କ୍ୱାରେଣ୍ଟାଇନ ସେଣ୍ଟରରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୋଗରାଇ/ଚନ୍ଦନେଶ୍ୱର, ୧।୭ : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଜୟରାମପୁର ପଞ୍ଚାୟତ ସ୍ଥିତ କ୍ୱରେଣ୍ଟାଇନ ସେଣ୍ଟର (ଟିଏମସି)ରେ ଜନୈକା ପ୍ରବାସୀ ଆଦିବାସୀ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ଜଣକ ହେଲେ ସ୍ଥାନୀୟ ଜୟରାମପୁର ଗ୍ରାମର ରବୀନ୍ଦ୍ର ଭୋଳଙ୍କ ପତ୍ନୀ ଆରତି (୪୧) ।

ଏନେଇ ସଂପୃକ୍ତ ଟିଏମସି ବାହାରେ ପ୍ରବଳ ଉତ୍ତେଜନା ସୃଷ୍ଟି ହେବା ସହ ୫ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି ସଂପୃକ୍ତ ମହିଳାଙ୍କ ପରିବାର ସମେତ ଗ୍ରାମବାସୀମାନେ ଦୀର୍ଘ ସମୟ ଟିଏମସିକୁ ଘେରାଉ କରିଥିଲେ । ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନଥିଲା ବେଳେ ତାଙ୍କ ମା’ଙ୍କୁ ଶାରୀରିକ ତଥା ମାନସିକ ନିର୍ଯାତନା ଦିଆଯାଇ ହତ୍ୟା କରାଯିବା ପରେ ମୃତଦେହକୁ ଝୁଲାଇ ଦେଇ ଆତ୍ମହତ୍ୟାର ରୂପ ଦିଆଯାଇଛି ବୋଲି ମୃତ ମହିଳାଙ୍କ ପୁଅ ମୁନା (୨୫) ଅଭିଯୋଗ କରିଛନ୍ତି । ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଭୋଗରାଇ ଥାନା ପୁଲିସ୍‌ କହିଛି ।

   ସମ୍ବନ୍ଧିତ ଖବର


ବଜାର ଉପରେ ଗୋଡ଼େଇ ଗୋଡ଼େଇ ହାଣିଲେ, ୪ ଗୁରୁତର

ଝାରସୁଗୁଡାରେ ସାପ୍ତାହିକ ଦୁଇ ଦିନିଆ ସଟଡାଉନ, ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ଅଟକ ରଖିଛି ପୋଲିସ

ମହଙ୍ଗା ପଡ଼ିଲା ସୁପ୍ରିମ୍‌ କୋର୍ଟ ବିଚାରପତିଙ୍କୁ ସମାଲୋଚନା: ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ

ଟିଏମସିରୁ ଫେରାର ହୋଇଗଲେ ପ୍ରବାସୀ, ଥାନାରେ ମାମଲା ରୁଜୁ

ଜାଗା ଚିହ୍ନଟ କରିବାକୁ ଯାଇ ତହସିଲଦାର ହଟହଟା, ଉତ୍ୟକ୍ତ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର

ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ କଣ୍ଟେନମେଣ୍ଟ୍ ‌ଜୋନ୍‌ ଏବଂ ସଟ୍‌ଡାଉନ୍‌ ଘୋଷଣା