ଓଡ଼ିଆ ଫିଲ୍ମ ନିର୍ମାତାଙ୍କ ଚଳଚ୍ଚିତ୍ର ‘ଜୋସେଫ୍‌’କୁ ସିଲ୍‌ଭର ରେମି ପୁରସ୍କାର

ଭୁବନେଶ୍ୱର ୨୧/୪: ଓଡ଼ିଆ ଫିଲ୍ମ ନିର୍ମାତାଙ୍କ ଚଳଚ୍ଚିତ୍ର ‘ଜୋସେଫ୍‌(ବର୍ଣ୍ଣ ଇନ୍‌ ଗ୍ରେସ୍‌)’ ସିଲ୍‌ଭର ରେମି ପୁରସ୍କାର ପାଇଛି। ୫୩ତମ ୱାର୍ଲ୍ଡଫେଷ୍ଟ-ହୋଷ୍ଟନ୍‌ ଇଣ୍ଟରନ୍ୟାସନାଲ୍‌ ଫିଲ୍ମ ଆଣ୍ଡ୍‌ ଭିଡିଓ ଫେଷ୍ଟିଭାଲ୍‌ରେ ଖ୍ରୀଷ୍ଟିଆନ ଫିଚର ଫିଲ୍ମ କାଟାଗୋରୀରେ ଫିଲ୍ମଟି ପୁରସ୍କାର ପାଇବା ଲାଗି ଜୁରୀଙ୍କ ଦ୍ୱାରା ମନୋନୀତ ହୋଇ ଘୋଷଣା କରାଯାଇଛି । ଏଥିପାଇଁ ଏହି ଫିଲ୍ମକୁ ନିର୍ମାଣ କରିଥିବା ଅଶୋକ ମହାପାତ୍ର ନିର୍ମାଣଧୀନ ଟିମ୍‌କୁ ସୋସିଆଲ୍‌ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି । ଏହାବ୍ୟତୀତ୍‌ ସିନେମାଟି ଢ଼ାକା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ୍‌, ଔରଙ୍ଗାବାଦ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ୍‌, ଥାର୍ଡ ଆଇ ଏସିଆନ ଫିଲ୍ମ ଫେଷ୍ଟିଭାଲ୍‌, ନୂଆଦିଲ୍ଲୀ ଫିଲ୍ମ ଫେଷ୍ଟିଭାଲ୍‌-ଏନ୍‌ଡିଏଫ୍‌ଏଫ୍‌ ଇଣ୍ଟରନ୍ୟାସନାଲ, ଜୟପୁର ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ୍‌ ଲାଗି ମନୋନୀତ ହୋଇଛି ।

ସୂଚନାଯୋଗ୍ୟ ଓସ୍କାର ପାଇଁ ଯୋଗ୍ୟ ବିବେଚିତ ୩୪୪ଟି ଫିଚର ଫିଲ୍ମ ମଧ୍ୟରେ ଏହା ସ୍ଥାନ ପାଇଥିଲା । ଅଶୋକ ମହାପାତ୍ରଙ୍କ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଓଡ଼ିଶା ଜନ୍ମିତ ଫିଲ୍ମମେକର ସୁଶାନ୍ତ ମିଶ୍ର । ପ୍ରଯୋଜକ ଶ୍ରୀ ମହାପାତ୍ର କହିଛନ୍ତି, ଏହା ମୋର ବାପାଙ୍କ ରଚିତ କାହାଣୀ । ତେଣୁ ସିନେମାଟି ସମ୍ପୂର୍ଣ୍ଣ ଭାବେ ମୋର ଗୁରୁଜନଙ୍କୁ ଉତ୍ସର୍ଗୀକୃତ । ଉମାକାନ୍ତ ମହାପାତ୍ରଙ୍କ ଲିଖିତ କ୍ଷୁଦ୍ରଗଳ୍ପ ‘ଜୋସେଫ୍‌’ ଉପରେ ଫିଲ୍ମଟି ଆଧାରିତ, ଯାହା ୧୯୬୦ ରୁ ୧୯୮୦ ମଧ୍ୟରେ ହିମାଳୟ ପାଦଦେଶର ଏକ କଥାବସ୍ତୁ ।

ଏହା ସୁଶାନ୍ତଙ୍କ ଦ୍ୱାରା ନିର୍ଦ୍ଦେଶିତ ଚତୁର୍ଥ ଫିଲ୍ମ । ପୂର୍ବରୁ ସେ ୧୯୯୩ ରେ ‘ଇନ୍ଦ୍ରଧନୁର ଛାଇ’, ୨୦୦୦ ରେ ଓଡ଼ିଆ ଫିଲ୍ମ ‘ବିଶ୍ୱପ୍ରକାଶ’ ଏବଂ ଉଭୟ ହିନ୍ଦୀ ଓ ଓଡ଼ିଆ ଭାଷାର ଚଳଚ୍ଚିତ୍ର ‘ଧରିନି’ର ନିର୍ଦ୍ଦେଶନା ଦେଇଛନ୍ତି । ବଡ଼ କଥା ହେଲା ଏହି ଚଳଚ୍ଚିତ୍ରର ସୁଟିଂ ୨୦ ଦିନରେ ଉତ୍ତରାଖଣ୍ଡରେ କରାଯାଇଛି । ଏହି ଫିଲ୍ମର ବିଭିନ୍ନ ଭୂମିକାରେ ଭିକ୍ଟର ବାନାର୍ଜୀ, ଅନାମିକା ଗୋସ୍ୱାମୀ, ଦୀପିକା ଏଲିଜାବେଥ ଲାକ୍ରା, ହେମା ନୋରିଆଲ, ସୁବ୍ରତ ଦତ୍ତ, ଦେବାଶିଷ ସାହୁ, ଗୌତମ ଚାଟାର୍ଜୀ, ଦୀପେଶ ବିଷ୍ଟ ପ୍ରମୁଖ ଅଭିନୟ କରିଛନ୍ତି ।

   ସମ୍ବନ୍ଧିତ ଖବର


ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now

ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ହ୍ରିତିକ୍‌ ରୋଶନଙ୍କ ମାଆ କଲେ ପୋଷ୍ଟ – କହିଲେ , ସମସ୍ତେ ସତ ଜାଣିବାକୁ ଚାହୁଁଛନ୍ତି …କିନ୍ତୁ

ମକର ସଂକ୍ରାନ୍ତିରେ ପରଦାକୁ ଆସିବ ‘ହାତୀ ମେରେ ସାଥୀ’

‘ମିସ୍‌ ଇଣ୍ଡିଆ ଚାର୍ମିଂ ଫେସ୍‌’ ଈପ୍‌ସିତା

ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ଭଲ ପାଉଛନ୍ତି ପରିଣିତି ଚୋପ୍ରା, ସବୁ ଜାଣି ବି ଚୁପ୍ ଅଛନ୍ତି କରୀନା !

ସୁନା କି ଚାନ୍ଦି ନୁହେଁ, ଏଥର ସିଲଭର୍‌ ସିଟିରେ ଝଲସିବ ଜରି ମେଢ଼: ଅଳଙ୍କାର ଓ ଜରି ମେଢ଼ କାରିଗରଙ୍କର ବଢିଛି ଚାହିଦା