PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ପାକିସ୍ତାନରେ ୧୨୧ ବର୍ଷ ହେବ ଶିକୁଳିରେ ବନ୍ଦୀ ହୋଇ ରହିଛି ଏହି ଗଛ, ଜାଣନ୍ତୁ ଏହାର କାରଣ…

ନୂଆଦିଲ୍ଲୀ, ୨୪।୩: ଆପଣମାନେ ବ୍ରିଟିସ୍ ଶାସନ ସମୟରେ ବହୁ ଅନ୍ୟାୟ ଅତ୍ୟାଚାର ଘଟଣା ସମ୍ପର୍କରେ ଶୁଣିଥିବେ। ଇଂରେଜଙ୍କ ଶାସନ ଯଦିଓ ଶେଷ ହୋଇଯାଇଛି କିନ୍ତୁ ଭାରତ ଓ ପାକିସ୍ତାନରେ  ଏଭଳି କିଛି ନିୟମ-କାନୁନ୍ ରହିଛି ଯାହାକୁ ପାଳନ କରାଯାଇଥାଏ। ଆପଣମାନେ ଏପର୍ଯ୍ୟନ୍ତ କୌଣସି ମଣିଷ ଓ ପଶୁକୁ ବନ୍ଦୀ କରି ରଖାଯାଇଥିବାର ଦେଖିଥିବେ, କିନ୍ତୁ କେବେ କୌଣସି ଗଛକୁ ବନ୍ଦୀ କରି ରଖାଯାଇଥିବା ବିଷୟରେ ଜାଣନ୍ତି କି? ଆମେ ଆପଣଙ୍କୁ କିଛି ଏଭଳି କହିବାକୁ ଯାଉଛୁ, ତାହା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ତାହା ହେଲା ଏହି ଗଛଟି ଗତ ୧୨୧ ବର୍ଷ ହେବ ବନ୍ଦୀ ହୋଇ ରହିଛି।

source: https://www.cluebees.com

ଏହି ଗଛଟି ପାକିସ୍ତାନର ଖୈବର ପଖତୁନଖ୍ବାରେ ରହିଛି। ଏହା ଏକ ବରଗଛ ହୋଇଥିବା ବେଳେ, ତାକୁ ଲୁହା ଶିକୁଳୀରେ  ବାନ୍ଧିକି ରଖାଯାଇଛି। କେବଳ ସେତିକି ନୁହେଁ ଏହା ଉପରେ ଲାଗିଥିବା ପ୍ଳେଟରେ ଲେଖା ହୋଇଛି ‘ଆଇ ଆମ ଅଣ୍ଡର ଆରେଷ୍ଟ’। ଏହି ଗଛ ପାକିସ୍ତାନର ଲାଣ୍ଡି କୋଟାଲରେ ରହିଛି ଏହି ବରଗଛ। ଏହି ଗଛ ଗିରଫ ହେବାର ପଛରେ ମଧ୍ୟ ରହିଛି ଏକ କାହାଣୀ।

source: https://www.reddit.com

ପାକିସ୍ତାନର ଡନ୍ ଖବର କାଗଜରେ ପ୍ରକାଶିତ ଖବର ଅନୁସାରେ ଏହି କାହାଣୀ ୧୮୯୮ ସମୟର, ଯେତେବେଳେ  ନିଶାରେ ଚୁର ଜଣେ ବ୍ରିଟିସ୍ ଅଫିସର ଜେମ୍ସ ସ୍ବାର୍ଡ ଲାଣ୍ଡି କୋଟଲ ଆର୍ମି କ୍ୟାଣ୍ଟନମେଣ୍ଟରେ ବୁଲୁଥିଳେ। ଏହି ସମୟରେ ସେ ଅନୁଭବ କେଳେ ବରଗଛଟି ତାଙ୍କ ଆଡକୁ ଚାଲିଆସୁଛି। ଯାହାଫଳରେ ସେ ଭୟଭୀତ ହୋଇଯାଇଥିଲେ ଓ ଆଖପାଖର  ସୈନିକଙ୍କୁ ନିର୍ଦେଶ ଦେଇଥିଲେ ଗଛଟିକୁ ଗିରଫ କରିଦିଆଯାଉ। ସୈନିକମାନେ ମଧ୍ୟ ନିୟମକୁ ପାଳନ କରି ଗଛଟିକୁ ଲୁହା ଶିକୁଳି​‌ରେ ବାନ୍ଧି ଦେଇଥିଲେ। ୧୨୧ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବି ଏହି ଗଛ ଠିକ୍ ସେଭଳି ଭାବରେ ବନ୍ଦୀ ରହିଛି।

