PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ପୀଡ଼ିତାଙ୍କୁ ବିବାହ କରିବ, ନା ଜେଲ ଯିବ ? ଦୁଷ୍କର୍ମକାରୀକୁ ଏମିତି ପ୍ରଶ୍ନ କଲେ ସୁପ୍ରିମକୋର୍ଟ

https://www.thehindu.com/

ନୂଆଦିଲ୍ଲୀ,୦୨/୦୩: ଦୁଷ୍କର୍ମ ଶିକାର ହୋଇଥିବା ଜଣେ ନାବାଳିକାଙ୍କୁ ବିବାହ କରିବା ପାଇଁ ଜଣେ ଅଭିଯୁକ୍ତଙ୍କୁ ସୁପ୍ରିମକୋର୍ଟ ପ୍ରଶ୍ନ କରିବାକୁ ନେଇ ଗତକାଲି ସୋସିଆଲ ମିଡିଆରେ ଝଡ଼ ଉଠିଛି । ଅନେକ ଲୋକ ଏହି ପ୍ରସଙ୍ଗରେ ନିଜର ମତ ବ୍ୟକ୍ତ କରୁଛନ୍ତି ।

ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ର ଷ୍ଟେଟ୍‌ ଇଲେକ୍ଟ୍ରିକ୍‌ କଂପାନିରେ କାର୍ଯ୍ୟରତ ମୋହିତ ସୁଭାଷ ଚୌହାନ ନାମକ ଜଣେ ବ୍ୟକ୍ତି କିଛି ବର୍ଷ ତଳେ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିଲେ । ନାବାଳିକାର ମାଆ ଏନେଇ ପୁଲିସରେ ଅଭିଯୋଗ କରିବାକୁ ଯାଉଥିଲାବେଳେ ଅଭିଯୁକ୍ତଙ୍କ ମାଆ ତାଙ୍କୁ ଅଟକାଇଥିଲେ ଏବଂ ଉଭୟଙ୍କ ବିବାହ କରାଇବାକୁ ପ୍ରସ୍ତାବ ଦେଇଥିଲେ । ଝିଅଟି କମ୍‌ ବୟସର ହୋଇଥିବାରୁ ସେତେବେଳେ ବିବାହ ପାଇଁ ସେ ରାଜି ହୋଇନଥିଲା । ଉଭୟ ପକ୍ଷଙ୍କ ମଧ୍ୟରେ କାଗଜପତ୍ରରେ ବୁଝାମଣା ହୋଇଥିଲା କି ନାବାଳିକା ଜଣକ ୧୮ ବର୍ଷର ହୋଇଗଲା ପରେ ଦୁହେଁ ବିବାହ କରିବେ । ହେଲେ ନାବାଳିକା ଜଣକ ୧୮ ବର୍ଷର ହେବା ପରେ ଅଭିଯୁକ୍ତ ଜଣକ ତାଙ୍କୁ ବିବାହ କରିବାକୁ ମନା କରିଦେଲେ । ଏହାପରେ ପୀଡ଼ିତାଙ୍କ ପରିବାର ଦ୍ୱାରା ତାଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଦାଖଲ କରାଯାଇଥିଲା ।

ମାମଲର ଶୁଣାଣି ସମୟରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଅଭିଯୁକ୍ତଙ୍କୁ ପ୍ରଶ୍ନ କରିଥିଲେ ଯେ ସେ ପୀଡ଼ିତାଙ୍କୁ ବିବାହ କରିବା ପାଇଁ ଇଛୁକ କି? ୟା’ତ ସେ ତାଙ୍କୁ ବିବାହ କରନ୍ତୁ, ନଚେତ୍‌ ଜେଲ ଯାଆନ୍ତୁ ଏବଂ ନିଜ ଚାକିରିରୁ ବିଦା ହୁଅନ୍ତୁ । ଅଭିଯୁକ୍ତଙ୍କ ଓକିଲ ଦର୍ଶାଇଥିଲେ କି ତାଙ୍କ ମହକିଲ ଇତିମଧ୍ୟରେ ଆଉ ଜଣଙ୍କୁ ବିବାହ କରିସାରିଛନ୍ତି । ତେଣୁ ସେ ଏବେ ସେଇ ପୀଡ଼ିତାଙ୍କୁ କେମିତି ବିବାହ କରିବେ? ଏହାପରେ ସୁପ୍ରିମକୋର୍ଟ କହିଥିଲେ କି ଅଭିଯୁକ୍ତ ଦୁଷ୍କର୍ମ କରିବା ପୂର୍ବରୁ ତା’ର ପରିଣାମ ସମ୍ପର୍କରେ ଚିନ୍ତା କରିବାର ଥିଲା ।

