଏହାକୁ ଏଲିୟନମାନେ ତିଆରି କରିପାରନ୍ତି, ସେମାନେ କେବଳ ଏହି ଗ୍ରହର ଚାରିପଖେ ବୁଲୁଛନ୍ତି ତାହା ନୁହେଁ ସେମାନେ ନିଜକୁ ସୁରକ୍ଷିତ ରଖିବା ପାଇଁ ସୁଡଙ୍ଗ ମଧ୍ୟ ତିଆରି କରିଛନ୍ତି।

source: https://www.irishtimes.com

ୟୁଏଫଓ ସମ୍ପର୍କରେ ଓ୍ବେରିଙ୍ଗଙ୍କ ଦେଇଥିବା ସୂଚନା  ଲୋକଙ୍କୁ ଭରଷାଯୋଗ୍ୟ ମନେହେଉଛି। ସେମାନେ ଏଲିୟନ୍ସର ଗତିବିଧି ସମ୍ପର୍କରେ ସୂଚନା ଏକାଠି କରିବା ପାଇଁ ମଙ୍ଗଳ ଗ୍ରହ ଓ ଚନ୍ଦ୍ରମା ଭଳି ହଜାର ହଜାର ଫଟୋକୁ ଅଧ୍ୟନ କରାଯାଇଛି। ବହୁବାର ତାଙ୍କର ଫଟୋରେ କେବଳ ପଥମ ଓ ଏଲିୟନଙ୍କ ଛାଇ ରହିଛି। କିନ୍ତୁ ଏହା ଖୋଜି ବୈଜ୍ଞାନିକ ଏଲିୟନଙ୍କ ଅସ୍ତିତ୍ବ ଉପରେ ସମ୍ପୂର୍ଣ୍ଣ ଭାବରେ ବିଶ୍ବାସ କରନ୍ତି।

ସମ୍ବନ୍ଧିତ ଖବର