PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲମ୍ପିକ୍ସ : ଭାରତକୁ ଆଉ ଏକ ପଦକ, ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ କୁସ୍ତିରେ ରବିଙ୍କୁ ରୌପ୍ୟ
  • ||
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

WHO ର ଚେତାବନୀ : ଟିକା ଭରସାରେ ନ ରହି ବିକଳ୍ପ ଦେଖ, ଭୂତାଣୁ ବ୍ୟାପିବା ପଛରେ ଯୁବ ପିଢ଼ି ଦାୟୀ, ଟିକା ଆସିବାକୁ ୧-୧.୫ ବର୍ଷ ଲାଗିପାରେ

ନୂଆଦିଲ୍ଲୀ,୧୯।୮: ସାରା ବିଶ୍ୱ କରୋନା ଭୂତାଣୁ କବଳକୁ ଚାଲି ଆସିଛି । ଏଥିରୁ ବର୍ତ୍ତିବା ପାଇଁ ସମସ୍ତଙ୍କ ନଜର ଟିକା ଉପରେ ରହିଛି । କିନ୍ତୁ ଟିକା ଭରସାରେ ନ ରହି ନିଜ ନିଜ ସ୍ତରରେ କରୋନା ବିରୋଧରେ ଲଢ଼େଇ ଜାରି ରଖିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ଚେତାବନୀ ଦେଇଛି । ଡବ୍ଲ୍ୟୁଏଚ୍‌ଓ ପଶ୍ଚିମ ପ୍ରଶାନ୍ତ କ୍ଷେତ୍ର ନିର୍ଦ୍ଦେଶକ ତାକେଶୀ କସଇ କହିଛନ୍ତି, ପ୍ରତ୍ୟେକ ଦେଶ ଏବେ କରୋନା ଟିକାକୁ ଅପେକ୍ଷା କରି ରହିଛନ୍ତି । ସମସ୍ତଙ୍କ ମନରେ ଏହି ଧାରଣା ରହିଛି ଯେ ଟିକା ଆସିଲେ ସବୁ ସମସ୍ୟାର ସମାଧାନ ହୋଇଯିବ । କିନ୍ତୁ ଟିକା ଉପରେ ଅତ୍ୟଧିକ ନିର୍ଭରଶୀଳ ନ ରହି ପ୍ରତ୍ୟେକ ଦେଶ କରୋନା ବିରୋଧରେ ଲଢ଼େଇକୁ ଅଧିକ ସୁଦୃଢ଼ କରିବାର ଆବଶ୍ୟକତା ରହିଛି ।

ତାଙ୍କ ମୁତାବକ, ଟିକା ବିକଶିତ ହେବା ପରେ ସାରା ବିଶ୍ୱର ଟିକା ଚାହିଦା ପୂରଣ କରିବା ଅନ୍ୟ ଏକ ଚାଲେଞ୍ଜ ସୃଷ୍ଟି କରିବ । ଚାହିଦା ଅନୁସାରେ ଟିକା ଉତ୍ପାଦନ ହୋଇ ପାରିବନି । ଏଣୁ ଚିକା ଭରସାରେ ନ ରହି କରୋନା ବିରୋଧରେ ଲଢ଼ିବା ନିମନ୍ତେ ଥିବା ଅନ୍ୟ ଉପାୟଗୁଡିକୁ ଅଧିିକ ପ୍ରଭାବଶାଳୀ କରିବାକୁ ସେ ଅପିଲ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, କରୋନା ଭାଇରସ ଦ୍ରୁତ ଗତିରେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ବ୍ୟାପି ଚାଲିଛି । ଏଣୁ ଯେ ପର୍ଯ୍ୟନ୍ତ ସମସ୍ତ ଦେଶ କରୋନାଠାରୁ ସୁରକ୍ଷିତ ହୋଇ ନାହାନ୍ତି ସେତେ ପର୍ଯ୍ୟନ୍ତ କୌଣସି ବି ଦେଶ ସୁରକ୍ଷିତ ନୁହେଁ । ଏଣୁ କରୋନା ମୁକାବିଲା ନିମନ୍ତେ ଟିକା ଉପରେ ଧ୍ୟାନ କେନ୍ଦ୍ରିତ ନ କରି ଅନ୍ୟ ଦିଗ ପ୍ରତି ମଧ୍ୟ ସଚେତନ ରହିବାର ଆବଶ୍ୟକତା ରହିଛି ବୋଲି ସେ ପ୍ରକାଶ କରିଛନ୍ତି ।

