ମଟର ସାଇକେଲରେ ଦେଶ ଭ୍ରମଣରେ ବାହାରିଛନ୍ତି ଅଭିଷେକ: ୪୫ ଦିନ ଭିତରେ ଶେଷ କରିବେ ‘ଆଇ ସପୋର୍ଟ ପିଏମ୍ ମୋଦି’ ଅଭିଯାନ

ଉତ୍ତରପ୍ରଦେଶ ୨୧।୩: ଗୋଟେ ପଟେ ରାଜନୀତି ଦୈାଡ଼ ଜୋରସୋର ଚାଲିଥିବାବେଳେ ଆଉ ଗୋଟେ ପଟେ ନେତାଠୁ ନେଇ ଅଭିନେତା ପର୍ଯ୍ୟନ୍ତ ସମସ୍ତେ ପ୍ରଚାର ଅଭିଯାନରେ ମାତିଛନ୍ତି। ସେହିପରି ଉତ୍ତରପ୍ରଦେଶର ଅଭିଷେକ କୁମାର ଶର୍ମା ନରେନ୍ଦ୍ର ମୋଦୀଙ୍କୁ ଆଉ ଥରେ ପ୍ରଧାନମନ୍ତ୍ରୀ କରିବା ପାଇଁ ଚାହୁଁଥିବାବେଳେ ଖାସ୍‌ ମୋଦୀଙ୍କ ପାଇଁ ସେ ଏବେ ମଟର ସାଇକେଲରେ ଦେଶ ଭ୍ରମଣରେ ବାହାରିଛନ୍ତି।

ଉତ୍ତରପ୍ରଦେଶରୁ ସାତ ଦିନ ପୂର୍ବରୁ ‘ଆଇ ସପୋର୍ଟ ପିଏମ୍ ମୋଦି’ ଅଭିଯାନ ଆରମ୍ଭ କରିଥିଲେ। ଆଜି ସିମଲାରେ ପହଞ୍ଚିଛନ୍ତି। ପୁରା ଦେଶରେ ୪୦ରୁ ୪୫ ଦିନ ପର୍ଯ୍ୟନ୍ତ ଅଭିଯାନକୁ ଜାରି ରଖିବେ। ଏବଂ ଦିଳ୍ଳୀରେ ଅଭିଯାନ ଶେଷ କରିବେ। ଅଭିଷେକଙ୍କ କହିବାନୁସାରେ, ଯୁବପିଢ଼ି ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି। ଯୁବପିଢ଼ିଙ୍କୁ ଜାଗ୍ରତ କରିବା ପାଇଁ ମୁଁ ଏହି ଅଭିଯାନରେ ବାହାରିଛି। ପୁରା ଦେଶ ଭ୍ରମଣ କରି ମୋଦିଙ୍କୁ ଭୋଟ ଦିଆଯାଉ ବୋଲି ଅଭିଷେକ ଲୋକଙ୍କୁ ଜାଗ୍ରତ କରାଉଛନ୍ତି।

ଅଭିଷେକ ଏବେ ଜମ୍ମୁ କଶ୍ମୀର, ପରେ ପଞ୍ଜାବ, ହରିୟାଣା, ରାଜସ୍ଥାନ, ଗୁଜୁରାଟ, ମହାରା​ଷ୍ଟ୍ର, ଗୋଆ, କର୍ଣ୍ଣାଟକ, କେରଳ, ତାମିଲନାଡ଼ୁ ଦେଇ ଆନ୍ଧ୍ର, ତେଲେଙ୍ଗାନା ସମେତ ଅନ୍ୟ ରାଜ୍ୟ ଦେଇ ଦିଲ୍ଲୀରେ ଅଭିଯାନ ଶେଷ କରିବେ।

   ସମ୍ବନ୍ଧିତ ଖବର


୯ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା, ଏବେ କରି ଦେଖାଇ ଦେଲେ ସୂର୍ଯ୍ୟ କୁମାର

୩ ଘଣ୍ଟାରେ ବଦଳିଗଲା ଫଳ ବିକୁଥିବା ପ୍ରୀତିଙ୍କ ଭାଗ୍ୟ, ପିଏମଙ୍କ ଆଦେଶରେ ପହଞ୍ଚିଗଲା ସାହାଯ୍ୟ

ଫ୍ରାନ୍ସର ଏକ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ: ମହିଳାଙ୍କ ଗଳାକାଟି ହତ୍ୟା, ୩ ମୃତ

କଥା ହେଲାନି ବୋଲି…ପୂର୍ବତନ ପ୍ରେମିକ ଉପରେ ରାଗି ଗଲା ପ୍ରେମିକା, ଢାଳି ଦେଲା ଏସିଡ୍‌

Inoxର ଦମଦାର୍ ଅଫର: ୨୯୯୯ ଟଙ୍କାରେ ବୁକ୍ କରନ୍ତୁ ଥିଏଟର, ପରିବାର କିମ୍ବା ସାଙ୍ଗମାନଙ୍କ ସହ ଦେଖନ୍ତୁ ନିଜ ପସନ୍ଦର ଫିଲ୍ମ

ପ୍ରତି ମିନିଟରେ Linkedin ଦେଉଛି ୩ ଜଣଙ୍କୁ ଚାକିରି: ମାଇକ୍ରୋସଫ୍ଟ ସିଇଓ