ମଙ୍ଗଳ ଅଭିଯାନରୁ ପୃଥିବୀକୁ ଆସିପାରେ ଭାଇରସ !

କାଲିଫର୍ଣ୍ଣିଆ ୧୧/୫ : ଆମେରିକାର ମହାକାଶ ଗବେଷଣା ସଂସ୍ଥା( ନାସା) ୨୦୩୦ ମସିହା ଭିତରେ ମଙ୍ଗଳ ଗ୍ରହଣକୁ ମାନବ ପ୍ରେରଣ କରିବାକୁ ଯୋଜନା କରିଥିଲାବେଳେ ଏବେ ଏହାକୁ ନେଇ କେତେକ ଆଶଙ୍କା ପ୍ରକଟ କରାଯାଇଛି । ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ସ୍କଟ ହବାର୍ଡ କହିଛନ୍ତି ଯେ ମଙ୍ଗଳ ଅଭିଯାନ ଯୋଗୁ ସେଠାରୁ ପରଗ୍ରହୀ ଭାଇରସ ପୃଥିବୀକୁ ଆସିପାରନ୍ତି ।

ସେଭଳି ଭାଇରସ ମହାକାଶ ଯାନ ଏବଂ ମହାକାଶଚାରୀଙ୍କ ଜରିଆରେ ପୃଥିବୀକୁ ଆସିବାର ସମ୍ଭାବନା ରହିଛି । ତେଣୁ ଏଭଳି ଭାଇରସ ସଂକ୍ରମଣ ରୋକିବା ପାଇଁ ମଙ୍ଗଳ ଅଭିଯାନରୁ ଫେରିଥିବା ମହାକାଶ ଯାନର ସାନିଟାଇଜ୍‌ କରାଯିବା ଦରକାର । ସେହିଭଳି ମଙ୍ଗଳ ଅଭିଯାନରୁ ଫେରିଲା ପରେ ମହାକାଶଚାରୀଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯିବା ଦରକାର ବୋଲି ସେ ପରାମର୍ଶ ଦେଇଛନ୍ତି । ନାସାର କିଛି ଗବେଷକ ମଧ୍ୟ ଅନୁରୂପ ଆଶଙ୍କା ବ୍ୟକ୍ତ କରିଛନ୍ତି । ତା’ଛଡା ମଙ୍ଗଳ ଗ୍ରହରୁ ଯେଉଁ ନମୁନା ଅଣାଯିବ ତାହାକୁ ବି ଇବୋଲା ଭାଇରସ ଭଳି ବିବେଚନା କରାଯିବା ଦରକାର ବୋଲି ସେ ପ୍ରକାଶ କରିଛନ୍ତି ।

   ସମ୍ବନ୍ଧିତ ଖବର


ଅହମଦାବାଦରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ପିଙ୍କ୍‌ ବଲ ଟେଷ୍ଟ ମ୍ୟାଚ୍, ସୂଚନା ଦେଲେ ସୌରଭ

କାମାନ୍ଧ ଯୁବକଙ୍କ ଅଜବ ଯୌନ ଲାଳସା; ମହିଳାଙ୍କ ଅନ୍ତବସ୍ତ୍ର ଚୋରାଇବା ପାଇଁ ଭାଙ୍ଗୁଥିଲେ କଠିନ ଲକଡାଉନ କଟକଣା, ଘରୁ ମିଳିଲା ୧୦୦ ବ୍ରା ଓ ୪୧ ହଳ ପ୍ୟାଣ୍ଟି…

7th pay commission: କେନ୍ଦ୍ରୀୟ କର୍ମଚାରୀଙ୍କୁ ଦିପାବଳୀ ଉପହାର ଦେବେ ସରକାର, ଜାଣନ୍ତୁ କ’ଣ ନୂଆ ନିଷ୍ପତ୍ତି…

IPL ୨୦୨୦: ପ୍ରଥମ ଖେଳାଳି ଭାବେ ଇତିହାସ ରଚିଲେ ଶିଖର ଧାଓ୍ବନ, ନିଜ ନାମରେ କଲେ ଏହି ଖାସ୍‌ ରେକର୍ଡ

ଟିଆରପି ସ୍କାମର ତଦନ୍ତ କରିବ CBI, ଯୋଗୀ ସରକାରଙ୍କ ସୁପାରିସ ପରେ ତଦନ୍ତ ଆରମ୍ଭ …

ପୂର୍ବରୁ କରୋନା ବିଷୟରେ ଦେଇଥିଲେ ଭବିଷ୍ୟବାଣୀ, କହିଲେ ଆଉ ଏତେ ଦିନ ରହିବ