କରୋନା ଭୂତାଣୁ ବ୍ୟାପିବା ପଛରେ ଯୁବ ପିଢ଼ିଙ୍କର ମୁଖ୍ୟ ଭୂମିକା ରହିଛି ବୋଲି ମଧ୍ୟ ଡବ୍ଲ୍ୟୁଏଚ୍‌ଓ ପଶ୍ଚିମ ପ୍ରଶାନ୍ତ କ୍ଷେତ୍ର ନିର୍ଦ୍ଦେଶକ କହିଛନ୍ତି । ତାଙ୍କ ମୁତାବକ, ୨୦ରୁ ୪୦ ବର୍ଷ ବୟସ୍କ ଯୁବକ-ଯୁବତୀ ଏହି ଭାଇରସ ବ୍ୟାପିବା ପଛର ମୁଖ୍ୟ କାରଣ । କେତେକ ସର୍ଭେରେ ଏହି ଖୁଲାସା ହୋଇଥିବା ସେ ପ୍ରକାଶ କରିଛନ୍ତି । ଯୁବକ ଯୁବତୀମାନଙ୍କ ନିକଟରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିଥିବାରୁ ସେମାନଙ୍କ ନିକଟରେ କରୋନାର ଲକ୍ଷଣ ଏତେ ମାତ୍ରାରେ ପରିଲକ୍ଷିତ ହେଉନି । ଏଣୁ ସେମାନେ ନିଜ ଅଜାଣତରେ କରୋନା ସଂକ୍ରମିତ ହୋଇ ଏହି ରୋଗର ପ୍ରସାର କରୁଛନ୍ତି ବୋଲି ସେ କହିଛନ୍ତି । ଏହା ବ୍ୟତୀତ ଏହି ବର୍ଗର ଲୋକ ନିଜ ବୃତ୍ତି କାରଣରୁ ଅଧିକ ଲୋକଙ୍କ ସଂସ୍ପର୍ଶରେ ଆସିଥାନ୍ତି । ଏଣୁ ଯୁବପିଢ଼ିଙ୍କ ଦ୍ୱାରା କରୋନା ବ୍ୟାପିବାର ଏହା ଅନ୍ୟ ଏକ କାରଣ ହୋଇପାରେ ବୋଲିି ସନ୍ଦେହ କରାଯାଉଛି ।

ଅନ୍ୟପକ୍ଷରେ କରୋନା ଟିକା ବ୍ୟବହାର ଯୋଗ୍ୟ ହେବା ବେଳକୁ ଆହୁରି ୧ ବର୍ଷରୁ ଦେଢ଼ ବର୍ଷ ପର୍ଯ୍ୟନ୍ତ ସମୟ ଲାଗିପାରେ ବୋଲି ଡବ୍ଲ୍ୟୁଏଚ୍‌ଓର ବରିଷ୍ଠ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ ପ୍ରକାଶ କରିଛନ୍ତି । ଭାରତୀୟ ବଂଶୋଦ୍ଭବ ସୌମ୍ୟା କହିଛନ୍ତି, ଅନେକ ଦେଶ ଟିକା ବିକଶିତ କରିଥିଲେ ମଧ୍ୟ ସବୁ ଟିକାର ପରୀକ୍ଷା ଜାରି ରହିଛି । ବର୍ତ୍ତମାନ ସୁଦ୍ଧା କୌଣସି ଟିକାକୁ ଡବ୍ଲ୍ୟୁଏଚ୍‌ଓର ଅନୁମତି ମିଳିନାହିଁ । ଟିକା ପରୀକ୍ଷଣର ରିପୋର୍ଟ ଦାଖଲ ହେବା ପରେ ସମସ୍ତ ଦିଗକୁ ସମୀକ୍ଷା କରି ଡବ୍ଲ୍ୟୁଏଚ୍‌ଓ ଟିକାକୁ ଅନୁମତି ପ୍ରଦାନ କରିବ । ସାଧାରଣତଃ କୌଣସି ଟିକା ପ୍ରସ୍ତୁତ ହେବାକୁ ୫ରୁ ୧୦ ବର୍ଷ ସମୟ ଲାଗିଥାଏ । କିନ୍ତୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଟିକା ପରୀକ୍ଷଣ ପ୍ରକ୍ରିୟା ତ୍ୱରିତ କରାଯାଇଛି । ତ୍ୱରିତ ପ୍ରକ୍ରିୟା ସତ୍ତେ୍ୱ ବ୍ୟବହାରଯୋଗ୍ୟ ଟିକା ମିଳିବା ବେଳେକୁ ଅତିକମ୍‌ରେ ୧ରୁ ଦେଢ଼ ବର୍ଷ ସମୟ ଲାଗିବ ବୋଲି ସେ କହିଛନ୍ତି । ବର୍ତ୍ତମାନ ଭାରତରେ ୮ଟି କମ୍ପାନି ଟିକା ପ୍ରସ୍ତୁତ ଦିଗରେ ପ୍ରୟାସ ଚଲାଇଥିବା ସେ କହିଛନ୍ତି । ଏହା ବ୍ୟତୀତ ଟିକା ବିକଶିତ ହେବା ପରେ ସମସ୍ତଙ୍କୁ ମାଗଣାରେ ଟିକା ଦେବା ଉଦ୍ଦେଶ୍ୟରେ ଡବ୍ଲ୍ୟୁଏଚ୍‌ଓ ଅର୍ଥ ସଂଗ୍ରହ କରିବା ଆରମ୍ଭ କରି ଦେଇଥିବା ସେ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର