ନାଟ୍ୟକର କାର୍ତ୍ତିକ ରଥଙ୍କ ପରଲୋକ

କଟକ ୧।୪: ନାଟ୍ୟକର କାର୍ତ୍ତିକ ରଥଙ୍କ ପରଲୋକ । ତାଙ୍କର କଟକ ସ୍ଥିତ ବାସଭବନରେ ମୃତ୍ୟୁ ହୋଇଥିଲା ।
କାର୍ତ୍ତିକ ରଥଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ଶତାଧିକ ମଂଚ ନାଟକରେ ସେ ଥିଲେ ରଚୟିତା ।

୧୯୯୩ ମସିହାରୁ ତାଙ୍କ ନେତୃତ୍ଵରେ କଟକରେ ଆରମ୍ଭ ହୋଇଥିଲା ଇଣ୍ଡିଆ ଥିଏଟର ଅଲମ୍ପିଆଡ଼ ।  ଦୀର୍ଘ ବର୍ଷ ହେଲା  ଆୟୋଜନ କରିଆସୁଥିବା ଏହି ଫେଷ୍ଟିଭାଲରେ ୩୫୦୦ରୁ ଅଧିକ କଳାକାର ନିଜର କଳାକୃତି ପ୍ରଦର୍ଶନ କରୁଥିଲେ ।  ଏହି ନାଟକ ଫେଷ୍ଟିଭାଲରେ ୭୦ରୁ ଅଧିକ ନାଟକ ଓ ୫୦ରୁ ଅଧିକ ଡ଼୍ୟାନସ ଗୃପ ଯୋଗଦେଉଥିଲେ ।  ସେ କେନ୍ଦ୍ର ନାଟକ ଏକାଡ଼େମୀ ପୁରସ୍କାର ପାଇଥିଲେ ।

କାର୍ତ୍ତିକ ଚନ୍ଦ୍ର, ୧୯୪୯ ମସିହା ମାର୍ଚ୍ଚ ୨୧ ତାରିଖରେ ବ୍ରହ୍ମପୁରଠାରେ ଜନ୍ମଗ୍ରହଣ କରିଥିଲେ । ରେଭେନସା କଲିଜିଏଟ ସ୍କୁଲରେ  ପଢୁଥିବା ବେଳେ, ସେ ନିଜର ପ୍ରଥମ ନାଟକ “ଏଇ ଦେଶ ଏଇ ମାଟି” ଲେଖିଥିଲେ । ନାଟକଟି ସ୍କୁଲ ଛାତ୍ରଛାତ୍ରୀଙ୍କଦ୍ୱାରା ମଞ୍ଚସ୍ଥ ହୋଇଥିଲା ଓ ରାଜ୍ୟସ୍ତରୀୟ ଶିଶୁ ନାଟକ ସମାରୋହରେ ପ୍ରଥମ ପୁରସ୍କାର ଲାଭ କରିଥିଲା । ସେହିପରେ ରେଭେନସା ମହାବିଦ୍ୟାଳୟରେ ସ୍ନାତକୋତ୍ତର ପଢୁଥିବା ବେଳେ, ସେ ଲେଖିଥିଲେ ନାଟକ “ଜୀବନ ଯଜ୍ଞ” । ନାଟକଟି ସର୍ବଭାରତୀୟ ସ୍ତରରେ ପୁରସ୍କୃତ ହୋଇଥିଲା । ୧୯୮୯ରେ କଟକ  ସହରର ହଜାର ବର୍ଷ ପୂର୍ତ୍ତୀ ଅବସରରେ ସେ ଲେଖିଥିଲେ ନାଟକ “କଟକ ନଗର ବରଷ ହଜାର” । ନାଟକରେ ୩୦୦ ଚରିତ୍ର ଥିଲେ ଓ ବାରାବାଟି ଷ୍ଟାଡିଅମରେ ୫ଟି ମୁକ୍ତାକାଶ ରଙ୍ଗମଞ୍ଚରେ ନାଟକ ପ୍ରଦର୍ଶିତ ହୋଇଥିଲା । ସେତିକିବେଳେ ବିଶ୍ୱ ନାଟ୍ୟ ମେଳାର ପରିକଳ୍ପନା ତାଙ୍କ ମନକୁ ଆସିଥିଲା ।

ନାଟକ ମଧ୍ୟରୁ ଏଇ ଦେଶ ଏଇ ମାଟି, ଅସ୍ତସୂର୍ଯ୍ୟ ଶ୍ମଶାନଆଗାମୀ ଅତୀତଇଶ୍ୱର ଜଣେ ଯୁବକକଟକ ନଗର, ବରଷ ହଜାରକଳା ଓ କଳଙ୍କକ୍ରୀତଦାସବହ୍ନିମାନ,ଯାତ୍ରୀସବୁଜ ସୂର୍ଯ୍ୟରକ୍ତର ଫୁଲମାଂସର ଫୁଲଯଉଘରନିଃସଙ୍ଗ ବିସର୍ଗପାଦ ତଳର ଆକାଶସର୍ବନାମସୀମିତ ସମ୍ପର୍କଜଙ୍ଗଲୀ ସହରସହିଦ ଭଗତ ସିଂହଜୀବନ ଯଜ୍ଞସ୍ମୃତି, ସାନ୍ତ୍ୱନା ଓ ଶୂନ୍ୟତାଚଇତି ଘୋଡ଼ାତୃତୀୟ ପୃଥିବୀ ବେଶ୍ ଉଚ୍ଚକୋଟୀର ହୋଇଥିଲା।

ଏଥିପାଇଁ କୈଳାସ ରଥଙ୍କୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର – ୧୯୯୪-୯୫, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୫ଉତ୍କଳ ସାହିତ୍ୟ ସମାଜ, ଗଞ୍ଜାମ କଳା ପରିଷଦ, ବିହାର ଆର୍ଟ ଥିଏଟର, ଆହ୍ଲାବାଦ ନାଟ୍ୟ ସଂଘ ପୁରସ୍କାର ପ୍ରଦାନ କରାଯାଇଛି।

   ସମ୍ବନ୍ଧିତ ଖବର


୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଏମସି ଅଧିକାରୀ

କଟକ IIFL‌ ଡକାୟତି ଘଟଣାର ପର୍ଦ୍ଦାଫାଶ : ୨୦ କୋଟିର ଲୁଟେରାଙ୍କୁ ବାନ୍ଧିଲା ପୋଲିସ, କମ୍ପାନୀ କର୍ମଚାରୀ ମାଷ୍ଟରମାଇଣ୍ଡ

ଆଜିଠୁ ୨୭ ତାରିଖ ଯାଏଁ ମିଳିବ ମାଟ୍ରିକ୍ ‌ ସପ୍ଲିମେଣ୍ଟାରୀ ସାର୍ଟିଫିକେଟ୍‌

ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା

ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲା: ୩ ସପ୍ତାହ ପରେ ଜେଲ୍‌ ଗଲେ ଓଏଏସ୍‌ଙ୍କ ଶ୍ୱଶୁର