ଆମେରିକାରେ କରୋନା ନେବ ଲକ୍ଷାଧିକ ପ୍ରାଣ, ଏବେ ଠାରୁ ୧ ଲକ୍ଷ ବଡିବ୍ୟାଗ୍‌ କିଣିବାକୁ ଅର୍ଡର ଦେଲା ଟ୍ରମ୍ପ ପ୍ରଶାସନ

ନୂଆଦିଲ୍ଲୀ ୦୩/୦୪: ଆମେରିକାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୦୦୦ ପାର୍‌ କରିବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨.୧୫ ଲକ୍ଷ ଅତିକ୍ରମ କରିଛି । ଏଭଳି ସ୍ଥିତିରେ କରୋନା ଯୋଗୁ ଦେଶରେ ପ୍ରାୟ ୨ ଲକ୍ଷ ଲୋକ ପ୍ରାଣ ହରାଇବେ ବୋଲି ସେଠାକାର ସରକାର ଆକଳନ କରିଛନ୍ତି । କିନ୍ତୁ ଏତେ ସଂଖ୍ୟାରେ ଲୋକେ ପ୍ରାଣ ହରାଇଲେ ସେମାନଙ୍କ ମୃତଦେହକୁ କେମିତି ଏବଂ କେଉଁଠାରେ ରଖାଯିବ ତାହାକୁ ନେଇ ସରକାରଙ୍କ ଚିନ୍ତା ବଢିଯାଇଛି ।

ଏଥିପାଇଁ ଆମେରିକାର ପ୍ରତିରକ୍ଷା ବିଭାଗ ପ୍ରାୟ ୧ ଲକ୍ଷ ବଡିବ୍ୟାଗ୍‌ (ମୃତଦେହ ରଖିବା ପାଇଁ ବ୍ୟବହାର କରାଯାଉଥିବା ବ୍ୟାଗ୍‌) କିଣିବାକୁ ଅର୍ଡର ଦେଇଛି । ଆମେରିକାର ଫେଡେରାଲ ଏମରଜେନ୍‌ସି ଅଥରିଟି (ଫେମା) ପାଇଁ ଏହା କିଣାଯିବ । ଆମେରିକୀୟ ସରକାର ଏବେ ଷ୍ଟକ୍‌ ରଖାଯାଇଥିବା ୫୦,୦୦୦ ବଡିବ୍ୟାଗକୁ ବି ବ୍ୟବହାର କରିବା ପାଇଁ ଚିନ୍ତା କରିଛନ୍ତି।

   ସମ୍ବନ୍ଧିତ ଖବର


ଭାରତରେ୨-୩ ମାସରେ ତିଆରି ହୋଇଯିବ କରୋନା ଔଷଧ : ଏମ୍ସ୍ ଅଧ୍ୟୟନ

BOEING 777 : ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂଆ ବିଳାସପୂର୍ଣ୍ଣ ବିମାନର ଫଟୋ

WHOର ଚେତାବନୀ ! ଭାରତରେ ଫାଟିବ କରୋନା ବୋମା

କରୋନା-ଶାରିରୀକ ସମ୍ପର୍କ ରଖିବା ସମୟରେ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଲେ ହାଭାର୍ଡର ଗବେଷକ

ସାଙ୍ଗ ମାନଙ୍କ ସହ ନିଜ ସ୍ତ୍ରୀଙ୍କର ଗଣଦୁଷ୍କର୍ମ କଲା ସ୍ୱାମୀ ! କାନ୍ଦୁଥିଲା ୫ ବର୍ଷିୟ ଶିଶୁ ପୁତ୍ର

ରାଜ୍ୟ ପାଇଁ ଆଶ୍ବସ୍ତି ଖବର: ସୁସ୍ଥ ହେଲେ ଆଉ ୧୧୨ ଜଣ କରୋନା ଆକ୍ରାନ୍ତ, କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