କ୍ରାଇଷ୍ଟଚର୍ଚ୍ଚ ମସଜିଦ୍ ଆକ୍ରମଣ ପ୍ରତିଶୋଧ ନେବାକୁ ଚାହୁଁଥିବା ଯୁବକ ଗିରଫ,ଲସ୍ଆଞ୍ଜେଲସରେ କରିଥାନ୍ତା ବଡ଼ ଆକ୍ରମଣ

ଲସ୍ଆଞ୍ଜେଲସ୍,୩୦।୪: ନ୍ୟୁଜିଲାଣ୍ଡର କ୍ରାଇଷ୍ଟଚର୍ଚ୍ଚରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଲସ୍ ଆଞ୍ଜେଲସରେ ବଡଧରର ଆକ୍ରମଣ କରିବା ପାଇଁ ଯୋଜନା କରିବା ଅଭିଯୋଗରେ ଆମେରିକାର ଜରେ ପୂର୍ବତନ ସୈନିକଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଯୁବକ ନ୍ୟୁଜିଲାଣ୍ଡ ଆକ୍ରମଣରେ ମୃତ ମୁସଲମାନଙ୍କ ପ୍ରତିଶୋଧ ନେବାକୁ ଚାହୁଁଥିଲା। ଏ ସମ୍ପର୍କରେ ଅଧିକାରୀମାନେ ଆଜି ସୂଚନା ଦେଇଛନ୍ତି।ଅଫଗାନିସ୍ତାନରେ ସୈନିକ ଭାବରେ ମୁତୟନ ଥିବା  ୨୬ ବର୍ଷୀୟ ମାର୍କ ଷ୍ଟିଭନ ଡୋମିଙ୍ଗୋ ଉପରେ ଗତ ସପ୍ତାହରେ ଲଙ୍ଗ ବିଚରେ ଆୟୋଜିତ ଶ୍ବେତ ରାଷ୍ଟ୍ରବାଦୀ ରାଲି ସମୟରେ ଆଇଆଇଡି ବିସ୍ଫୋରଣ କରିବା ଓ ଅଧିକରୁ ଅଧିକ ଲୋକଙ୍କ ଜୀବନ ନେବାର ଅଭିଯୋଗ ରହିଛି। ଡୋମିଙ୍ଗ ମୁସଲମାନ ସମ୍ପ୍ରଦାୟର ବୋଲି ଜଣାପଡିଛି।

ଡୋମିଙ୍ଗୋକୁ ଗତ ଶୁକ୍ରବାର ଗିରଫ କରାଯାଇଛି। ସେ ଦିନ ଜଣେ ଅଣ୍ଡରକଭର ଏଜେଣ୍ଟ ଡୋମିଙ୍ଗୋକୁ ଏକ ପ୍ୟାକେଟ୍ ଦେଇଥିଲେ, ଯାହାକୁ ପୂର୍ବତନ ସୈନିକ ବମ୍ ବୋଲି ଭାବିନେଇଥିଲେ। କୋର୍ଟର କାଗଜପତ୍ର ଅନୁସାରେ ଡୋମିଙ୍ଗୋ ଅନଲାଇନ୍ ପୋଷ୍ଟ ଓ ଏଫବିଆଇର ସୁତ୍ରଙ୍କ ସହିତ ହିଂସକ ଜିହାଦ କଥା ସ୍ବୀକାର କରିଥିଲା। ସେ ମୁସଲମାନଙ୍କ ବିରୋଧରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେଇ ଶହୀଦ ହେବାକୁ ଚାହୁଁଥିଲା।

   ସମ୍ବନ୍ଧିତ ଖବର


Ola-Uber ଉପରେ ସରକାରଙ୍କ କଟକଣା, ଆଉ ନେଇ ପାରିବେନି ଅଧିକ ଭଡ଼ା

ଏବେ ବାହନ ପଞ୍ଜୀକରଣ ବେଳେ ନୋମିନିଙ୍କ ନାଁ ଦେବାକୁ ପଡିବ, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟର ପ୍ରସ୍ତାବ

PNB ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା : ୧ ଡିସେମ୍ୱରରୁ ବଦଳିବ ଟଙ୍କା ଉଠାଇବାର ନିୟମ

ଚୀନ୍‌ର ଚୋରପଣ- କହିଲା ଭାରତରୁ ବ୍ୟାପିଛି କରୋନା ଭାଇରସ୍‌

ଚୀନ୍ ସୈନିକଙ୍କୁ ଜିନପିଙ୍ଗ୍‌ଙ୍କ ମନ୍ତ୍ର: ମୃତ୍ୟୁକୁ ଭୟ ନକରି ଯୁଦ୍ଧ ଜିତିବାର ପ୍ରସ୍ତୁତି କର

ବ୍ଲାକହୋଲ୍‌ର ଖୁବ୍ ନିକଟରେ ପୃଥିବୀ, ଜାଣନ୍ତୁ ଗବେଷକଙ୍କ ମତ କ’ଣ?