ଅଭିଯୁକ୍ତଙ୍କ ଓକିଲ ପୁଣି ନିବେଦନ କରିଥିଲେ ଯେ ତାଙ୍କ ମହକିଲ ସରକାରୀ କର୍ମଚାରୀ ହୋଇଥିବାରୁ ତାଙ୍କୁ ଏହି ମାମଲାରେ ଗିରଫ କରାଗଲେ, ତାଙ୍କୁ ଚାକିରିରୁ ନିଲମ୍ବିତ କରାଯିବ । ତେଣୁ ତାଙ୍କ ଗିରଫଦାରି ଉପରେ ରୋକ ଲଗାଯାଉ । ସୁପ୍ରିମକୋର୍ଟ ଏହାପରେ ଅଭିଯୁକ୍ତଙ୍କ ଗିରଫଦାରି ଉପରେ ୪ ସପ୍ତାହ ପାଇଁ ରୋକ ଲଗାଇଛନ୍ତି ଏବଂ ସେଇ ସମୟ ମଧ୍ୟରେ ଅଭିଯୁକ୍ତ ଉକ୍ତ ପୀଡ଼ିତାଙ୍କୁ ବିବାହ କରିବା ପାଇଁ ରାଜି କି ନାହିଁ, ସେସମ୍ପର୍କରେ ଅଦାଲତଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟଙ୍କ ପ୍ରଶ୍ନ: ଦମ୍ପତି ଏକତ୍ର ରହୁଥିବା ସମୟରେ ଯୌନ ସମ୍ପର୍କକୁ ଦୁଷ୍କର୍ମ କୁହାଯିବ କି
ଏକ ଦୁଷ୍କର୍ମ ମାମଲାର ଶୁଣାଣି କରୁଥିବା ସମୟରେ ସୁପ୍ରିମକୋର୍ଟ ସୋମବାର ପ୍ରଶ୍ନ କରିଛନ୍ତି କି ଜଣେ ପୁରୁଷ ଏବଂ ମହିଳା ଲିଭ୍‌-ଇନ୍‌ ରିଲେସନରେ ରହୁଥିଲେ, ସେତେବେଳେ ସେମାନଙ୍କ ମଧ୍ୟରେ ହୋଇଥିବା ଶାରୀରିକ ସମ୍ପର୍କକୁ ଦୁଷ୍କର୍ମ କୁହାଯିବ କି?

ପ୍ରଧାନ ବିଚାରପତି ଏସ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଥିଲେ ଯେ ଜଣକୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେବା ଭୁଲ ଅଟେ । କିନ୍ତୁ ଏକ ଦମ୍ପତି ଏକାଠି ରହୁଥିବା ସମୟରେ ଯଦି ଶାରୀରିକ ସମ୍ପର୍କ ରଖିଲେ, ତାହାକୁ ଦୁଷ୍କର୍ମ ବୋଲି କାହିଁକି ବିବେଚନା କରାଯିବ?

ରିପୋର୍ଟ ଅନୁଯାୟୀ, ୟୁପିର ଏହି ଦମ୍ପତି ଦୁଇ ବର୍ଷ ହେଲା ଲିଭ୍‌-ଇନ୍‌ ରିଲେସନରେ ଥିଲେ । କିନ୍ତୁ ପରେ ପୁରୁଷ ବ୍ୟକ୍ତି ଜଣକ ଆଉ ଜଣେ ମହିଳାଙ୍କୁ ବିବାହ କରିଥିଲେ । ଏହାପରେ ତାଙ୍କ ସହ ପୂର୍ବରୁ ଲିଭ୍‌-ଇନ୍‌ ରିଲେସନରେ ଥିବା ମହିଳା ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଥିଲେ ।