PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ରଙ୍ଗମଞ୍ଚ ବିଷାରଦ ଅଲ୍‌କାଜୀଙ୍କ ଦେହାନ୍ତ

ନୂଆଦିଲ୍ଲୀ, ୫।୮: ଆଧୁନିକ ଭାରତୀୟ ନାଟକର ଜନକ ଭାବେ ପରିଚିତ ବିଶିଷ୍ଟ ରଙ୍ଗମଞ୍ଚ ବିଷାରଦ ତଥା ନାଟ୍ୟ ନିର୍ଦ୍ଦେଶକ ଇବ୍ରାହିମ ଅଲ୍‌କାଜୀଙ୍କର ଆଜି ପରଲୋକ ଘଟିଛି । ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା । ଅସୁସ୍ଥ ହେବାରୁ ଦୁଇଦିନ ତଳେ ଏସକର୍ଟ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ସମୟରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଛି ।

ଜାତୀୟ ନାଟ୍ୟ ସ୍କୁଲ (ଏନ୍‌ଏସ୍‌ଡି)ର ନିର୍ଦ୍ଦେଶକ (୧୯୬୨-୧୯୭୭) ଭାବେ ସେ ସର୍ବାଧିକ ଦିନ ରହିଥିଲେ । ନୂଆଦିଲ୍ଲୀରେ ସେ ଆର୍ଟ ହେରିଟେଜ ଗ୍ୟାଲେରି ପ୍ରତିଷ୍ଠା କରିଥିଲେ । ଗିରିଶ କର୍ଣ୍ଣାଡ ଅଭିନୀତ ତୁଗଲକ, ମୋହନ ରାକେଶଙ୍କ ଅସଦ୍‌ କା ଏକ ଦିନ ଏବଂ ଧର୍ମବୀର ଭାରତୀଙ୍କ ଅନ୍ଧାଯୁଗ ଭଳି ଲୋକପ୍ରିୟ ନାଟକର ସେ ନିର୍ମାଣ କରିବା ସହ ନିର୍ଦ୍ଦେଶନା ଦେଇଥିଲେ । ଅନେକ କଳାକାରଙ୍କୁ ସେ ଅଭିନୟ ଶିଖାଇଥିଲେ । ସେମାନଙ୍କ ମଧ୍ୟରେ ନାସିରୁଦ୍ଦିନ ଶାହ, ଓମ୍‌ ପୁରୀ, ରୋହିଣୀ ହତଙ୍ଗଡୀ, ପଙ୍କଜ କପୁର, ଉତ୍ତର ବାୱକର ଓ ଶାବନା ଆଜ୍‌ମୀଙ୍କ ଭଳି ପ୍ରମୁଖ କଳାକାର ଅଛନ୍ତି । ୧୯୬୬ରେ ଅଲକାଜୀଙ୍କୁ ପଦ୍ମଶ୍ରୀ, ୧୯୯୧ ପଦ୍ମଭୂଷଣ ଓ ୨୦୧୦ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ୧୯୨୫ ଅକ୍ଟୋବର ୧୮ରେ ମହାରାଷ୍ଟ୍ରରେ ପୁନେଠାରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର