PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ଝିଅକୁ ଟ୍ୟୁସନ୍ ପଢ଼ାଇବାକୁ ଆସୁଥିବା ଶିକ୍ଷୟିତ୍ରୀଙ୍କୁ ବେହୋସ କରାଇଲେ ମହିଳା ଏବଂ ସ୍ବାମୀ ସାଙ୍ଗରେ ମିଶି ଘଟାଇଲେ ଏଭଳି କାଣ୍ଡ…

ମଧ୍ୟପ୍ରଦେଶ ୩୧।୮: ଆଜିକାଲି ଅପରାଧର ସଂଖ୍ୟା ତୀବ୍ର ଗତିରେ ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ମଧ୍ୟପ୍ରଦେଶର ଏକ ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ଶିକ୍ଷୟିତ୍ରୀଙ୍କ ସହିତ ବ୍ଲାକମେଲିଂ ଏବଂ ବର୍ଷ ବର୍ଷ ଧରି ଦୁଷ୍କର୍ମ କରାଯାଉଥିବା ମାମଲା ରହିଛି। ଏହି ମାମଲାରେ ପୁଲିସ ପୀଡ଼ିତାର ଅଭିଯୋଗ କ୍ରମେ ଅଭିଯୁକ୍ତକୁ ଗିରଫ କରି ହାଜତକୁ ପଠାଇଛି। ଘଟଣାଟି ମଧ୍ୟପ୍ରଦେଶର ଗ୍ବାଲିୟରରେ ଘଟିଛି।

ଏହି ମାମଲାର ଖୁଲାସା କରି ଶିକ୍ଷୟିତ୍ରୀ ଜଣକ କହିଛନ୍ତି ଯେ, ସେ ଅଭିଯୁକ୍ତ ବୀରେନ୍ଦ୍ର ଅଗ୍ରଓ୍ବାଲଙ୍କ ଝିଅକୁ ପଢ଼ାଇବା ପାଇଁ ୧୦ବର୍ଷ ହେଲାଣି ଘରକୁ ଆସୁଥିଲେ। ଦିନେ ଅଭିଯୁକ୍ତର ପତ୍ନୀ ତାଙ୍କୁ କୋଲ୍ଡ ଡ୍ରିଙ୍କସରେ ନିଶା ଦ୍ରବ୍ୟ ମିଶାଇ ପିଇବାକୁ ଦେଇଥଲା। ଏହାପରେ ସେ ବେହୋସ ହୋଇଯାଇଥିଲେ। ସେହି ଅବସ୍ଥାରେ ଅଭିଯୁକ୍ତ ତା ସହିତ ଦୁଷ୍କର୍ମ କରିଥିଲା। ଠିକ ସେହି ସମୟରେ ତାଙ୍କ ପତ୍ନୀ ଜଣକ ଅଶ୍ଳୀଳ ଭିଡ଼ିଓ ବନାଇଦେଇଥିଲା।

ପୀଡ଼ିତା ଅଭିଯୋଗ କ୍ରମେ, ବୀରେନ୍ଦ୍ର ଅଗ୍ରଓ୍ବାଲ ତାକୁ ଧମକ ଦେଇଥିଲେ କି ଯଦି ଏହି ବିଷୟରେ ସେ କାହାକୁ କୁହନ୍ତି ତାହେଲେ ତାର ଅଶ୍ଳୀଳ ଭିଡ଼ିଓ ଭାଇରାଲ କରିଦେବେ। ଶିକ୍ଷିକାଙ୍କ କହିବାନୁସାରେ, ସେବେ ଠାରୁ ଆଜି ପର୍ଯ୍ୟନ୍ତ ୧୦ ବର୍ଷ ହୋଇଗଲାଣି ସେ ଦୁଷ୍କର୍ମର ଶିକାର ହୋଇଚାଲିଛନ୍ତି। ଆଜି ଯେତେବେଳେ ସବୁ ସୀମା ପାର୍ କରିଦେଲା ସେତେବେଳେ ସେ ସାହସ ଦେଖାଇ ଥାନାରେ ପହଞ୍ଚି ମାମଲା ରୁଜୁ କରିଛନ୍ତି। ଅଭିଯୁକ୍ତ ବୀରେନ୍ଦ୍ର ଅଗ୍ରଓ୍ବାଲଙ୍କୁ ତାଙ୍କ ଘରୁ ହାଜତକୁ ନେଇଛି ପୁଲିସ। ମାମଲାରେ ବୀରେନ୍ଦ୍ରଙ୍କ ଫେରାର୍ ପତ୍ନୀ ଅଞ୍ଜୁ ଅଗ୍ରଓ୍ବାଲଙ୍କୁ ପୁଲିସ ଖୋଜୁଛି ବୋଲି ସୂଚନା ଦେଇଛି।