PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ଶିକ୍ଷୟତ୍ରୀଙ୍କୁ ୧୨୦୦ ପିଲା ଦେଲେ ଗୁରୁ ଦକ୍ଷିଣା, ବିବାହରେ ୧.୭୧ ଲକ୍ଷ ଟଙ୍କା ଏକାଠି କରି କଲେ କନ୍ୟାଦାନ

ପାଲି,୧୫।୧୨: ଶିକ୍ଷୟତ୍ରୀଙ୍କୁ ଗୁରୁଦକ୍ଷିଣ ଦେଇଛନ୍ତି ୧୨୦୦ ଛାତ୍ରଛାତ୍ରୀ। ପାଲିର ସୁନ୍ଦରବନ ସ୍ଥିତ ରାଜଶ୍ରୀ ସ୍କୁଲର ଶିକ୍ଷୟତ୍ରୀ ହେମା ପ୍ରଜାପତଙ୍କୁ ତାଙ୍କର ଛାତ୍ରଛାତ୍ରୀମାନେ ଗୁରୁଦକ୍ଷିଣା ଭାବରେ ବାହାଘରରେ ୧.୭୧ ଲକ୍ଷ ଟଙ୍କା ଦେଇ କନ୍ୟାଦାନ କରିଛନ୍ତି। ହେମାଙ୍କର ବାପା-ମା ଓ ଭାଇ ନଥିଲେ। ଏଭଳି ସ୍ଥିତିରେ ସେ ସ୍କୁଲର ତାଙ୍କର ଅନ୍ୟ ସହକର୍ମୀ ଏବଂ ଛାତ୍ରଛାତ୍ରୀମାନେ ଗତ ୧୦ ତାରିଖରେ ତାଙ୍କର ବାହାଘର କରିଥିଲେ। ବରଯାତ୍ରୀଙ୍କର ସ୍ବାଗତ କରିଥିଲେ ହେମାଙ୍କର ପରିବାର ଲୋକ।

ହେମାଙ୍କର କହିବା ଅନୁସାରେ, ସେ ପିଲାଙ୍କୁ ପାଠପଢାଇ  ଏହି ଗୁରୁ ଦକ୍ଷିଣକୁ ସମ୍ପୂର୍ଣ୍ଣ କରିବେ। ପିଲାମାନେ ଯାହା କଲେ ତାହା କୌଣସି ସ୍ବପ୍ନଠାରୁ କମ୍ ନୁହେଁ। ସ୍କୁଲର ମ୍ୟାନେଜମେଣ୍ଟ ଓ ଚାତ୍ର-ଛାତ୍ରୀମାନେ ଏବେ ଭଲପାଇବେ ବୋଲି ମୁଁ କେବେ ଭାବିନଥିଲି। ସ୍କୁଲର ନିର୍ଦେଶକ ରାଜେନ୍ଦ୍ର ସିଂ ଧୂରାସନୀ କହିଛନ୍ତି ଯେ, ପିଲାଙ୍କର ଏହି ପଦକ୍ଷେପ ପରେ ଷ୍ଟାପ ଓ ମ୍ୟାନେଜମେଣ୍ଟ ମଧ୍ୟ ହେମାଙ୍କ ବାହାଘରରେ ସାହାର୍ଯ୍ୟ କରିଥିଲେ। ହେମାଙ୍କୁ ମହିଳା ଦିବସରେ ଶ୍ରେଷ୍ଠ ଶିକ୍ଷୟତ୍ରୀ ଭାବରେ ସମ୍ମାନ ଓ ୫୧ ହଜାର ପୁରସ୍କାର ଦିଆଯାଇଥିଲା।

ହେମାଙ୍କ ପିଲାବେଳ ଖୁବ୍ କଠିନ ପରିସ୍ଥିତି ଦେଇ ଗତି କରିଛି। ତାଙ୍କୁ ଯେତେବେଳେ ୬ ମାସ ହୋଇଥିଲା ତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିଲା। ୧୬ ବର୍ଷ ବୟସରେ ମା’ଙ୍କର  ପରଲୋକ ହୋଇଥିଲା। ସାନ ଭଉଣୀକୁ ପଢାଇବାର ଦାୟିତ୍ବ ନେଇଥିଲେ ହେମା। ସେ ସ୍କୁଲରେ ଛୁଟି ପରେ ନିୟମିତ ଭାବରେ ୨ ଘଣ୍ଟା ପର୍ଯ୍ୟନ୍ତ ମାଗଣାରେ ପିଲାମାନଙ୍କୁ ପଢାଉଥିଲେ। ଏପରିକି  ଛୁଟି ଦିନରେ ମଧ୍ୟ ସେ  ସ୍କୁଲ ଛାତ୍ର-ଛାତ୍ରୀଙ୍କର ଏକ୍ସଟ୍ରା କ୍ଲାସ ନେଉଥିଲେ। ହେମା ୫ ବର୍ଷରେ ମାତ୍ର ୬ଟି ଛୁଟି ନେଇଥିଲେ। ସେ ସ୍କୁଲରେ ପିଲାଙ୍କୁ ପଢାଇବା ଭିତରେ ନିଜେ ଏମଏସସି ଓ ବିଏଡ୍ ପାସ୍ କରି ସାରିଥିଲେ। ତାଙ୍କର ନିଜର କାମ ପ୍ରତି ନିଷ୍ଠା ଦେଖି ସମସ୍ତେ ଖୁବ୍ ଭଲ ପାଉଥିଲେ।