ଏସ୍‌ଆରଏମ୍‌ ଛାତ୍ର ପ୍ରସ୍ତୁତ କଲେ କରୋନା ଇନଫୋ ଟ୍ରାକର, ମୋବାଇଲ୍ ଆପରେ ମିଳିବ ତଥ୍ୟ

ଭୁବନେଶ୍ୱର ୨୭/୩: ଏସଆରଏମ୍‌ ଇନଷ୍ଟିଚ୍ୟୁଟ୍‌ ଆଣ୍ଡ ଟେକ୍ନୋଲୋଜି, କାଟ୍ଟାନାକୁଲାଥୁରର ଜଣେ ଛାତ୍ର ଏକ କରୋନା ଇନଫୋ ଟ୍ରାକର ପ୍ରସ୍ତୁତ କରିଛନ୍ତି । ଏହାର ନାମ ସେ ରଖିଛନ୍ତି କରୋନା ଆପ୍‌ । ଏହାକୁ ପ୍ରସ୍ତୁତ କରିଥିବା ଛାତ୍ର ଜଣକ ହେଲେ ଅନୁପମ୍‌ ତିୱାରୀ । ସେ ବର୍ତ୍ତମାନ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ଆଣ୍ଡ କମ୍ପ୍ୟୁଟର ସାଇନ୍ସର ଜଣେ ଛାତ୍ର । ଅନୁପମ ଏହି ଆପ୍‌ ବିଷୟରେ କହିଛନ୍ତି ଯେ ଏହି ଆପ୍‌ ଜରିଆରେ ଜଣେ କରୋନା ସଂକ୍ରମଣ ସମ୍ପର୍କରେ ସବିଶେଷ ତଥ୍ୟ ପାଇପାରିବ ।

ମୋବାଇଲ ଆପ୍‌ ବ୍ରାଉଜର ବ୍ୟବହାରକାରୀମାନେ ଏହି ଆପ୍‌କୁ ଡାଇନଲୋଡ୍‌ କରିପାରିବେ । ଏହାକୁ ଡାଉନଲୋଡ କରିବା ପରେ ଏହାର ମ୍ୟାପ ଉପରେ ଥିବା ଲାଲ ରଙ୍ଗର ଡଟ୍‌ କୁ କ୍ଲିକ କଲେ ଭାଇସର କେସ ଗୁଡିକର ଅପଡେଟ୍‌ ମିଳିପାରିବ । ଏହି ଆପ ପ୍ରକୃତ ସମୟ ଅନୁସାରେ ଅପଡେଟ୍‌ ହେବ ଏବଂ ସିଡିସି ଓ ଡବ୍ଲ୍ୟୁଏଚଓ ର ଡାଟା ଅନୁସାରେ ପରିଚାଳିତ ହେବ ।

   ସମ୍ବନ୍ଧିତ ଖବର


କ୍ବାରେଣ୍ଟାଇନରେ ଥିବା ଯୁବକ ଉଲଘ୍ନ ଅବସ୍ଥାରେ ଖସି ପଳାଇଲେ, ରାଗରେ ପଡୋଶୀ ମହିଳାଙ୍କୁ କାମୁଡିବା ପରେ ମୃତ୍ୟୁ

କରୋନା ଲକଡାଉନ ଭିତରେ ଭୟଙ୍କର ସ୍ଥିତି, ଘରକୁ ଫେରିବାକୁ ଆନନ୍ଦ ବିହାରରେ ହଜାର ହଜାର ସଂଖ୍ୟାରେ ଶ୍ରମିକଙ୍କ ଭିଡ

ଲକ ଡାଉନ : ୨୧ ବର୍ଷୀୟ ଯୁବକ ଜୀବନ ହାରିଦେଲେ !

କରୋନା ବେଶରେ ଲୋକଙ୍କୁ ଲକ୍‌ଡାଉନ୍‌ ବିଷୟରେ ବୁଝାଇଲା ପୁଲିସ୍‌