PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଭିଡ୍ ନିୟମରେ ପରିବର୍ତ୍ତନ; କରୋନା ପଜିଟିଭ୍ ରିପୋର୍ଟ ନଥିଲେ ବି ଡାକ୍ତରଖାନାରେ ମିଳିବ ଆଡ୍‌ମିଶନ
  • ||
  • ବିହାର : JDU ନେତା ତଥା MLC ତନଭୀର ଅଖତରଙ୍କ ମୃତ୍ୟୁ , କରୋନାରେ ପୀଡ଼ିତ ଥିଲେ
  • ||
  • ଦାଦନ ଖଟିବାକୁ ଯାଇ ତେଲେଙ୍ଗାନାରେ ସାପ କାମୁଡ଼ାରେ ପ୍ରାଣହରାଇଲେ ଶ୍ରମିକ
  • ||
  • ଜଳେଶ୍ୱର: ଘରୋଇ କ୍ଲିନିକରେ ପୁଣି ପ୍ରସବ ପରେ ମହିଳାଙ୍କ ମୃତ୍ୟୁ
  • ||
  • ବିରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ସହରର ସାମ୍ବାଦିକ ଭବନ ନିକଟରେ ଅଳିଆ ଗଦାରୁ ନିଆଁ ଲାଗି ପୋଡିଗଲା ସେଲୁନ
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ପୁଲିସ ଡିଜି, ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବା ପରେ ଗିରିସଲା ସୀମାକୁ ଯିବେ
  • ||
  • ପାରାଦୀପ : ଥାନାରେ ପଶି ଧମକ ଦେବା ଅଭିଯୋଗରେ ୨ ନକଲି ସାମ୍ବାଦିକ ଗିରଫ, ଡ୍ରାଇଭର ସମେତ ୩ ଦାମୀ କାର ଜବତ
  • ||
  • ନୂଆଦିଲ୍ଲୀ : ଗତ ୨୪ ଘଣ୍ଟାରେ ଦେଶରେ ୪ ଲକ୍ଷ ୧ ହଜାର ୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୪ ହଜାର ୧୮୭ ଜଣଙ୍କ ମୁଣ୍ଡ ନେଲା କରୋନା
  • ||
  • କଟକ: ଶୁକ୍ରବାର ରାତିରୁ ଏସସିବି କାଜୁଆଲଟିରେ ପଡି ରହିଛି କୋଭିଡ ସଂକ୍ରମିତଙ୍କ ମୃତଦେହ, ଏନେଇ ଅସନ୍ତୋଷ ବ୍ୟକ୍ତ କଲେ ଡାକ୍ତର ଓ କର୍ମଚାରୀ
  • ||
  • ଗାଙ୍ଗପୁର ଥାନା ଅନ୍ତର୍ଗତ ଷଢଙ୍ଗିପଲ୍ଲୀ ନିକଟରେ ଓଲଟିଲା ସ୍ପିରିଟ ବୋଝେଇ ଟ୍ରକ, ୨ ଆହାତ
  • ||
  • ସାଲେପୁର : ସାଲେପୁର ସବ୍-ଜେଲରୁ ଆଉ ୯ଜଣ କଏଦୀ କରୋନା ପଜିଟିଭ୍‌ ଚିହ୍ନଟ
  • ||
  • କୋରାପୁଟ:ହଳଦୀକୁଣ୍ଡ ପଞ୍ଚାୟତର ପୁରୁଣାପାଣି ଗାଁରେ ଘଟିଲା ଆଘଟଣ, ପୋଖରୀରେ ବୁଡି ଆଖିବୁଜିଲେ ମା’- ଝିଅ
  • ||
  • ଗଞ୍ଜାମ: ପୁଇଁତୋଳା ଛକରେ ଅଟୋ ପିଟିଲା ଟ୍ରକ, ଅଟୋ ଡ୍ରାଇଭର ମୃତ ,୩ ଆହତ
  • ||
  • ଭୁବନେଶ୍ଵର : ଆଇଗିଣିଆ ଛକରେ ମର୍ମନ୍ତୁଦ ଦୁର୍ଘଟଣା, କଣ୍ଟେନର ଖସି ଟ୍ରଲର ଡ୍ରାଇଭର ମୃତ, ହେଲପର ଗୁରୁତର
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ନେଲା ଆଉ ୨୧ ଜଣଙ୍କ ମୁଣ୍ଡ, ମୃତ୍ୟୁ ସଂଖ୍ୟା ୨୧୬୧କୁ ବୃଦ୍ଧି
  • ||
  • ରାଞ୍ଚି : ଝାରଖଣ୍ଡର ରାଞ୍ଚିର ସଦର ହସ୍ପିଟାଲରେ ଅକ୍ସିଜେନ୍ ସପ୍ଲାଇ ବନ୍ଦ ହେବା କାରଣରୁ ୫ ରୋଗୀ ମୃତ, ଯାଞ୍ଚ୍ ନିର୍ଦ୍ଦେଶ ଦେଲେ ସ୍ଵାସ୍ଥ୍ୟମନ୍ତ୍ରୀ
  • ||
  • ଭୁବନେଶ୍ଵର : ଓଡ଼ିଶାରେ କରୋନା ବିସ୍ଫୋରଣ, ଦିନକରେ ଚିହ୍ନଟ ହେଲେ ୧୧ ହଜାର ୮୦୭ ପଜିଟିଭ ଆକ୍ରାନ୍ତ
  • ||
  • ଭୁବନେଶ୍ଵର : ଆଜି ଅଧା ଓଡ଼ିଶାରେ କାଳବୈଶାଖୀ, ୩ ଜିଲ୍ଲାରେ କୁଆପଥର ବର୍ଷିବା ନେଇ ସତର୍କ ସୂଚନା ଜାରି କଲେ ସ୍ୱତନ୍ତ୍ର ରିଲିଫ୍‌ କମିଶନର, ୧୧ରୁ ବଢ଼ିବ ତାତି
  • ||