ଇଂରେଜମାନଙ୍କର ଅତ୍ୟାଚାରକୁ ଦର୍ଶାଇବା ପାଇଁ ଏହି ଗଛଟିକୁ ଶତାଧିକ ବର୍ଷ ହେବ ପାକିସ୍ତାନ ସରକାର ଏଭଳି ଶିକୁଳିରେ ବନ୍ଧା ଥିବା ଅବସ୍ଥାରେ ରଖିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ଗଛ ବ୍ରିଟିସ୍ ରାଜର କଳା ଆଇନ ମଧ୍ୟରୁ ଅନ୍ରତମ। ବ୍ରିଟିସ୍ ରାଜ୍ ପ୍ରଣ୍ଟିୟର କ୍ରାଇମସ୍ ରେଗୁଲେସନ୍(ଏଫସିଆର) ଡେକ୍ରୋନିୟନ ଫ୍ରଣ୍ଟିୟର କ୍ରାଇମ ରେଗୁଲେସନ୍ ଆଇନର କଳା ଅଧ୍ୟାୟକୁ ସାରା ବିଶ୍ବ ନିକଟରେ ଦର୍ଶାଉଛି। ଏହି ଆଇନ ବ୍ରିଟିସ ଶାସନ ବେଳେ ପଶତୁନ ବିରୋଧର ମୁକାବିଲା କରିବା ପାଇଁ ଲାଗୁ କରାଯାଇଥିଲା। ଏହା ଅନୁସାରେ ସେତେବେଳେ ବ୍ରିଟିସ୍ ସରକାରକୁ ଏହି ଅଧିକାର ରହିଥିଲା ଯେ, ସେ ପଶତୁନ ଜନଜାତିରେ କୌଣସି ବ୍ୟକ୍ତି କିମ୍ବା ପରିବାର ଦ୍ବାରା ଅପରାଧ କରାଗଲେ ତାଙ୍କୁ ସିଧାସଳଖ ଦଣ୍ଡିତ କରାଯାଉଥିଲା।

source: https://defence.pk

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏହି ଆଇନ ଏବେ ବି ଉତ୍ତର-ପଶ୍ଚିମ ପାକିସ୍ତାନର ସଂଘୀୟ ରୂପରେ ପ୍ରଶାସିତ ଜନଜାତି ଅଞ୍ଚଳରେ ଲାଗୁ କରାଯାଇଥାଏ। ଏହି ଆଇନ ଲୋକଙ୍କ ଅଧିକାର,ଆଇନ ପ୍ରତିନିଧିତ୍ବ ଅଧିକାର ଓ ଜରୁରୀ ପ୍ରମାଣ ଦେବାର ଅଧିକାର ଠାରୁ ଦୂରେଇ ଦେଇଥାଏ। ଅପରାଧ ସମ୍ପର୍କରେ ଜଣାପଡିଲେ କିମ୍ବା ବିନା କାରଣରେ ସ୍ଥାନୀୟ ଲୋକଙ୍କୁ ଗିରଫ କରିପାରେ। ଏହାକୁ ମାନବାଧିକାର ଉଲଂଘନ ବୋଲି ମଧ୍ୟ କୁହାଯାଇପାରେ।

source: https://defence.pk

୨୦୦୮ରେ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ୟୁସୁଫ ରାଜା ଗିଲାନୀ ଏଫସିଆର ନିୟମକୁ ବନ୍ଦ କରିବାର ଇଛା ପ୍ରକାଶ କରିଥିଲେ। କିନ୍ତୁ ଏନେଇ କଥା ଆଗକୁ ବଢିପାରିଲାନି। ୨୦୧୧ରେ ଏହି ଆଇନରେ କିଛି ପରିବର୍ତ୍ତନ କରାଯାଇଥିଲା। ତେବେ ଶିକୁଳୀରେ ବନ୍ଧା ହୋଇ ରହିଥିବା ଏହି ଗଛ କିନ୍ତୁ ପାକିସ୍ତାନର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ଅନ୍ୟତମ। ବହୁ ଦୂରରୁ ଲୋକମାନେ ଏହାକୁ ଦେଖିବାକୁ ଆସିବା ସହ ଫଟୋ ମଧ୍ୟ ଏହା ସହ ଉଠାଇଥାନ୍ତି।

ସମ୍ବନ୍ଧିତ ଖବର