PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ – ଧାଡ଼ି ଦର୍ଶନକୁ ପ୍ରଶାସନର ଗୁରୁତ୍ୱ

ପୁରୀ :  ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ । ସରକାରୀ ନିର୍ଦ୍ଦେଶକୁ ଅପେକ୍ଷା । ଭିତ୍ତିଭୂମି ପ୍ରସ୍ତୁତି ନିମନ୍ତେ ପ୍ରଶାସନ ତତ୍ପର ହୋଇଛି । କୋଭିଡ୍‌ ସଂକ୍ରମଣ ହଟିନଥିବାରୁ ଭକ୍ତଙ୍କ ପାଇଁ କ’ଣ ସବୁ କଟକଣା  ରହିବ ସେନେଇ ବିଚାର ବିମର୍ଶ ହେବ । ଏହି ସବୁ ପ୍ରସଙ୍ଗ ଉପରେ ଆଲୋଚନା  କରିବାକୁ ଆସନ୍ତାକାଲି ଶ୍ରୀମନ୍ଦିର ସମନ୍ୱୟ କମିଟିର ୱେବିନାର ଡକାଯାଇଛି । ସୂଚନା ମିଳିଛି ଅଗଷ୍ଟ ମାସର ପ୍ରଥମାର୍ଦ୍ଧରେ ଶ୍ରୀମନ୍ଦିରରେ ଭକ୍ତଙ୍କୁ ପ୍ରବେଶ ଅନୁମତି ମିଳିବ । ଏହାର ସୂଚନା ସିଂହଦ୍ୱାର ନୋ’ ଏଣ୍ଟ୍ରିଜୋନରେ ଭକ୍ତଙ୍କ ଦର୍ଶନ ସେଡ ନିର୍ମାଣରୁ ସୂଚନା ମିଳୁଛି ।

ପ୍ରଶାସନ ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ଧାଡ଼ି ଦର୍ଶନକୁ ଏବେ ଗୁରୁତ୍ୱ ଦେଉଛି । ତା ସହ ଶ୍ରୀମନ୍ଦିର ଭିତର ବେଢ଼ାରେ ବିଶୋଧନ ହୋଇଛି । ସିଂହଦ୍ୱାରରୁ ବାହାର କାଠ ପର୍ଯ୍ୟନ୍ତ  ଭକ୍ତଙ୍କ ଧାଡି ଦର୍ଶନ ରହିବ । ଧାଡି ଦର୍ଶନ ପାଇଁ ନାଟମଣ୍ଡପ, ସାତପାହାଚ, କୀର୍ତ୍ତନ ଚକଡା ଆଦିରେ ଲୁହା କ୍ୟାରିକେଡ୍‌ ଲାଗିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ କ୍ରିଷନ କୁମାରଙ୍କ ସଂଯୋଜନାରେ ଆସନ୍ତାକାଲି ଏହି ୱେବିନାରରେ ପୁରୀ ଜିଲ୍ଲାପାଳ, ପୁରୀ ଏସପିଙ୍କ ବ୍ୟତିତ ଶ୍ରୀମନ୍ଦିର ଦର୍ଶନ ସହ ଯୋଡି ରହିଥିବା ସମସ୍ତ ଭାଗୀଦାରଙ୍କ ମତାମତ ନିଆଯିବ ।

ରାଜ୍ୟ ସରକାରଙ୍କ ଅଗଷ୍ଟ ମାସ କୋଭିଡ୍‌ ଏସଓପି ଘୋଷଣା ମୁତାବକ ଦୁଇ ଡୋଜ କୋଭିଡ୍‌ ଟିକା ନେଇଥିବା ଭକ୍ତଙ୍କୁ କେବଳ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମିଳିବା ନିଶ୍ଚିତ ହୋଇଯାଇଛି । ଏଥିପାଇଁ ଭକ୍ତମାନେ ପ୍ରମାଣପତ୍ର  ଦାଖଲ କରିବାକୁ ପଡିବ । ତା ବ୍ୟତୀତ ମାସ୍କ, ଧାଡି ଦର୍ଶନରେ ଭକ୍ତଙ୍କ ମଧ୍ୟରେ ୬ ଫୁଟର ଦୂରତା ରକ୍ଷା, ହାତ ଧୋଇ ଶ୍ରୀମନ୍ଦିର ପ୍ରବେଶ କରିବାର ଚଳନ୍ତି ନିୟମ ବି ପ୍ରଶାସନ ଲାଗୁ କରିବ ବୋଲି ଜଣାପଡିଛି ।

ଅଗଷ୍ଟ ୪ତାରିଖରେ ଶ୍ରୀମନ୍ଦିର ସମନ୍ୱୟ କମିଟି ମତାମତ ନିଆଯିବ । ଏହା ପରେ ଛତିଶା ନିଯୋଗ ବୈଠକ ଡକାଯିବ । ଛତିଶା ନିଯୋଗ ସହ ବିଚାର ବିମର୍ଶ କରି ଦର୍ଶନ ବ୍ୟବସ୍ଥା ଉପରେ ସହମତି ଲୋଡାଯିବ । ଏହାପରେ କେବେ ଶ୍ରୀମନ୍ଦିର ଦର୍ଶନ ଖୋଲିବ  ସେନେଇ ଶ୍ରୀମନ୍ଦିର ପ୍ରଶାସନ ବିଧିବଦ୍ଧ ଭାବେ ଘୋଷଣା କରିବ ।