ଭାରତୀୟ ସେନାକୁ ମିଳିବ ବିଶ୍ବର ସବୁଠାରୁ ବିପଦଜନକ ଏକେ-୨୦୩ ରାଇଫଲ

ନୂଆଦିଲ୍ଲୀ,୩।୩: ଭାରତ ଓ ପାକିସ୍ତାନ ମଧ୍ୟରେ ଜାରି ବିବାଦ ମଧ୍ୟରେ ସେନାକୁ ମଜବୁତ କରିବା ପାଇଁ କେନ୍ଦ୍ର ସରକାର ବଡ ଧରଣର ନିଷ୍ପତ୍ତି ନେଇଛନ୍ତି। ଏକେ-୪୭ ରାଇଫଲର ଅତ୍ୟାଧୁନିକ ଭର୍ସନ ଏକେ ୨୦୩କୁ ଏବେ ଭାରତୀୟ ସେନାକୁ ଦିଆଯିବ। ଏଥିପାଇଁ ଭାରତ-ଋଷ ମଧ୍ୟରେ ହୋଇଛି ଚୁକ୍ତି। ଏହି ଚୁକ୍ତି ଅନୁସାରେ ଋଷ ଠାରୁ ଭାରତ ୭ଲକ୍ଷ ୫୦ ହଜାର ଏକେ-୨୦୩ ରାଇଫଲ କିଣିବ। ଏକେ-୨୦୩ ରାଇଫଲ ପାଇଁ ଓଏଫବି ଓ ଋଷ କମ୍ପାନୀ କସର୍ନ କ୍ଲାନଶ୍ରକୋଭ ମଧ୍ୟରେ ପ୍ରତିରକ୍ଷା ଚୁକ୍ତି ହୋଇଛି। ଭାରତ ଓ ଋଷ କମ୍ପାନୀ ଏକାଠି ମିଶି ଏହାକୁ ତିଆରି କରି​‌ବେ। ଭାରତୀୟ ସେନାର ପୁରୁଣା ଇନସାସ୍ ରାଇଫଲକୁ ରିପ୍ଳେସ କରାଯିବ ଓ ଏହାର ସ୍ଥାନରେ ଯବାନଙ୍କୁ ଏକେ-୨୦୩ ଆସଲ୍ଟ ରାଇଫଲ ମିଳିବ। ଏହି ସବୁ ରାଇଫଲ ଉତ୍ତର ପ୍ରଦେଶର ଆମେଥିରେ ବନ୍ଦ ପଡିଥିବା ୟୁନିଟରେ ତିଆରି କରାଯିବ ବୋଲି ଆଜି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ୟୁପିରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି।

