PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: କଟକରୁ ଧରାପଡ଼ିଥିବା ନକଲି କରୋନା ଔଷଧ ଝାରସୁଗୁଡ଼ାର ଏକ ମେଡିକାଲ ଷ୍ଟୋରରୁ ଠାବ, ଜବତ କଲେ ଝାରସୁଗୁଡ଼ା ଡ୍ରଗ୍ ଇନ୍ସପେକ୍ଟର
  • ||
  • କୋକସରା: ଶୌଚ ପାଇଁ ଯାଇ ଘରକୁ ଫେରିନଥିଲେ, ପୋଖରୀରୁ ଉଦ୍ଧାର ହେଲା ମୃତଦେହ
  • ||
  • କଳାହାଣ୍ଡି : ହିମାଚଳ ପ୍ରଦେଶରୁ କରୋନା ସଂପର୍କିତ ନକଲି ଔଷଧ ଆଣି ବିତରଣ ଅଭିଯୋଗରେ କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିଟିକାଲ ଓ ଧର୍ମଗଡ ସ୍ଥିତ ଜୟହୀନ୍ଦ ଟ୍ରେଡର୍ସ ଉପରେ ଚଢ଼ାଉ
  • ||
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ଯେଉଁ ଦୋକାନରେ ମୋଦି କେବେ ଚା’ ବିକ୍ରି କରୁଥିଲେ,ସେହି ସ୍ଥାନକୁ କରାଯିବ ଏଭଳି

ଅହମ୍ମଦାବାଦ,୨।୯: ପିଲାବେଳୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଜନ୍ମସ୍ଥାନ ବଡନଗର ରେଲଓ୍ବେ ଷ୍ଟେସନରେ ଯେଉଁଠି ଚା ବିକ୍ରି କରୁଥିଲେ ଏବେ ସେହି ଚା’ ଦୋକାନ ହେବ ପର୍ଯ୍ୟଟନ ସ୍ଥଳ। ଏଭଳି ଏକ ଯୋଜନା କରାଯାଉଛି ବୋଲି କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ପଟେଲ କହିଛନ୍ତି। ନିକଟରେ ସେ ବଡନଗର ଯାଇଥିଲେ ଏବଂ ପର୍ଯ୍ୟଟନର ବିକାଶ ପାଇଁ ସେହି ସ୍ଥାନକୁ ଚିହ୍ନଟ କରିଥିଲେ, ଯାହାକୁ ଆଗାମୀ ଦିନରେ ବିକଶିତ କରିହେବ। ପଟେଲ ସହରର ସେହି ରେଲଓ୍ବେ ଷ୍ଟେସନକୁ ଯାଇଥିଲେ, ଯେଉଁଠାରେ ସେହି ଦୋକାନ ରହିଛି। କୁହାଯାଏ ଯେ, ମୋଦିଙ୍କ ପିଲାବେଳ ଖୁବ୍ ଦାରିଦ୍ର୍ୟତାରେ କଟିଛି। ତେଣୁ ସେ ପିଲାବେଳେ ତାଙ୍କ ବାପାଙ୍କ ସହ ଏହି ରେଳଷ୍ଟେସନରେ ଚା’ ବିକ୍ରି କରୁଥିଲେ। ଏ ବିଷୟରେ ନିଜେ ପ୍ରଧାନମନ୍ତ୍ରୀ ମୋଦି ବହୁବାର କହିସାରିଛନ୍ତି।

୨୦୧୪ରେ ଲୋକସଭା ନିର୍ବଚନରେ କଂଗ୍ରେସ ମଣି ଶଙ୍କର ଆୟର ସେତେବେଳେ ବିଜେପିର ପ୍ରଧାନମନ୍ତ୍ରୀ ପଦର ପ୍ରାର୍ଥୀ ଥିବା ମୋଦିଙ୍କ ଚା’ ବିକ୍ରି କରିବା କଥା ନେଇ ତାତ୍ସଲ୍ୟ କରିଥିଲେ। ସେ କହିଥିଲେ ମୋଦି ଏକବିଶଂ ଶତାବ୍ଦୀରେ କେବେ ଦେଶର ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ଓ ଯଦି ଚାହାନ୍ତି ତେବେ ଏଆଇସିସି ଅଧିବେଶନରେ ଚା’ ବିକ୍ରି କରିପାରିବେ। ଏହାକୁ ବିଜେପି ଓ ମୋଦି ବଡ ପ୍ରସଙ୍ଗ କରିଥିଲେ। ବିଜେପି ଏହାପରେ ‘ଚାୟେ ପେ ଚର୍ଚ୍ଚା’ ଅଭିଯାନ ଆରମ୍ଭ କରିଥିଲା।

ପର୍ଯ୍ୟଟନ ମନ୍ତ୍ରୀ ଏହି ଚା’ ଦୋକାନକୁ ଦେଖିବାକୁ ଯାଇଥିଲେ। ଟିଣରେ ତିଆରି ଏହି ଚା’ ଦୋକାନ ତଳ ଅଂଶରେ ଜଙ୍କ ଲାଗିବା କାରଣରୁ ଏହା ଭାଙ୍ଗିବା ଅବସ୍ଥାରେ ଅଛି। ଏହାକୁ ରକ୍ଷା କରିବା ପାଇଁ ଅଧିକାରୀଙ୍କୁ ପର୍ଯ୍ୟଟନ ମନ୍ତ୍ରୀ କହିଥିଲେ, ଦୋକାନକୁ କାଚ ଦେଇ ଢାଙ୍କି ଦିଆଯାଉ। ଏହାଛଡା ସେ ନିର୍ଦେଶ ଦେଇଥିଲେ ଏହି ଦୋକାନର ବର୍ତ୍ତମାନର ସ୍ବରୂପକୁ ଜାରି ରଖାଯାଉ। ଏହା ସହିତ ସେ ବଡନଗରର ଅନ୍ୟ ଐତିହାସିକ ଓ ଧାର୍ମିକ ମହତ୍ତ୍ବ ସ୍ଥାନକୁ ଗସ୍ତ କରିଥିଲେ।  

ସମ୍ବନ୍ଧିତ ଖବର