ରାଜ୍ୟ ଭିତରେ ଚାଲିବ ୫ ଟ୍ରେନ୍ : ଆସନ୍ତା ୮ରୁ ୩୦ ତାରିଖ ଯାଏଁ ଚଳାଚଳ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର,୩।୬ : ରାଜ୍ୟ ଭିତରେ ଚଳାଚଳ କରିବ ୫ଟି ସ୍ୱତନ୍ତ୍ର ଟ୍ରେନ୍‌ । ରାଜ୍ୟ ଭିତରେ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଇବାକୁ ଆଜି ପୂର୍ବତଟ ରେଳପଥ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଟ୍ରେନ୍‌ଗୁଡ଼ିକ ଆସନ୍ତା ୮ ତାରିଖରୁ ୩୦ ତାରିଖ ଯାଏଁ ଚଳାଚଳ ପାଇଁ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ଶନିବାର ଓ ରବିବାର ଏହି ସ୍ଥାନୀୟ ଟ୍ରେନ୍‌ ଚଳାଚଳ କରିବ ନାହିଁ । ହେଲେ କୋରାପୁଟରୁ ଭୁବନେଶ୍ୱର ଦୂରଯାତ୍ରୀ ସ୍ୱତନ୍ତ୍ର ଟ୍ରେନ୍‌ ଶନିବାର ଚଳାଚଳ ଆରମ୍ଭ କରିବ ।

ଭୁବନେଶ୍ୱର-ବଲାଙ୍ଗୀର ସ୍ୱତନ୍ତ୍ର ଟ୍ରେନ୍‌ ସପ୍ତାହରେ ୫ ଦିନ ଚାଲିବ । ସେହିପରି ଭୁବନେଶ୍ୱର-ଭଦ୍ରକ ସ୍ୱତନ୍ତ୍ର ଟ୍ରେନ୍‌, ଭୁବନେଶ୍ୱର-ବ୍ରହ୍ମପୁର ସ୍ୱତନ୍ତ୍ର ଟ୍ରେନ୍‌, ସମ୍ୱଲପୁର-ଖୋର୍ଦ୍ଧାରୋଡ଼ ସ୍ୱତନ୍ତ୍ର ଟ୍ରେନ୍‌ ମଧ୍ୟ ସପ୍ତାହରେ ୫ଦିନ ଚଳାଚଳ କରିବ । ଅପରପକ୍ଷେ ସମ୍ୱଲପୁର-ରାୟଗଡ଼ା ଦେଇ ଚଳାଚଳ କରିବାକୁ ଥିବା ଭୁବନେଶ୍ୱର-କୋରାପୁଟ ସ୍ୱତନ୍ତ୍ର ଟ୍ରେନ୍‌ ସପ୍ତାହକୁ ୩ ଥର ଚାଲିବ । ଏହି ଟ୍ରେନଗୁଡ଼ିକରେ ଯିବା ପାଇଁ ଷ୍ଟେସନଗୁଡ଼ିକରେ ଥିବା ଆରକ୍ଷଣ କେନ୍ଦ୍ରମାନଙ୍କରେ ଏବଂ ଆଇଆର୍‌ସିଟିସି ୱେବସାଇଟ୍‌ରେ ମଧ୍ୟ ଟିକେଟ୍‌ କରିପାରିବେ । ଏହି ଟ୍ରେନଗୁଡ଼ିକରେ କେବଳ କନଫର୍ମ ଟିକେଟ୍‌ ଥିବା ଯାତ୍ରୀ ଚଢ଼ିପାରିବେ । ଅନ୍ୟ ସ୍ୱତନ୍ତ୍ର ଟ୍ରେନ୍‌ ଯାହା ନୂଆଦିଲ୍ଲୀରୁ ଭୁବନେଶ୍ୱର, ଭୁବନେଶ୍ୱରରୁ ମୁମ୍ୱାଇ, ଭୁବନେଶ୍ୱରରୁ ହାୱଡ଼ାକୁ ଚଳାଚଳ କରୁଛି ତାହା ପୂର୍ବ ବିଜ୍ଞପ୍ତି ଅନୁସାରେ ଚଳାଚଳ କରିବ ବୋଲି ପୂର୍ବତଟ ରେଳପଥର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ଆଇଆରବି ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ, ଚାଲିଛି ତଦନ୍ତ

ବାଲେଶ୍ୱର ସଦର ଉପନିର୍ବାଚନ: ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ରାଲି ଆଜି

କୂଅରୁ ମା’, ପୁଅଙ୍କ ମୃତଦେହ ଉଦ୍ଧାର

ଡିସେମ୍ବର ୭ରୁ ଓଡିଶା ସିଭିଲ୍‌ ସର୍ଭିସ୍‌ର ମୁଖ୍ୟ ପରୀକ୍ଷା

ମର୍ଣ୍ଣିଂ ୱାକ୍‌ ବେଳେ ଟଳି ପଡ଼ିଲେ ଅବସରପ୍ରାପ୍ତ ଡିଜିପି

ଓଟିଭିର ବଢ଼ିଲା ସମସ୍ୟା; ମୁଖ୍ୟ ଅଫିସ କୋଠାରେ ଅଗ୍ନି ନିରାପତ୍ତା ନାହିଁ, ”ଅଘଟଣ ଘଟିଲେ ଆମେ ଦାୟୀ ହେବୁ ନାହିଁ”: ଅଗ୍ନିଶମ ବିଭାଗ