PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ହଳ କରିବାକୁ ଯାଇ ଆଉ ଫେରିଲେନି ଯୁବକ, ନାଳରେ ଭସାଇନେଲା ପାଣି ସୁଅ

ତେଲକୋଇ, ୨୪/୦୭ : ଲଗାଣ ବର୍ଷା ଯୋଗୁଁ ନାଳରେ ଭାସିଗଲେ ଯୁବକ। ମୃତକ ଜଣଙ୍କ ହେଲେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଓରିଆ ପଞ୍ଚାୟତ ପୁରୁଣାପାଣି ପାଣି ଗାଁର ଗୁରଦେବ ନାୟକ। ଗତକାଲି ସକାଳେ ଗୁରଦେବ ଜମିକୁ ହଳ କରିବାକୁ ଯାଇ ଆଉ ଫେରି ନଥିଲେ। ଆଜି ସକାଳେ ମହାଦେଇ ଡ୍ୟାମରେ ତାଙ୍କ ଶବ ଭାସୁଥିବା ଦେଖିବାକୁ ମିଳିଛି।

ସୂଚନାନୁଯାୟୀ, ତେଲକୋଇ ଥାନା ଅନ୍ତର୍ଗତ ଓରିଆ ପଞ୍ଚାୟତ ପୁରୁଣାପାଣି ପାଣି ଗାଁର ଗୁରଦେବ ନାୟକ ତାଙ୍କ ବାପା ଓ ଭାଇଙ୍କ ସହ ଗତକାଲି ସକାଳେ ଜମିକୁ ହଳ କରିବାକୁ ନାଳ ସେପଟକୁ ଯାଇଥିଲେ। ବାପା ଓ ସାନଭାଇଙ୍କ ପାଇଁ ସକାଳ ଖାଇବା ନିମନ୍ତେ ଭାତ ଆଣିବାକୁ ଘରକୁ ନାଳ ପାର ହୋଇ ଆସୁଥିଲେ । ଲଗାଣ ବର୍ଷା ଯୋଗୁଁ ନାଳରେ ହଠାତ୍ ଅଧିକ ପାଣି ଆସିଯିବାରୁ ତାଙ୍କୁ ପାଣି ସୁଅ ଭସାଇ ନେଇଥିଲା। ଗୁରୁଦେବଙ୍କୁ ନପାଇ ତାଙ୍କ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା କୌଣସି ଖୋଜ ଖବର ମିଳି ନଥିଲା।

ଆଜି ସକାଳୁ ଗାଁ ନିକଟ ଜାମ୍ବୁଧର ନାଳ ସଂଯୋଗ କରୁଥିବା ମହାଦେଇ ଡ୍ୟାମରେ ଗୁରୁଦେବଙ୍କ ଶବ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁଦେବଙ୍କ ମୃତଦେହ ଉଦ୍ଧାର କରିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ତେଲକୋଇ ମେଡିକାଲକୁ ପଠାଇଛି।