କଶ୍ମୀରରେ ଆଇଏସ୍ କମାଣ୍ଡର ନିହତ

ନୂଆଦିଲ୍ଳୀ,୧୦।୫: ଦକ୍ଷିଣ  ଜାମ୍ମୁ-କାଶ୍ମୀରର ସୋପିଆନର ଆଶିପୋରା ଅଞ୍ଚଳରେ ଆଜି ଭୋର ସମୟରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଥିଲା।ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ତାଙ୍କ ନାମ ଇଶାକ ସୋଫି ଏବଂ ଘର ସୋପୋର ଅଞ୍ଚଳରେ। ଇଶାକ୍‌ ଇସଲାମିକ ଷ୍ଟେଟ(ଆଇଏସ) ଜାମ୍ମୁ-କାଶ୍ମୀରର କମାଣ୍ଡର ଥିଲା। ଘଟଣା ପରେ ପ୍ରଶାସନ ସୋପିଆନ ଓ ସୋପରର ବିଭିନ୍ନ ଅଞ୍ଚଳରେ ହିଂସାକାଣ୍ହ ପେର ମୋବାଇଲ ଇଣ୍ଟରେନଟ୍ ସେବା ଏବଂ ଶିକ୍ଷାନୁଷ୍ଠାନ ବନ୍ଦ କରିଦିଆଯାଇଛି।

 ଇଶାକ ୨୦୧୫ରେ ତହରିକ୍- ଉଲ-ମୁଜାହିଦ୍ଦିନରେ ଯୋଗ ଦେଇଥିଲା। ଏହା ପରେ ୨୦୧୮ରେ ଆତଙ୍କବାଦୀ ସଂଗଠନ ଆଇଏସରେ ସାମିଲ ହୋଇଥିଲା।ଇଶାକ ନିକଟରୁ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଜବତ ହୋଇଛି। ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ଗୁରୁବାର ବିଳମ୍ବିତ ରାତିରେ ଯବାନମାନେ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ। ଆତଙ୍କୀମାନେ ଲୁଚି ରହିଥିବା ସ୍ଥାନକୁ ଯବାନମାନେ ଘେରିଯାଇଥିଲେ। ଆତଙ୍କୀମାନେ ସେଠାରୁ ଖସିବାକୁ ଉଦ୍ୟମ କରି ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା।  

   ସମ୍ବନ୍ଧିତ ଖବର


ଯୁବ ୟୁଟ୍ୟୁବର ଧକ୍କା କରିଦେଲେ ପିତାଙ୍କର ୨୫କୋଟିର କାର୍ – ଆଘାତ ପାଇ ଏମିତି ବାର୍ତ୍ତା ଦେଲେ

ମାର୍ଶଲ ଆର୍ଟ ବୟଙ୍କ କମାଲ୍: ୧ ମିନିଟ୍‌ରେ ମୁଣ୍ଡରେ ଖୋଲିଲେ ୬୮ଟି ବୋତଲର ଠିପି, କଲେ ୱାର୍ଲଡ ରେକର୍ଡ

ସ୍ଥଳ ସେନାର ବ୍ରହ୍ମୋସ୍‌ ମିସାଇଲ୍‌ର ସଫଳ ପରୀକ୍ଷଣ

କଟକ IIFL‌ ଡକାୟତି ଘଟଣାର ପର୍ଦ୍ଦାଫାଶ : ୨୦ କୋଟିର ଲୁଟେରାଙ୍କୁ ବାନ୍ଧିଲା ପୋଲିସ, କମ୍ପାନୀ କର୍ମଚାରୀ ମାଷ୍ଟରମାଇଣ୍ଡ

ନାଗାର୍ଜୁନ ବେଶ ଆଉ ୩ ଦିନ: ବେଶ ଲାଗିରେ ରହିବେ ୨୨ ପୁଷ୍ପାଳକ ସେବକ

‘ଆରେ ତୁମେ କ’ଣ କରୁଛ..ପୁରା କେଶ କାଟିଦେବ କି..ଆରେ ୟାର…’ ଇଣ୍ଟରନେଟ୍‌ରେ ଧମାଲ କରୁଛି ଏହି କୁନିର ଝିଅର ହେୟାର କଟିଂ ଭିଡ଼ିଓ