ଆସନ୍ତାକାଲିଠୁ ଖୋଲିବ ମଦ କାଉଣ୍ଟର୍‌ : ସକାଳ ୬ଟାରୁ ସଂଧ୍ୟା ୭ଟା ଯାଏ ଦୋକାନ ଖୋଲା

ଭୁବନେଶ୍ବର ୩୦।୬ : ଆସନ୍ତାକାଲି (ମଙ୍ଗଳବାର)ଠାରୁ ରାଜ୍ୟରେ ଖୋଲିବ ମଦ କାଉଣ୍ଟର। ଏଣିକି ସକାଳ ୬ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ ମଦ କାଉଣ୍ଟର। ଏହି ସମୟ ମଧ୍ୟରେ ଗ୍ରାହକମାନେ କାଉଣ୍ଟରରୁ ସିଧାସଳଖ କିଣି ପାରିବେ ମଦ। କିନ୍ତୁ ମାସ୍କ ନ ପିନ୍ଧିଲେ ଗ୍ରାହକଙ୍କୁ ମଦ ମିଳିବନି ବୋଲି ସୂଚନା ଦେଲେ ଅବକାରୀ କମିଶନର। ବିଦେଶୀ ମଦ ଓ ବାର୍‌ ପାଇଁ ୨ ମାସର ଟିକସ ଛାଡ଼ କଲେ ସରକାର। ଦେଶୀ ମଦ ପାଇଁ ୩ ମାସର ଟିକସ ଛାଡ଼। ଏହି ଟିକସ ଛାଡ଼ ପାଇଁ ମଦ ବ୍ୟବସାୟୀ ସଂଘ କରିଥିଲା ଦାବି।

ସେହିପରି ମଦର ଅନଲାଇନ ବୁକିଂ ମଧ୍ୟ ଜାରି ରହିବ। ଏଥିପାଇଁ ଇ-ଟୋକନ ବ୍ୟବସ୍ଥା କରାଯିବ। ଇ-ଟୋକନ ବ୍ୟବସ୍ଥା ଥିବା ନେଇ ମଦ କୋକାନ ଗୁଡ଼ିକ ବିଜ୍ଞାପନ କରିପାରିବେ। ଲୋକ ଗହଳି କମାଇବା ପାଇଁ ମଦ ଦୋକାନ ଆଗରେ ବ୍ୟାରିକେଡ ବ୍ୟବସ୍ଥା କରାଯାଇପାରିବ। ଏହା ସହିତ ଅତିରିକ୍ତ କର୍ମଚାରୀ ଧାଡ଼ି ନିୟନ୍ତ୍ରଣ ପାଇଁ ନିୟୋଜିତ ହେବେ। ମଦ ଦୋକାନର ସମସ୍ତ ଷ୍ଟାଫ୍ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ।

   ସମ୍ବନ୍ଧିତ ଖବର


ସାଲେପୁର ବିଧାୟକଙ୍କୁ କରୋନା ସୂଚନା- ଚିକିତ୍ସା ପାଇଁ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି

କରୋନା ଭାକସିନ୍‌କୁ ନେଇ ସସପେନସ୍‌ ଜାରି- ଆସନ୍ତା ବର୍ଷ ଆସିପାରେ ବୋଲି କହିଲେ ILS ର ନିର୍ଦ୍ଦେଶକ ଅଜୟ ପରିଡା

ସିଲ୍‌ ହେଲା ଭୁବନେଶ୍ୱର ଆର୍‌ଟିଓ ଅଫିସ୍‌- ଆଇସିଆସିଆଇ ବ୍ୟାଙ୍କ ମୁଖ୍ୟ ଶାଖା ସିଲ୍‌

ଭୁବନେଶ୍ୱର ଆରଟିଓ ଅଫିସରୁ ୩ କରୋନା ପଜିଟିଭ୍ ଚିହ୍ନଟ

ବାହା ଚିତା ଲିଭିନି ଜଳିଲା ଜୁଇ- ନବ ବିବାହିତାଙ୍କୁ ହତ୍ୟା ଅଭିଯୋଗ

ମହିଳା ସହକର୍ମୀଙ୍କୁ ଡାଇରେକ୍ଟରଙ୍କ ଯୌନ ନିର୍ଯାତନା ମାମଲାରେ ପାଲଟା ଅଭିଯୋଗ ଆଣିଲେ ଖୋଦ୍‌ ଡାଇରେକ୍ଟର