source: https://www.news18.com

 ୧୦ ବର୍ଷ ପୂର୍ବେ ଭାରତୀୟ ସେନା ପାଇଁ ଏକେ-୪୭ ରାଇଫଲର ନୂଆ ଭର୍ସନ ଦେବାର ଘୋଷଣା କରିଥିଲା। ସେତେବେଳେ ଦୁଇ ଦେଶ ମଧ୍ୟରେ ଏକେ-୧୦୩ ରାଇଫଲ ଉପରେ କଥା ହୋଇଥିଲା। କିନ୍ତୁ ଚୁକ୍ତି ହୋଇନଥିଲା। ଏବେ ଭାରତ ସରକାର ଓ ଋଷ ମଧ୍ୟରେ ୨୦୧୮ର ମଡେଲ ଏକେ-୨୦୩ ଉପରେ ସହମତି ପ୍ରକାଶ ପାଇଛି। କୁହାଯାଉଛି ଯେ, ଏକେ ସିରିଜର ଏହା ହେଉଛି ସବୁଠାରୁ ବଡ ବିପଦଜନକ ରାଇଫଲ।

source: http://www.aamnews.co.in

 ଏହା ପୂର୍ବରୁ ମଧ୍ୟ ନିକଟରେ ଭାରତ ଆମେରିକା ଠାରୁ ୭୨,୪୦୦ ରାଇଫଲ କିଣିବା ନେଇ ଚୁକ୍ତି କରିଛି। ପ୍ରାୟ ୭୦୦ କୋଟି ଟଙ୍କାରେ ଏହି ରାଇଫଲ କିଣାଯିବ। ଚୁକ୍ତି ଅନୁସାରେ ୧ ବର୍ଷ ଭିତରେ ଆମେରିକାର ସିଗଂ ସୋୟାର କମ୍ପାନୀ ୭.୬୨ ଏମଏମର ୭୨,୪୦୦ ରାଇଫଲ ଦେବ। ଏହି ରାଇଫଲ ମିଳିବା ଦ୍ବାରା ଭାରତୀୟ ସେନାର ଶକ୍ତି ଆହୁରି ବଢିଯିବ। ଏବେ ଭାରତୀୟ ସେନା ପାଖରେ ୫.୫୬ ଗୁଣ ୪୫ ଏମଏମ ଇନସାସ୍ ରାଇଫଲ ରହିଛି। ଏହାକୁ ଆଧୁନିକ ଓ ଉନ୍ନତ ଟେକ୍ନୋଲୋଜି ସମ୍ପନ୍ନ ୭.୬୨ ଗୁଣ ୫୧ ଏମଏମ ରାଇଫଲରେ ପରିବର୍ତ୍ତନ କରିବା ଆବଶ୍ୟକ ହେବ। ଚୀନ ସହିତ ଲାଗିଥିବା ୩,୬୦୦ କିଲୋମିଟର ଲମ୍ବା ସୀମାରେ ମୁତୟନ ଯବାନ ଏହି ରାଇଫଲର ବ୍ୟବହାର କରିବେ।

ସମ୍ବନ୍ଧିତ ଖବର