ଉପଜିଲ୍ଲାପାଳ ଅଫିସ ଓ ତହସିଲ ଅଫିସ ୩ ଦିନ ସଟଡାଉନ୍ ଘୋଷଣା

ଆଠଗଡ ୭।୮ : ଆଠଗଡ ଉପଜିଲ୍ଲାପାଳଙ୍କ ଅଫିସ ଓ ତହସିଲ ଅଫିସ ୩ ଦିନ ପାଇଁ ସଟଡାଉନ୍ ଘୋଷଣା କରାଯାଇଛି। ଉପ-ଜିଲ୍ଲାପାଳଙ୍କ ଅଫିସରୁ ୪ ଓ ତହସିଲ ଅଫିସରୁ ୬ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି। କରୋନା ଆକ୍ରାନ୍ତ ଚିହ୍ନଟ ପରେ ଉଭୟ ଅଫିସକୁ ୩ ଦିନ ପାଇଁ ସଟଡ଼ାଉନ୍ ଘୋଷଣା କରାଯାଇଛି ବୋଲି ଆଠଗଡ଼ ଉପ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଆଠଗଡ ଏନଏସିର ରାସରସିକପୁର ସ୍କୁଲରେ ବୁଧବାର ସଂଗୃହିତ ୮୫ଜଣଙ୍କର ସ୍ୱାବ୍‍ ପରୀକ୍ଷା ପରେ ସେମାନଙ୍କ ମଧ୍ୟରୁ ୧୧ଜଣ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ରିପୋର୍ଟ ଆଧାରରେ ୧୧ଜଣ ସଂକ୍ରମିତ ଥିବା ନେଇ ଉପଖଣ୍ଡ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ରଙ୍କ ସୁତ୍ରରୁ ପ୍ରକାଶ। ସଂକ୍ରମିତ ୧୧ଜଣଙ୍କ ମଧ୍ୟରେ ଆଠଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ୪ଜଣ ଓ ତହସିଲ କାର୍ଯ୍ୟର ୬ଜଣ ରହିଥିବା ବେଳେ ଅନ୍ୟଜଣେ କନ୍ତୋଲର ୧୨ନଂ ୱାର୍ଡର ବ୍ୟକ୍ତିବୋଲି ଜଣାପଡ଼ିଛି।

ପୂର୍ବରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ୫ଜଣ କର୍ମଚାରୀ ଓ ଜଣେ ମହିଳା କର୍ମଚାରୀଙ୍କର ୩ଜଣ ସଂପର୍କୀୟଙ୍କୁ ମିଶାଇ ୮ଜଣ କରୋନା ଆକ୍ରାନ୍ତ ହୋଇ ବିଭିନ୍ନ କୋଭିଡ ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା କାର୍ଯ୍ୟାଳୟର ଅନ୍ୟ ୪ଜଣ ଗୁରୁବାର ଚିହ୍ମଟ ହୋଇଥିବା ଜଣାପଡ଼ିଛି। ସେହିପରି ଆଠଗଡ ତହସିଲ ଅଫିସର ସଂକ୍ରମିତ ୬ଜଣ କର୍ମଚାରୀଙ୍କ ମଧ୍ୟରୁ ୨ଜଣ ଆରଆଇ, ଦୁଇଜଣ ଅମୀନ ଓ ୨ଜଣ କିରାଣୀ ରହିଥିବା ତହସିଲଦାର ତପନ କୁମାର ଖୁଣ୍ଟିଆଙ୍କ ସୁତ୍ରରୁ ପ୍ରକାଶ। ବୁଧବାର ରାସରସିକପୁର ସ୍କୁଲରେ ଅନୁଷ୍ଠିତ ସ୍ୱାବ୍‍ ସଂଗ୍ରହ ଶିବିରରେ ଆଠଗଡ ଉପଜିଲ୍ଲାପାଳ ଓ ତହସିଲ କାର୍ଯ୍ୟାଳୟର ପ୍ରାୟ ସମସ୍ତ କର୍ମଚାରୀଙ୍କର ସ୍ୱାବ୍‍ ନମୁନା ପରୀକ୍ଷା ପାଇଁ ସଂଗ୍ରହ କରାଯାଇଥିଲା।

   ସମ୍ବନ୍ଧିତ ଖବର


ପୋଷ୍ଟ ଅଫିସ୍‌ର ଏହି ସ୍କିମ୍‌ରେ ଟଙ୍କା ବିନିଯୋଗ କଲେ ହୋଇଯିବ ଦୁଇ ଗୁଣ,୫୦ ହଜାର ବଦଳରେ ମିଳିବ ଏକଲକ୍ଷ ଟଙ୍କା

ଭୁବନେଶ୍ୱରରେ ମିଳୁଛି କୋଭିଡ ଟିକା !

ରାଜ୍ୟର ପ୍ରମୁଖ ୬ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତ

ରାଜ୍ୟରେ ଏବେ ବେଆଇନ ଧର୍ମଘଟ କଲେ ଏକ ବର୍ଷ ଜେଲ୍‌ କିମ୍ବା ୫ ହଜାର ଜରିମାନା

ଓଡ଼ିଶାର ଚାଷୀଙ୍କୁ ମୋଦି ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍‌-ଗତ ୬ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ISL-7: ଆଜି ହାଇଦ୍ରାବାଦକୁ ଭେଟିବ ଓଡ଼ିଶା ଏଫ୍‌ସି