ପୁଲଓ୍ବାମା ଆକ୍ରମଣର ଷଡଯନ୍ତ୍ରକାରୀ ଜୈଶର ପୁରା ଟିମ୍ ସଫା, ବର୍ଷକରେ ମଲେଣି ୬୬ ଆତଙ୍କବାଦୀ

ନୂଆଦିଲ୍ଲୀ,୨୨।୪: ୧୪ ଫେବୃଆରୀରେ ପୁଲଓ୍ବାମାରେ ସିଆରପିଏଫ କନଭୟ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷାକର୍ମୀମାନେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ୧୯ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଥିଲେ ଓ ଆକ୍ରମଣରେ ଷଡଯନ୍ତ୍ର ରଚିଥିବା ଜୈଶ-ଇ-ମହମ୍ମଦର ପୁରା ଟିମକୁ ସଫା କରିଦେଇଥିଲେ ବୋଲି ଆଜି ଏକ ସୁତ୍ରରୁ ସୂଚନା ମିଳିଛି।

ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷ ଜମ୍ମୁ-କଶ୍ମୀରରେ ନିହତ ହୋଇଥିବା ୬୬ ଆତଙ୍କବାଦୀଙ୍କ ଭିତରେ ୨୭ ଆତଙ୍କବାଦୀ ପାକିସ୍ତାନର ଜୈଶ-ଇ-ମହମ୍ମଦ ସହିତ ସମ୍ପର୍କ ରଖିଥିଲେ ଓ ଏଥିରୁ ୧୯ ଜଣଙ୍କୁ ପୁଲଓ୍ବାମା ଆକ୍ରମଣ ପରେ ମାରିବାରେ ସଫଳ ହୋଇଛନ୍ତି ଭାରତୀୟ ସୈନିକ। ୪୫ ଦିନ ଭିତରେ ପୁଲଓ୍ବାମା ଷଡଯନ୍ତ୍ର ରଚିଥିବା ସମସ୍ତ ଜୈଶ ଆତଙ୍କବାଦୀଙ୍କ ପୁରା ଟିମକୁ ଶେଷ କରିଦିଆଯାଇଛି। ଏହାଛଡା ଜୈଶର କିଛି ଆତଙ୍କବାଦୀଙ୍କୁ ମଧ୍ୟ ଗିରଫ କରାଯାଇଛି। ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ଆକ୍ରମଣର ସିଧା ସମ୍ପର୍କ ଥିବା ଜୈଶର ୪ ଆତଙ୍କବାଦୀଙ୍କୁ ମାରିଦିଆଯାଇଥିବା ବେଳେ ଅନ୍ୟ ୪ ଜଣଙ୍କୁ ଭିନ୍ନ ଭିନ୍ନ ସଂଘର୍ଷ ସମୟରେ ଗିରଫ କରାଯାଇଛି।

   ସମ୍ବନ୍ଧିତ ଖବର


ୟୁପି ସରକାରଙ୍କ ଲଭ ଜିହାଦ ଅଧ୍ୟାଦେଶକୁ ରାଜ୍ୟପାଳଙ୍କ ମଞ୍ଜୁରୀ, ବେଆଇନ ଭାବେ ଧର୍ମାନ୍ତରିକରଣ ବିରୁଦ୍ଧରେ କଡା ନିୟମ ଲାଗୁ…

ମିଳିଳା ୫ ହଜାର ବର୍ଷ ପୁରୁଣା ତିମି ମାଛର କଙ୍କାଳ,ଖୋଲିବ ଏହି ସବୁ ରହସ୍ୟ

ବୈଜ୍ଞାନିକଙ୍କୁ ମିଳିଲା ବଡ଼ ସଫଳତା: ଗ୍ରହାଣୁ ଧକ୍କାକୁ ଅନୁକରଣ କରି କିଛି ମିନିଟ୍‌ ମଧ୍ୟରେ ପ୍ରୟୋଗଶାଳାରେ ବିକଶିତ କଲେ ହୀରା

ବିପତ୍ତି ଆଣିଦେଲା ସୁଯୋଗ, ଏହି କାରିଗର ଆରମ୍ଭ କରିଦେଲେ ସୁନା-ରୁପାର ମାସ୍କ

ଆତ୍ମହତ୍ୟା ଉଦ୍ୟମ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି…

ଓଲା, ଉବର ପାଇଁ ନୂଆ ଗାଇଡ୍‌ଲାଇନ ଜାରି: କ୍ୟାବ୍‌ ଡ୍ରାଇଭର ପାଇବେ ୮୦% ଭଡ଼ା, ମୋଟ ଭଡ଼ାର ୨୦% ରଖିପାରିବେ ଆଗ୍ରିଗେଟର