ସୁନେଇ ଡ୍ୟାମ୍‌ରେ ବୁଡ଼ି ଯୁବକଙ୍କ ଗଲା ଜୀବନ

ଔପଦା,୩୦/୦୬: ଔପଦା ଥାନା ସଦର ତଳକିଆ ପଞ୍ଚାୟତ ପ୍ରତାପପୁର ଗ୍ରାମର ୪ଜଣ ଯୁବକ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳ ସୁନେଇ ଡ୍ୟାମ୍‌ ପାଖକୁ ଭୋଜି ପାଇଁ ଯାଇଥିଲେ । ଅପରାହ୍ନରେ ଯୁବକମାନଙ୍କ ମଧ୍ୟରୁ ସୁଶାନ୍ତ ପ୍ରଧାନଙ୍କ ପୁତ୍ର ସଞ୍ଜୀବ (୨୨) ସୁନେଇ ଡ୍ୟାମ ପାଣିରେ ଗାଧୋଉଥିବା ବେଳେ ବୁଡ଼ି ଯାଇଥିଲେ । ସ୍ଥାନୀୟ ଯୁବକମାନେ ଡ୍ୟାମ୍‌ରୁ ସଞ୍ଜୀବଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି କପ୍ତିପଦା ଡାକ୍ତରଖାନାକୁ ପଠାଇଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ପୁଣି ଉଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ବେଳେ ଡାକ୍ତର ସଞ୍ଜୀବଙ୍କୁ ମୃତ ଘୋଷଣା କରିଥିଲେ ।

   ସମ୍ବନ୍ଧିତ ଖବର


ବାରିପଦା: ଡାକ୍ତରଙ୍କୁ ମାଡ ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲା ଜନଜାତି ସୁରକ୍ଷା ମଞ୍ଚ

ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲାର ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ: କାର୍‌ରୁ ୩.୯୧ ଲକ୍ଷ ଟଙ୍କା ସହିତ ଧରାପଡ଼ିଲେ

ଭିଜିଲାନ୍ସ କବଜାରେ ଜିଲ୍ଲା ମୁଖ୍ୟ ପଶୁସମ୍ପଦ ବିଭାଗ ଅଧିକାରୀ

ପିନ୍ଧି ପାରିଲେନି ବାହା ମୁକୁଟ: ପ୍ରବାସରେ କରୋନାରେ ଚାଲିଗଲା ଜୀବନ, ବାପା’ମାଙ୍କ ଆଖିରୁ ଶୁଖୁନି ଲୁହ…

ଜମ୍ଭୀରା ଡ୍ୟାମ୍‌ରୁ ବିରଳ କଇଁଛ ଉଦ୍ଧାର

ଶିକାରୀଙ୍କ କବଜାରେ ଶିମିଳିପାଳ, ତଥ୍ୟ ମାଗିଲେ ତଦନ୍ତର ଆଳ ଦେଖାଉଛନ୍ତି ବନାଞ୍ଚଳ ଅଧିକାରୀ