PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ରାଜ୍ୟରେ ମୋଟ ୬୮୦୯୩୨ ଜଣ ସୁସ୍ଥ ହେଲେଣି, ଆଜି ୫ ଜିଲ୍ଲାରୁ ୫୦୦ରୁ ଅଧିକ ସୁସ୍ଥ

pic-india tv

ଭୁବନେଶ୍ୱର: ରାଜ୍ୟରେ ଆଜି ୧୦୪୦୫ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ସେଥିମଧ୍ୟରୁ ଖୋର୍ଦ୍ଧାରୁ ୧୪୪୯ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୯୫୪, ଅନୁଗୁଳ ୯୦୮, ସୁନ୍ଦରଗଡ଼ରୁ ୭୦୫, ମୟୂରଭଞ୍ଜରୁ ୫୬୪, ଯାଜପୁରରୁ ୪୯୫, ଭଦ୍ରକରୁ ୪୮୨, ପୁରୀ ୪୭୨ ଜଣ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ କହିଛି।

ସହିପରି ସମ୍ବଲପରୁ ୩୫୪, ବରଗଡ଼ ୩୩୧, ଜଗତସିଂହପୁର ୩୦୯, କେନ୍ଦ୍ରାପଡ଼ା ୩୦୫, ବଲାଙ୍ଗୀର ୨୭୪, ନବରଙ୍ଗପୁର ୨୫୫, କୋରାପୁଟ ୨୫୧, ଗଞ୍ଜାମ ୨୪୨, ବୌଦ୍ଧ ୨୦୦, ନୟାଗଡ଼ ୧୯୦, ଝାରୁସଗୁଡ଼ା ୧୮୬, ବାଲେଶ୍ୱର ୧୮୧, ରାୟଗଡ଼ା ୧୭୨, ଢେଙ୍କାନାଳ ୧୫୫, କେଉଁଝର ୧୪୯, ସୋନପୁର ୧୨୩, ଦେଓଗଡ଼ ୧୦୬,ମାଲକାନଗିରି ୧୦୨, କନ୍ଧମାଳ ୮୨, ଗଜପତି ୬୮, ନୂଆପଡ଼ା ୫୧, କଳାହାଣ୍ଡି ୩୬ ଜଣ ସୁସ୍ଥ ହୋଇଥିବା  ବେଳେ ଷ୍ଟେଟ୍‌ ପୁଲରୁ ୨୫୪ ଜଣ ସୁସ୍ଥ ହୋଇଛନ୍ତି।ନୂତନ ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୬୮୦୯୩୨ ହୋଇଛି।

ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୩୩୧ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ସୂଚନା ଦେଇଥିଲା। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭ ଲକ୍ଷ ୬୪ ହଜାର ୯୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୯୧ ହଜାର ୬୬୩ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୬ ଲକ୍ଷ ୭୦ ହଜାର ୫୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୩୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ନେଇ ମଧ୍ୟ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଫଳରେ ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୨୭୫୪କୁ ବୃଦ୍ଧି ପାଇଛି।