ବେସରକାରୀ ଚାକିରୀ କରୁଥିବା କର୍ମଚାରୀଙ୍କୁ ଏଥର ମିଳିବ ବଡ଼ ଉପହାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ୨।୪: ସୁପ୍ରିମ କୋର୍ଟ ଦ୍ବାରା ହୋଇଥିବା ନିଷ୍ପତ୍ତିରେ ବେସରକାରୀ ତଥା ପ୍ରାଇଭେଟ୍ ସେକ୍ଟରରେ କାମ କରୁଥିବା ଲୋକଙ୍କୁ ମିଳିଛି ବଡ଼ ଉପହାର। ସୁପ୍ରିମ କୋର୍ଟ ଦ୍ବାରା ପ୍ରାଇଭେଟ୍ ସେକ୍ଟର କର୍ମଚାରୀଙ୍କୁ ମିଳିବାକୁ ଥିବା ପେନସନକୁ ପୂରା ଟଙ୍କା ଆଧାରରେ ଦେବାକୁ ଆଦେଶ ଦେଇଛନ୍ତି। ଯେଉଁଥିରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଏବେ କିଛି ଗୁଣା ଅଧିକ ପେନସନ୍ ମିଳିବ। ବର୍ତ୍ତମାନ ପର୍ଯ୍ୟନ୍ତ ଇପିଏଫ୍ଓ ଦ୍ବାରା ଅଧିକରୁ ଅଧିକ ୧୫ ହଜାର ଟଙ୍କାକୁ ଦରମା ଆକାରରେ ପେନସନ୍ ଦିଆଯାଉଥିଲା।

ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନର ପ୍ରଣାଳୀ ଅନୁସାରେ କର୍ମଚାରୀ ପେନସନ୍ ଯୋଜନା (ଇପିଏସ୍) ପ୍ରକ୍ରିୟା ଦ୍ବାରା ୧୯୯୬ ମସିହା ପର୍ଯ୍ୟନ୍ତ ୬୫୦୦ ଟଙ୍କାର ଦରମା ଆଧାରରେ ତାର ୮.୩୩ ପ୍ରତିଶତ ଭାଗ ପେନସନ୍ ରୂପରେ ଦିଆଯାଉଥିଲା। ମାତ୍ର ଏବେ ସୁପ୍ରିମ କୋର୍ଟ ଦ୍ବାରା ନିଆଯାଇଥିବା ନିଷ୍ପତ୍ତି ଦ୍ବାରା ପେନସନର ଗଣନା ସମ୍ପୂର୍ଣ୍ଣ ଦରମା (ବେସିକ୍+ ଡିଏ+ରିଟେନସନ୍ ବୋନସ) ର ଆଧାରରେ କରାଯିବ। ପେନସନର ଗଣନା ଶେଷ ଦରମା ଆଧାରରେ ହେବ। ଏହି ପ୍ରକ୍ରିୟାରେ ଯଦି କୈାଣସି କର୍ମଚାରୀର ଦରମା ମାସରେ ୫୦ ହଜାର ଟଙ୍କା ହୁଏ ତେବେ ପ୍ରତି ମାସରେ ପ୍ରାୟ ୨୫ହଜାର ଟଙ୍କା ପେନସନ୍ ରୂପରେ ମିଳିବ। ଯେବେକି ପୁରୁଣା ପ୍ରଣାଳୀ ଦ୍ବାରା ଏହି ପେନସନ୍ ମାତ୍ର ୫୧୮୦ ଟଙ୍କା ହେଉଥିଲା।

୨୦୧୪ ମସିହାରେ ଇପିଏଫ୍ଓ ଦ୍ବାରା କରାଯାଇଥିବା ସଂଶୋଧନ ପରେ କର୍ମଚାରୀଙ୍କ ପେନସନର ଗଣନା ୬୫୦୦ ବଦଳରେ ୧୫୦୦୦ ଆଧାରରେ କରିବାକୁ ମଞ୍ଜୁରି ମିଳିଯାଇଥିଲା। ଏଥିରେ ଏହା ବି ନିର୍ଧାରିତା କରିଦିଆଯାଇଛି ପେନସନର ଗଣନା କର୍ମଚାରୀଙ୍କ ଗତ ୫ବର୍ଷର ହାରାହାରି ଦରମା ଆଧାରରେ ହେବ।

   ସମ୍ବନ୍ଧିତ ଖବର


ବାବା ରାମଦେବଙ୍କ ଭାଇଙ୍କୁ ମିଳିଲା ଏହି ଦାୟିତ୍ୱ – କେତେ ଟଙ୍କା ଦରମା ନେବେ ଜାଣନ୍ତୁ

ଭାରତ ପାଙ୍ଗୋଙ୍ଗ୍‌ ଲେକ୍‌ ଏବଂ ଲଦାଖ ସୀମାରେ ମୁତୟନ କରିଛି ‘ଅଦୃଶ୍ୟ କମାଣ୍ଡୋ’ -ଜାଣନ୍ତୁ ଏମାନେ କିଏ ଏବଂ ନେଇଛନ୍ତି କେଉଁ ତାଲିମ

ବିଦେଶରେ ଥିବା ୫୦ ଜଣ ବେଜ୍ଞାନିକଙ୍କ ସହ କରୋନା ସଂକ୍ରମିତ ବୈଜ୍ଞାନିକଙ୍କୁ ଭାରତ ଅଣାଗଲା

ଚର୍ଚ୍ଚାରେ ଅଜିତ ଡୋଭାଲଙ୍କ ଶ୍ରୀଲଙ୍କା ଗସ୍ତ, ଏହି ସବୁ ବିଷୟରେ କରିଛନ୍ତି ଆଲୋଚନା

ଜହ୍ନରେ ହେବ ୧୭୪ କୋଟି ଟଙ୍କାର ଟୟଲେଟ୍, ଖର୍ଚ୍ଚ କରିବ ନାସା

ବ୍ରହ୍ମପୁତ୍ର ନଦୀରେ ଡ୍ୟାମ୍‌ ନିର୍ମାଣ କରିବ ଚୀନ୍‌ : ଭାରତ ଓ ବାଂଲାଦେଶର ବଢ଼ିଲା ଚିନ୍ତା