ଅନ୍‌ଲାଇନ୍‌ ଚିତ୍ର ପ୍ରତିଯୋଗିତାର ବିଜେତା ଘୋଷଣା : ୧୧୩୫ ଜଣ ଶିଳ୍ପୀ ପାଇବେ ପୁରସ୍କାର, ୧୦୦ଟି ଚିତ୍ରକଳା ଅନୁଷ୍ଠାନକୁ ୧୦ହଜାର ଆର୍ଥିକ ସହାୟତା

ଭୁବନେଶ୍ୱର, ୧।୭ : ଓଡ଼ିଶା ଲଳିତ କଳା ଏକାଡେମୀ ଆନୁକୂଲ୍ୟରେ ରାଜ୍ୟର ଚିତ୍ରଶିଳ୍ପୀମାନଙ୍କୁ ନେଇ ଆୟୋଜିତ ଅନ୍‌ଲାଇନ୍‌ ଚିତ୍ରକଳା ପ୍ରତିଯୋଗିତାର ଫଳାଫଳ ପ୍ରକାଶ ପାଇଛି । ମଙ୍ଗଳବାର ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏବଂ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ବିଜେତାଙ୍କ ନାମ ଘୋଷଣା କରିଛନ୍ତି ।

କନିଷ୍ଠ ବିଭାଗରୁ ୮୩୫ ଜଣ ଓ ବରିଷ୍ଠ ବିଭାଗରୁ ୩୦୦ ଜଣ ଶିଳ୍ପୀଙ୍କୁ ପୁରସ୍କାର ନିମନ୍ତେ ମନୋନୀତ କରାଯାଇଛି । କନିଷ୍ଠ ବର୍ଗର ପ୍ରତ୍ୟେକ ବିଜେତାଙ୍କୁ ୧ହଜାର ଟଙ୍କା ଏବଂ ବରିଷ୍ଠ ଶିଳ୍ପୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ । ଏହି ଅର୍ଥ ଅନ୍‌ଲାଇନ୍‌ରେ ଶିଳ୍ପୀଙ୍କ ଆକାଉଣ୍ଟକୁ ସିଧାସଳଖ ପ୍ରେରଣ କରାଯିବ । ଏତଦ୍‌ବ୍ୟତୀତ ଏକାଡେମୀ ଦ୍ୱାରା ସହବନ୍ଧିତ ରାଜ୍ୟର ୧୦୦ଟି ଚିତ୍ରକଳା ଶିକ୍ଷାନୁଷ୍ଠାନର ନାମ ଘୋଷଣା କରାଯାଇଥିଲା । ଏହି ଅନୁଷ୍ଠାନଗୁଡ଼ିକୁ ୧୦ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ଦିଆଯିବ । କୋଭିଡ୍‌ ଲକ୍‌ଡାଉନ୍‌ ସମୟରେ ଏହି ଧରଣର କାର୍ଯ୍ୟକ୍ରମ କୌଣସି ରାଜ୍ୟରେ ଆଗରୁ କରାଯାଇ ନଥିବାବେଳେ ଏହା ଅନ୍ୟମାନଙ୍କ ନିମନ୍ତେ ପ୍ରେରଣା ଯୋଗାଇବ ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦ୍ଦେଶକ ବିଜୟ କୁମାର ନାୟକ, ଏକାଡେମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଓଏସ୍‌ଡି ମନସ୍ୱିନୀ ସାହୁ ଓ ସଚିବ ଗଜେନ୍ଦ୍ର ପ୍ରସାଦ ସାହୁ ଉପସ୍ଥିତ ଥିଲେ ।

   ସମ୍ବନ୍ଧିତ ଖବର


୧୨ ଶହ ଠେଲା ଗାଡି ଅଚଳ , ଦୁର୍ଦ୍ଦିନରେ ଅଢ଼େଇ ହଜାର ରିକ୍ସାବାଲା

ମୁଣ୍ଡିଆ ମାରିଥିଲେ ବି ଶିଶୁ ବିଶେଷଜ୍ଞ ଆସିନଥିଲେ , ଚିକିତ୍ସା ଅଭାବରୁ ନବଜାତକର ମୃତ୍ୟୁ!

ନୂଆପଡାରେ ନିର୍ମାଣାଧୀନ ବ୍ରିଜରେ ଝୁଲିଲା ଟ୍ରକ୍‌, ଡ୍ରାଇଭର ଗୁରୁତର

ରହସ୍ୟ ଘେରରେ ବନ୍ଦ ଘର ! ସାଢ଼େ ତିନି ବର୍ଷ ଧରି ଝୁଲୁଛି ତାଲା

ଟ୍ୟୁସନ୍‌ ନ କଲେ ଫେଲ୍‌ ହେବାର ଧମକ! ରିପୋର୍ଟ ତଲବ

ପୁଅ ମୃତ୍ୟୁକୁ ନେଇ ବିଷ ଖାଇଲେ ମା’