ଦ୍ବିତୀୟ କରୋନା ମୃତ ବ୍ୟକ୍ତିଙ୍କ ତଥ୍ୟ : ମୃତକ ୭୭ ବର୍ଷୀୟ ବ୍ୟକ୍ତି ଭୁବନେଶ୍ୱର ମଧୁସୂଦନ ନଗର ଅଞ୍ଚଳର

ଭୁବନେଶ୍ୱର ୬।୫ : ଆଜି ରାଜ୍ୟରେ ଦ୍ଵିତୀୟ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏହି ୭୭ ବର୍ଷୀୟ ବ୍ୟକ୍ତି ଜଣକ ଭୁବନେଶ୍ୱର ମଧୁସୂଦନ ନଗର ଅଞ୍ଚଳର ବୋଲି ଜଣାପଡ଼ିଛି। ସେ ହାଇପରଟେନସନ, ଡାଇବେଟିସ୍, କୀଡିନୀ ରୋଗରେ ଆକ୍ରାନ୍ତ ଥିଲେ । ଗତକାଲି କିମସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି। ତେବେ ଠିକ ମାସକ ପରେ ଓଡ଼ିଶାରେ ଦ୍ଵିତୀୟ କରୋନା ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ଏପ୍ରିଲ ୬ ତାରିଖରେ ଓଡ଼ିଶାରେ ପ୍ରଥମ କରୋନା ମୃତ୍ୟୁ ହୋଇଥିଲା ।ଯଦିଓ ସଂପୃକ୍ତ ୭୨ବର୍ଷୀୟ ବ୍ୟକ୍ତିଜଣଙ୍କ ଏକାଧିକ ରୋଗରେ ଆକ୍ରାନ୍ତ ଥିଲେ , କିନ୍ତୁ ନମୁନା ପରୀକ୍ଷାରୁ ସେ କୋଭିଡ-୧୯ ପଜିଟିଭ୍‌ ଥିବା ଜଣାଯାଇଛି । ଅପ୍ରେଲ୍‌ ୪ତାରିଖରେ ଝାରପଡା ଅଞ୍ଚଳର ସେହି ବ୍ୟକ୍ତିଜଣଙ୍କ ଅସୁସ୍ଥତା କାରଣରୁ ଏମ୍‌ସରେ ଭର୍ତ୍ତି ହୋଇଥିଲେ । ତାଙ୍କର ଶ୍ୱାସପ୍ରଶ୍ୱାସ ଜନିତ ଅସୁସ୍ଥତା ଥିଲା ଏବଂ ସେ ଜଣେ କ୍ରନିକ୍‌ ଉଚ୍ଚ ରକ୍ତ ଚାପ ରୋଗୀ ଥିଲେ । ଚିକିତ୍ସା ଜାରି ଥିବା ବେଳେ ସୋମବାର ଦିନ ତାଙ୍କର ମୃତ୍ୟୁ ଘଟିଛି । ଚିକିତ୍ସାଧୀନ ଥିବା ବେଳେ ତାଙ୍କ ନମୁନା ପରୀକ୍ଷଣ ପାଇଁ ପଠାଯାଇଥିଲା । ପରୀକ୍ଷା ରିପୋର୍ଟରୁ ସେ କୋଭିଡ-୧୯ରେ ଆକ୍ରାନ୍ତ ଥିବା ଆଜି ଜଣାପଡିଥିଲା। ଫଳରେ ରାଜ୍ୟରେ ତାହା ପ୍ରଥମ କରୋନା ଜନିତ ମୃତ୍ୟୁ ବୋଲି କୁହାଯାଇଥିଲା।

   ସମ୍ବନ୍ଧିତ ଖବର


ଏବର୍ଷ ହେବନି ପ୍ରସିଦ୍ଧ ବାଲିଯାତ୍ରା, କୋଭିଡ ସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି

ମାତିଲେ ଗଜରାଜ, ଦଳିଲେ ଏକର ଏକର ଧାନ ଫସଲ, ଭୟରେ ଗ୍ରାମବାସୀ

ଛୁଟିରେ ୩ ଦିନ ଖୋଲା ରହିବ ଆର୍‌ଟିଓ: ଜାଣନ୍ତୁ କେଉଁ କେଉଁ ଦିନ..

ଆଇପିଏଲ୍‌ ବେଟିଂ କିଙ୍ଗ୍‌ପିନ୍ ଗିରଫ ! ବିପୁଳ ପରିମାଣର ଟଙ୍କା, ବୁକି ତାଲିକା ଜବତ

ଆଜି ତିର୍ତ୍ତୋଲରେ ରୋଡ୍‌ ସୋ’ କରିବେ ଧର୍ମେନ୍ଦ୍ର

ନଭେମ୍ବରରୁ ଖୋଲିବ ସିନେମା ହଲ୍‌ ! ପ୍ରସ୍ତୁତି ଶେଷ, ଦର୍ଶକଙ୍କୁ ଅପେକ୍ଷା…